loading...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି । ବିଶ୍ୱ ବିଦ୍ୟାଳୟର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି


ଭୁବନେଶ୍ୱର,ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧାପକ ବଂଶୀଧର ମାଝା ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ନିକଟରେ ବିଶ୍ୱବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବତନ ଛାତ୍ର ଭାବେ ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଓ ଶ୍ରୀ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । 

ବିଶ୍ୱବିଦ୍ୟାଳୟକୁ ୫-‘ଟି ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଶ୍ରୀ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି କୁଳପତି ପ୍ରାଧାପକ ମାଝା କହିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ | ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍ କରାଯାଇଛି, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । 

ସେହିପରି ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଂଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥୁ ସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧୁକ ବିଭାଗ ଖୋଲାଯିବା ସହ ୨୭ରୁ ଊଦ୍ଧ ଉତ୍କର୍ଷ କେନ୍ଦ୍ର । ଗଠନ କରାଯିବ । ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧୁକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି ଶ୍ରୀ ମାଝା ଏହି ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget