loading...

କମିଶନରେଟ୍ ପୋଲିସର ପକ୍ଷପାତିତା ନିନ୍ଦନୀୟ : ଦିଲୀପ ମଲ୍ଲିକ

କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ବରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ଘଟିଛି

କମିଶନରେଟ୍ ପୋଲିସର ପକ୍ଷପାତିତା ନିନ୍ଦନୀୟ : ଦିଲୀପ ମଲ୍ଲିକ


ଭୁବନେଶ୍ୱର, କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ବରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ଘଟିଛି ବୋଲି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ତି ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାର ବିଫଳତା କାରଣରୁ ବିମାନ ଯାତ୍ରୀମାନେ ଆହୁରି ନୟାନ୍ତ ହୋଇଛନ୍ତି । ତେବେ ଆଜି କମିଶନରେଟ୍ ପୋଲିସ ପ୍ରଶାସନର ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ଜନସାଧାରଣଙ୍କୁ ପଛରେ ପକାଇ ଶାସକ ବିଜେଡି ପ୍ରତି ପୋଲିସର ଏତେ ପକ୍ଷପାତିତା କାହିଁକି ? ପୋଲିସର ନିରପେକ୍ଷତା କୁଆଡେ ଗଲା ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ଅତୀତରେ ଏହି ରାଜଧାନୀରେ ଅନ୍ୟ ରାଜନୈତିକ ଦଳ ହେଉ ଅବା କୌଣସି ଅନ୍ୟ ସଙ୍ଗଠନର କାର୍ଯ୍ୟକ୍ରମ ବା ସମାବେଶ ସମୟରେ ଭୁବନେଶ୍ବରକୁ ବିଭିନ୍ନ ଆଡୁ ଆସୁଥିବା ଛୋଟ ବଡ ଗାଡି ଓ ବସ୍ ଗୁଡିକୁ ସହର ବାହାରକୁ ପଶିବାକୁ ନଦେଇ ଅଧାରାସ୍ତାରେ ଅଟକାଇ ଦେଇଥାନ୍ତି କମିଶନରେଟ୍ ପୋଲିସ । ଉଦ୍ଦେଶ୍ୟମୂଳକ ଭାବେ ଭୁବନେଶ୍ବର ଉପକଂଠ ଫୁଲନଖରା, ହଂସପାଳ, ତମାଣ୍ଡା, ଖଣ୍ଡଗିରି, ଉତରା, ସାମନ୍ତରାପୁର, କଳିଙ୍ଗ ହସ୍ପିଟାଲ ଛକ ଓ ଶୈଳଶ୍ରୀବିହାର ପାଖରେ ପୁଲିସ ଗାଡିକୁ ଅଟକାଇ ଦେବାର ଅନେକ ନଜର ରହିଛି । କିନ୍ତୁ ଆଜି ଏକ ଭିନ୍ନ ରୂପ ଓ ଭିନ୍ନ ମନୋଭାବ ଦେଖାଦେଇଛି କମିଶନରେଟ୍ ପୋଲିସ ପ୍ରଶାସନର । ସହର ଭିତରେ ରାଜମହଲ, ମାଷ୍ଟର କଂଟିନ, କଳ୍ପନା, ୧୨୦ ବାଟାଲିୟନ, ରାମ ମନ୍ଦିର ଭଳି ସମସ୍ତ ଟ୍ରାଫିକ ଛକ ମାନଙ୍କରେ ବିଜେଡି ପତାକା ଥିବା ଛୋଟ ବଡ ଗାଡି ଓ ବସ୍ ଗୁଡିକୁ ପୋଲିସ ଛିଡା ହୋଇ ଆଗ ଟ୍ରାଫିକ କ୍ଲିୟରାନ୍ସ ଦେଉଥିଲେ । 

ସହର ସାରା ବେପରୁଆଭାବେ ବିଜେଡି ପତାକା ଲାଗିଥିବା ଗାଡିଗୁଡିକ କୌଣସି ଆଇନ, ପ୍ରତିବନ୍ଧକ, କଟକଣାକୁ ବେଖାତିର କରି ସାଧାରଣ ଲୋକଙ୍କୁ ହଇରାଣ କରୁଥିଲେ । ରାଜଧାନୀ ଭୁବନେଶ୍ୱରରେ ଅନ୍ୟ ଦିନମାନଙ୍କରେ ବିନା ହେଲମେଟ ମୋଟର ସାଇକେଲମାନଙ୍କୁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ କାଟୁଥିବା ବେଳେ ଆଜି କାହିଁକି ଚୁପ ରହିଥିଲା ପୋଲିସ । ଆଜି କେତେ ଜଣଙ୍କଠୁ କେତେ ଫାଇନ ଆଦାୟ କହିବେ କି ଟ୍ରାଫିକ ପୋଲିସ ଦାୟିତ୍ବରେ ଥିବା ଅଧ୍ବକାରୀ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । । ଆଜି ପୋଲିସର ଅଭାବନୀୟ ଆଚରଣ ଅତ୍ୟନ୍ତ ଚିନ୍ତାଜନକ ଓ ଦୁର୍ଭାଗ୍ୟଜନକ ଥୁଲା । ଶାସକ ଦଳ ପାଇଁ ଗୋଟିଏ ଆଇନ ବ୍ୟବସ୍ଥା ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ପ୍ରକାର ଆଇନ ବ୍ୟବସ୍ଥା ଓଡ଼ିଶା ପୋଲିସ ଟ୍ରାଫିକ ଆଇନରେ ରହିଛି କି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିବା ସହ ରାଜ୍ୟବାସୀଙ୍କ ଆଗରେ ଜବାବ ରଖୁବା ସହ କ୍ଷମା ମାଗନ୍ତୁ ଡିଜି ମହାଶୟ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget