loading...

ଭଗିନୀ ଫାଉଣ୍ଡେସନ ପକ୍ଷରୁ ସ୍ଵଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ

ଭଗିନୀ ଫାଉଣ୍ଡେସନ୍ ପକ୍ଷରୁ ୱାର୍ଡ ନଂ-୧୭ରେ ସ୍ବଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି

ଭଗିନୀ ଫାଉଣ୍ଡେସନ ପକ୍ଷରୁ ସ୍ଵଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ


ଭୁବନେଶ୍ୱର,ଭଗିନୀ ଫାଉଣ୍ଡେସନ୍ ପକ୍ଷରୁ ୱାର୍ଡ ନଂ-୧୭ରେ ସ୍ବଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶେଷ କରି ଋତୁସ୍ରାବ ସମୟରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଦିଗ ଏବଂ ସମାଧାନ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଏବଂ ମୁଖପାତ୍ର ଚିନ୍ମୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗିନୀ ଫାଉଣ୍ଡେସନ୍ ପକ୍ଷରୁ ଏହିଭଳି ଏକ ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ । ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଡଃ ତନ୍ମୟ ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ଵଚ୍ଛତା ପ୍ରତି ସମସ୍ତେ ଗୁରୁତ୍ର ପ୍ରଦାନ କରିବା ପାଇଁ ଆହ୍ବାନ କରିଥିଲେ । 

ଏସ୍.ସି.ବି. ମେଡିକାଲ୍ କଲେଜର ନସିଂ ବିଭାଗର ସହକାରୀ ଅଧାପିକା ଶ୍ରୀମତୀ ଜୟଶ୍ରୀ ଜେନା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ମହିଳା ତଥା କିଶୋରୀମାନଙ୍କୁ ସ୍ୱଚ୍ଛତା ତଥା ଋତୁସ୍ରାବ ସମୟରେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରିବା ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ସ୍ଥାନୀୟ କର୍ପୋରେଟର ପୂଜା ମହାରଣା ସଭାରେ ଉଦ୍‌ବୋଧନ ଦେଇଥିଲେ । ଭଗିନୀ ଫାଉଣ୍ଡେସନ୍‌ର ମ୍ୟାନେଜଂ ଟ୍ରଷ୍ଟି ଡଃ ନିବେଦିତା ପ୍ରୟଦର୍ଶିନୀ ଅତିଥିମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାରର ଛାତ୍ରଛାତ୍ରୀମାନେ ସଚେତନତା ସମ୍ବନ୍ଧିତ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଡଃ ସତ୍ୟ ସ୍ବରୂପ ପଣ୍ଡା ସଂଯୋଜନା କରିଥିଲେ । ସମାଜସେବୀ ଭୋଳାନାଥ ମହାରଣା, ହିମାଂଶୁ, ସ୍ଥିତି, ସ୍ୱାଗତିକା, ଅନନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget