ଗାନ୍ଧିନଗର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକତ୍ତୋର ପ୍ରମାଣ ପତ୍ର ଦେଖାଇବା ଆଦେଶ ଖାରଜ । ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୋରିମନା ଲଗାଇଛନ୍ତି । ପିଏମଓ ପ୍ରଧାନମନ୍ତ୍ରୀଙ୍କ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ଦେଖାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ଉଚ୍ଚ ଅଦାଲତ କହିଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ୍ ବିରେନ ବୈଷ୍ଣବ ଏହି ଆବେଦନକୁ ଖାରଜ୍ କରିଛନ୍ତି । ଏହା ସହିତ ଆବେଦନକାରୀଙ୍କୁ ୨୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକତ୍ତୋର ପ୍ରମାଣପତ୍ର ଦେଖାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗଙ୍କୁ ଆବେଦନ କରିଥିଲେ । ପରେ ସୂଚନା ଆୟୋଗ ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ଦେଖାଇବାକୁ ଗୁଜରାଟ ବିଶ୍ବବିଦ୍ୟାଳୟ ଏବଂ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ପାଇଁ ଦିଲ୍ଲୀ ୟୁନିଭରସିଟିକୁ ନିର୍ଦେଶ ଦେଇଥିଲେ । ଏହାକୁ ଗୁଜରାଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଉଚ୍ଚ ଅଦଲତ ଏହାକୁ ଖାରଜ କରିବା ସହିତ କେଜ୍ରିଓ୍ବାଲଙ୍କ ଉପରେ ୨୫ହଜାର ଟଙ୍କା ଜୋରିମନା ଲଗାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ, ସେ ୧୯୭୮ରେ ଗୁଜରାଟ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତକ ଏବଂ ୧୯୮୩ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତକତ୍ତୋର ପାସ୍ କରିଛନ୍ତି । ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା ୟୁନିଭରସିଟି ପକ୍ଷରୁ ପକ୍ଷ ରଖି କହିଥିଲେ, ଏହି ମାମଲାରେ ଲୁଚାଇବାର କିଛି ନାହିଁ । ହେଲେ ବିଶ୍ବବିଦ୍ୟାଳୟକୁ ତଥ୍ୟ ଦେବାକୁ ଚାପ ପକାଇପାରିବେ ନାହିଁ । ସେପଟେ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଜି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।
Post a Comment