loading...

ପାଦ୍ରୀଙ୍କ କଥାକୁ ବିଶ୍ୱାସ କରିବା ହେଲା କାଳ । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ଚାଲିଗଲା ୨୯ଜଣଙ୍କର ଜୀବନ

ଇସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ

ପାଦ୍ରୀଙ୍କ କଥାକୁ ବିଶ୍ୱାସ କରିବା ହେଲା କାଳ  । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ଚାଲିଗଲା ୨୯ଜଣଙ୍କର ଜୀବନ

ସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରିବା ସହ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କୁ ଜନ୍ନତା ବା ସ୍ୱାର୍ଗପ୍ରାପ୍ତି ହେବ । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଏବେ ଶବଗୁଡିକୁ କବର ତଳୁ ଉଦ୍ଧାର କରିଛି ।ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା ।

ସୂଚନା ମୁତାବକ ଗୁଡ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚର ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ କି, ଯଦି ସେମାନେ ଉପାସ ରହି ଆତ୍ମହତ୍ୟା କରିବେ ତେବେ ସେମାନଙ୍କର ଭେଟ ଜିଶୁଙ୍କ ସହ ହେବ ଓ ସେମାନଙ୍କ ଆତ୍ମା ସ୍ୱର୍ଗପ୍ରାପ୍ତି ହେବ । ଏହାପରେ ୨୯ଜଣ ଲୋକ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାଶ କରିବା ସହ ଆତ୍ମହତ୍ୟା କରିଥିଲେ ।ଏନେଇ କେନିୟା ପୋଲିସକୁ ସୂଚନା ମିଳିବା ପରେ ଏବେ ପୋଲିସ କବର ଭିତରୁ ଶବଗୁଡିକୁ ୩ଦିନ ହେବ ଉଦ୍ଧାର କରିବାରେ ଲାଗିଛି । ସେପଟେ କବର ଭିତରୁ ଗୋଟିଏ ପରିବାରର ୫ଜଣ ଲୋକଙ୍କ ଶବ ମିଳିବା ପରେ ଏହାକୁ ନେଇ କେନିୟାରେ ଉଦବେଗ୍ ପ୍ରକାଶ ପାଇଛି । 

ପୋଲିସ ଏପର୍ଯ୍ୟନ୍ତ ମୋଟ ୬୫ଟି କବର ଖୋଳି ସାରିଲାଣି । ୨୯ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇପାରେ ବୋଲି ପୋଲିସ ଆଶଂକା କରିଛି । ସବୁଠାରୁ ଭୟଙ୍କର କଥା କି କିଛି ଶିଶୁଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି । ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଦ୍ରୀ ପଲ ମୈକେଂଜଙ୍କୁ ପୋଲିସ ଗିରଫ କରିଛି । ପାଦ୍ରୀ ଜଣଙ୍କ ନିଜକୁ ନିର୍ଦ୍ଦୋଷ କହିବା ସହ ସେ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ନଥିବା କଥା ବାରମ୍ବାର କରୁଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget