loading...

ମୁଖ୍ୟ ଶାସନ ସଚିବଙ୍କୁ ସାମ୍ବାଦିକ କଲ୍ୟାଣ ବୋର୍ଡର ସାକ୍ଷାତ ସ୍ଵାସ୍ଥ୍ୟ ବୀମା ଓ ପେନ୍‌ସନ ନେଇ ଖୁବ୍‌ଶୀଘ୍ର ବୈଠକ ଡକାଯିବ

ମୁଖ୍ୟ ଶାସନ ସଚିବଙ୍କୁ ସାମ୍ବାଦିକ କଲ୍ୟାଣ ବୋର୍ଡର ସାକ୍ଷାତ ସ୍ଵାସ୍ଥ୍ୟ ବୀମା ଓ ପେନ୍‌ସନ ନେଇ ଖୁବ୍‌ଶୀଘ୍ର ବୈଠକ ଡକାଯିବ

ମୁଖ୍ୟ ଶାସନ ସଚିବଙ୍କୁ ସାମ୍ବାଦିକ କଲ୍ୟାଣ ବୋର୍ଡର ସାକ୍ଷାତ ସ୍ଵାସ୍ଥ୍ୟ ବୀମା ଓ ପେନ୍‌ସନ ନେଇ ଖୁବ୍‌ଶୀଘ୍ର ବୈଠକ ଡକାଯିବ


ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ତରଫରୁ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ୮ ହଜାରରୁ ଊଦ୍ଧ ସାମ୍ବାଦିକଙ୍କୁ ସ୍ଵାସ୍ଥ୍ୟବୀମା ପ୍ରଦାନ କରାଯାଇ ଆସୁଅଛି । ପ୍ରତ୍ୟେକ ହିତାଧିକାରୀ ଓ ତାଙ୍କ ପରିବାରବର୍ଗଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ସୁବିଧା ଉପଲବ୍ଧ ହେଉଛି । ଏହି ବୀମାରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଏକ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଏହି ପ୍ରତିନିଧ ଦଳରେ କଲ୍ୟାଣବୋର୍ଡର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ କଲ୍ୟାଣବୋର୍ଡ ତା’ର ନିଜସ୍ୱ ଉଦ୍ୟମରେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟର ଅନେକ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ନିରବଚ୍ଛିନ୍ନ ଭାବେ ପେନ୍ସନ୍ ପ୍ରଦାନ କରି ଆସୁଅଛି । ରାଜ୍ୟର ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଅବସରପ୍ରାପ୍ତ ବରିଷ୍ଠ ସାମ୍ବାଦିକଙ୍କୁ ପେସନ୍ ସୁବିଧା ପ୍ରଦାନ କରିବା ପ୍ରସଙ୍ଗରେ ପ୍ରତିନିଧ ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ । 

ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ଯେପରି ପେନ୍ସନ୍ ସୁବିଧା ପ୍ରଦାନ କରାଯାଉଛି, ଓଡ଼ିଶାରେ ସେପରି ବ୍ୟବସ୍ଥା କରିବାକୁ ଏହି ପ୍ରତିନିଧୁମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହିସବୁ ଦାବି ସମ୍ପର୍କରେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯିବ ଏବଂ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତିନି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget