loading...

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ସହ ଏକ ପାକିସ୍ତାନୀ ବୋଟ୍ ଜବତ

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ


ନୂଆଦିଲ୍ଲୀ,ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି । ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ ନାବିକଙ୍କୁ ଗିରଫ ସହ ଦୁଇଶହ କୋଟି ଟଙ୍କାର ପ୍ରାୟ ୪୦କେଜି ମାଦକ ଦ୍ରବ୍ୟ ଜବତ ହୋଇଛି । ସେପ୍ଟେମ୍ବର ୧୩, ୧୪ ୨୦୨୨ ମଧ୍ୟ ରାତ୍ରିରେ ଏଟିଏସ୍ ଗୁଜରାଟ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ଏକ ଗୁପ୍ତ ବାର୍ତ୍ତା ପାଇ ଦୁଇଟି ସି-୪୮୦ ଓ ସି -୪୫୪ ଅନୁଧାବନକାରୀ ଶ୍ରେଣୀୟ ଜାହାଜ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଅଞ୍ଚଳରେ ପଇଁତରା ପାଇଁ ମୁତୟନ କରିଥିଲା। 

ସାମୁଦ୍ରିକ ସୀମାର ପାଞ୍ଚ ସାମୁଦ୍ରିକ ମାଇଲ ଭାରତୀୟ ଜଳରାଶି ଅଞ୍ଚଳ ମଧ୍ୟରେ ଝାଖାଉ ନିକଟରେ ଏକ ପାକିସ୍ତାନୀ ନୌକା ସନ୍ଦେହଜନକ ଭାବେ ଚଳପ୍ରଚଳ ହେବା ପରିଲକ୍ଷିତ ହୋଇଥିଲା । ପାକିସ୍ତାନୀ ନୌକାକୁ ଅନୁଧାବନ କରିବାରୁ ସେ କିଛି ସାମଗ୍ରୀ ପାଣିରେ ଫୋପାଡି ଖସିଯିବାକୁ ଚେଷ୍ଟା କଲା । ଅଶାନ୍ତ ସମୁଦ୍ର ସତ୍ୱେ ଭାରତୀୟ ତଟରକ୍ଷୀ ଜାହାଜ ସେ ନୌକାକୁ ଅନୁଧାବନ କରି ତାକୁ ଜବତ କରିଥିଲା । ନୌକାଟିକୁ ଝାଖାଉକୁ ମିଳିତ ଅନୁସନ୍ଧାନ ପାଇଁ ଅଣାଯାଇଛି । ଭାରତୀୟ ତଟରକ୍ଷୀ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ଏହା ପଞ୍ଚ କାର୍ଯ୍ୟାନୁଷ୍ଠାନ । ମଜବୁତ ତଟୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଏଭଳି ମିଳିତ କାର୍ଯ୍ୟାନୁଷ୍ଠାନ ଉତ୍ତମ ସମନ୍ୱୟକୁ ସୂଚାଇଥାଏ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget