loading...

ଯୋଗଦା ସତ୍‌ସଙ୍ଗ ସୋସାଇଟି ତରଫରୁ ବନ୍ୟା ସହାୟତାଭାବେ ପରିବେଶ ଅନୁକୁଳ ସୌର-ଲଣ୍ଠନ ବଣ୍ଟନ

ଯୋଗଦା ସତ୍‌ସଙ୍ଗ ସୋସାଇଟି ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ୍‌ ଓ ନିମାପଡା ବ୍ଲକ୍‌ର ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ବନ୍ୟା ସହାୟତା

ଯୋଗଦା ସତ୍‌ସଙ୍ଗ ସୋସାଇଟି ତରଫରୁ ବନ୍ୟା ସହାୟତାଭାବେ ପରିବେଶ ଅନୁକୁଳ ସୌର-ଲଣ୍ଠନ ବଣ୍ଟନ


ଭୁବନେଶ୍ୱର, ଯୋଗଦା ସତ୍‌ସଙ୍ଗ ସୋସାଇଟି ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ୍‌ ଓ ନିମାପଡା ବ୍ଲକ୍‌ର ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ବନ୍ୟା ସହାୟତାଭାବେ ସୌର ଲଣ୍ଠନ (ସୋଲାର ଲାଇଟ୍‌) ବଣ୍ଟନ କରାଯାଇଛି । ୧୯୧୭ ମସିହାରେ ପ୍ରତିଷ୍ଠିତ ଏବଂ ଶ୍ରୀ ଶ୍ରୀ ପରମହଂସ ଯୋଗନାନନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ଏହି ସୋସାଇଟିର ସଦସ୍ୟ ଓ ଭକ୍ତ ବୃନ୍ଦମାନେ ପୁରୀ ଜିଲ୍ଲାର ୭ ଟି ବନ୍ୟା ପ୍ରଭାବିତ ଗ୍ରାମରେ ଏହା ବଣ୍ଟନ କରିଥିଲେ । ଗାପ ବ୍ଲକ୍‌ର ଭିତରଡାଳିଗାଁ, ଆଳେଇ, ରାହାଙ୍ଗ୍‌ଗୋରଡା, ଓଲଣ୍ଡି, ଗବସିଂଘା, ଖଣ୍ଡିଆକୁଦ ଏବଂ ନିମାପଡା ବ୍ଲକ୍‌ର ତିହୁଲା ଗ୍ରାମର ପ୍ରାୟ ୬୫୦ ପରିବାରଙ୍କୁ ଏହି ଲାଇଟ୍‌ ବଣ୍ଟନ କରାଯାଇଥିଲା ।ପ୍ରାପ୍ତ ସୂଚନାରୁ ଜଣାପଡିଛି, ସୋସାଇଟିର ଭକ୍ତବୃନ୍ଦ ରିଲିଫ୍‌ ବଣ୍ଟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ପରାମର୍ଶ ଲୋଡିଥିଲେ । 

ଶ୍ରୀ ମହାପାତ୍ର କହିଥିଲେ ଯେ ବନ୍ୟାର ଜରୁରୀକାଳୀନ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ତରଫରୁ ଆଶ୍ରୟ, ଶୁଖିଲା ଓ ରନ୍ଧା ଖାଦ୍ୟ, ଓୌଷଧପତ୍ର, ଗୋଖାଦ୍ୟ ଆଦି ଯୋଗାଇ ଦିଆଯାଇଛି । ବର୍ତ୍ତମାନ ବନ୍ୟା-ପରବର୍ତ୍ତୀ ସ୍ଥିତିରେ ଶସ୍ୟହାନୀ, ଘର ମରାମତି ଆଦି ସହାୟତା ଦିଆଯାଉଥିବାରୁ ପ୍ରଭାବିତ ପରିବାରମାନଙ୍କୁ ସୌର ଲଣ୍ଠନ (ସୋଲାର ଲାଇଟ୍‌) ସହ ଚାର୍ଜର ବଣ୍ଟନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । “ସୌର ଲଣ୍ଠନ ପରିବାରର ଏକ ସଂପତ୍ତି ହେବ । ମାଗଣାରେ ପରିବେଶ ଅନୁକୂଳ ଆଲୋକଦେବା ସହ ସୌର ଶକ୍ତି ବ୍ୟବହାର ବିଷୟରେ ଅନୁଭୁତିସିଦ୍ଧ ସଚେତନତା ବଢ଼ାଇବ ବୋଲି” ଶ୍ରୀ ମହାପାତ୍ର କହିଥିଲେ । ତଦନୁଯାୟୀ ସୋସାଇଟିର ଭକ୍ତମାନଙ୍କ ଦ୍ୱାରା ଉପରୋକ୍ତ ଗ୍ରାମମାନଙ୍କରେ ବନ୍ୟା ପ୍ରଭାବିତ ଗରିବ ପରିବାରମାନଙ୍କୁ ସୌର ଲଣ୍ଠନ ବଣ୍ଟନ କରାଯାଇଥିଲା ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget