ଭୁବନେଶ୍ୱର, ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ବ୍ୟବହାର ପାଇଁ 1948 ମସିହାରୁ ବିଧାନସଭାରେ ପ୍ରସ୍ତାବିତ ହୋଇ 1954 ମସିହାରେ ତାହା ଆଇନରେ ପରିଣତ ହେଲା | କିନ୍ତୁ ଆଇନଟିକୁ କାର୍ଯ୍ୟକାରୀ କରିବାପାଇଁ ଭାଷା ଆଇନ ନିୟମାବଳୀ 13 ଅଗଷ୍ଟ 2019ରେ ପ୍ରଣୟନ ହେଲା ଯାହାକି ଭାଷା ଆଇନ ଉଲଂଘନ କାରୀଙ୍କୁ ଦଣ୍ଡ ବିଧାନ ସହ ବ୍ୟାପକ ଭାବେ ବ୍ୟବହାରକାରୀଙ୍କ ପୁରସ୍କାର ବିଧି ବ୍ୟବସ୍ଥା ହେଲା | "ଭାଷା ଆଇନ" କଣ, କାହିଁକି ଓ କେଉଁ ଉଦେଶ୍ୟରେ ସମସ୍ତ ତଥ୍ୟ ସମେତ ସରକାରୀ ଘୋଷଣା ତଥା ସମସ୍ତ ପ୍ରକ୍ରିୟା ଏହି ପୁସ୍ତକରେ ସ୍ଥାନିତ ହୋଇଛି | ସେହି ସଙ୍କଳନକୁ ଓଡ଼ିଶାର ମହା ମହିମ ରାଜ୍ୟପାଳ ଡ଼ ଗଣେଷିଲାଲଙ୍କୁ ପ୍ରଦାନ କରାଗଲା |
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର , ଷଢେ଼ଇକଳା ଖରସୁଆଁ ଆନ୍ଦୋଳନର ସୀତାବଲ୍ଲଭ ମହାପାତ୍ର , ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଓ ଭାଷା ଆଇନ ବହିର ସମ୍ପାଦକ ତଥା ଭାଷା ଆନ୍ଦୋଳନ , ଓଡ଼ିଶାର ଆବାହକ ପବିତ୍ର ମହାରଥାଙ୍କ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ପୁସ୍ତକଟିର ପ୍ରଚାର ପ୍ରସାର ପାଇଁ ରାଜ୍ୟପାଳ ମହୋଦୟଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ , ଖଦି ଗ୍ରାମୋଦ୍ୟୋଗର ଅଧକ୍ଷ ସଂଗ୍ରାମ ପାଇକରାୟ (ଗାଲା ଭାଇ ) ,ଆବୁଧାବି ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ରଥ ,ଭାଷା ଆନ୍ଦୋଳନର ଅଧକ୍ଷ ଚକ୍ରଧର ମହନ୍ତ , ଜାନକୀଶ ବଡ଼ପଣ୍ଡା , ପ୍ରଦ୍ୟୁମ୍ନ ଶତପଥୀ , ସୂର୍ଯ୍ୟକାନ୍ତ ସ୍ୱାଇଁ , ନବ କିଶୋର ପ୍ରଧାନ , ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି |
Post a Comment