ଭୁବନେଶ୍ୱର, ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧୁକ ଲୋକ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧ ସପ୍ତାହରୁ ଉର୍ଶ ସମୟ ଧରି ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ଗାଈ ଗୋରୁ, ଛେଳି, ମେଣ୍ଟା ଆଦି ସମସ୍ତେ ଜଳବନ୍ଦି ହୋଇ ରହିଛନ୍ତି । ଏହି ଅବସରରେ ଆଜି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବନ୍ୟାଚଳ ଗ୍ରସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିରି କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତୃଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ଅଧୁକାଂଶ ଅଂଚଳର ଗରୀବ ଲୋକମାନେ ୩ ଦିନ ଧରି ଚଳବନ୍ଦି ହୋଇ ରହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଂଚି ପାରିନାହାନ୍ତି କିମ୍ବା ରନ୍ଧା ଖାଦ୍ୟ, ଶୁଖୁଲା ଖାଦ୍ୟ, ପାଲ, ପିଇବା ପାଣି ଓ ହାଲୋଜେନ୍ ବଟିକା ଇତ୍ୟାଦି ଅତି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରିନାହିଁ, ଯାହାକି ୨ ୨ ବର୍ଷର ବିଜେଡ଼ି ସରକାରଙ୍କ ଦକ୍ଷତା ଓ ବନ୍ୟା ଦୂର୍ଗତଙ୍କ ପାଇଁ ତାଙ୍କ ନିଷ୍ଠା ଓ ପାରିବାପଣିଆକୁ ସୂଚାଉଛି ।
ହଜାର ହଜାର ଏକର ଚାଷ ଜମି, ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜ୍ୟ ସରକାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମରେ କହୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧୁକ ଲୋକ କାନ୍ଥ ଭୁଶୁଡ଼ିବା ଏବଂ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର, ଭୋଗରାଇ ଓ ବସ୍ତା ଆଦି ଅଂଚଳର ବନ୍ୟା ବିପନ୍ନଙ୍କୁ ଭେଟି ତାଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିଛନ୍ତି । ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରୀଙ୍କ ତତ୍ବାବଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟା ପ୍ରପିଡ଼ିତଙ୍କୁ ଶୁଖୁଲା ଖାଦ୍ୟ, ହାଲୋଜିନ୍ ବଟିକା, ପିଇବା ପାଣି, ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଅତି କଟୁ ସମାଲୋଚନା କରି କହିଛନ୍ତି ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ବନ୍ୟାଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାକୁ ପ୍ରତାରଣା କରିଚାଲିଛନ୍ତି । ଯାହାଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି ।
ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦ ୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାହାଘରବେଳେ ବାଇଗଣ ରୁଇଁଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ । ଗରୀବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଯୋଜନା ଇତ୍ୟାଦି କଲେ । କିନ୍ତୁ ଆଜି ହଜାର ହଜାର ଲୋକ ମାଟି ଘରେ ଅଛନ୍ତି । ତେଣୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନାଗୁଡ଼ିକ ଘୋଷଣା କରିଛନ୍ତି । ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ମରାମତି ପାଇଁ ଖର୍ଚ୍ଚ କରାଯାଉଛି । କିନ୍ତୁ ଏତେ ଘାଇ କିପରି ହେଲା । ମୁଖ୍ୟମନ୍ତ୍ରୀ କେବଳ କାଚ ଘରେ ବସି ଏବଂ ଆକାଶମାର୍ଗରେ ଯାଇ ବନ୍ୟାଚଳ ବୁଲିଆସିଲେ ବନ୍ୟା ଦୁର୍ଗତଙ୍କ ଦୁଃଖ ସରିବ ନାହିଁ ।
ତେଣୁ ବନ୍ୟା ଦୁର୍ଗତକ କଥା ଅଗ୍ରାଧୁକାର କଥା ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି । ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହିତ ଆସନ୍ତା ଚାଷ ପାଇଁ କୃଷକ ମାନଙ୍କୁ ବିହନ ଓ ସାର ବିନାମୂଲ୍ୟରେ ଯୋଗାଇ ଦିଅନ୍ତୁ । ନଦୀରେ ସୃଷ୍ଟିରେ ହୋଇଥିବା ଘାଇକୁ ତୁରନ୍ତ ମରାମତି କରାଯାଉ । ଏ ସମୟରେ ବନ୍ୟାଚଳରେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରୀ, ବିଧାୟକ ସୁଦର୍ଶନ ଦାସ, ସତ୍ୟସୁନ୍ଦର ଦାସ, ବିଜନ ନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧକ୍ଷ ଅଭିଶେକ ମହାନନ୍ଦ ପ୍ରମୁଖ ବହୁ ଛାତ୍ର, ମହିଳା, ଯୁବ ଓ ନେତୃବର୍ଗମାନେ ବନ୍ୟାଳ ପରିଦର୍ଶନ କରିଥିଲେ ।
Post a Comment