ଭୁବନେଶ୍ବର, ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅତିକ ଅହମ୍ମଦ ଓ ତା ଭାଇ ଅସ୍ରଫର ହତ୍ୟା ପରେ ନୂଆ ନୂଆ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ସାମ୍ନାକୁ ଆସୁଛି। ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗୁଡ୍ଡୁ ମୁସଲିମ୍ । ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ । ୟୁପି ଏସଟିଏଫ ପକ୍ଷରୁ ଅନେକ ଲୋକଙ୍କ ଉପରେ ନଜର ରଖା ଯାଇଛି ଓ ଲଗାତାର ତଲାସୀ ଅଭିଯାନ ମଧ୍ୟ ଚଳାଯାଉଛି। ଉମେଶ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ସନ୍ଧାନରେ ସ୍ଥାନେ ସ୍ଥାନେ ଚଢଉ କରାଯାଉଛି। ଆତତାୟୀଙ୍କ ଗୁଳିରେ ଟଳିବା ପୂର୍ବରୁ ଦୁର୍ଦ୍ଦାନ୍ତ ମାଫିଆ ଡନ୍ ଆତିକର ମୁହଁରେ ଶେଷ ନାଁ ଥିଲା ଗୁଡ୍ଡୁ ମୁସଲିମ୍ । ଆତିକର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍ । ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗୁଡ୍ଡୁ ମୁସଲିମ୍ । ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ । ଗୁଡ୍ଡୁ ମୁସଲିମ ନାଁରେ ରହିଛି ଦୁଇ ଡର୍ଜନରୁ ଅଧିକ ସଙ୍ଗୀନ ମାମଲା ।
ବୋମା ଭିଡ଼ିବା ଠାରୁ ନେଇ ଅପହରଣ, ହତ୍ୟା ଭଳି ମାଳ ମାଳ ସାଙ୍ଘାତିକ ଅଭିଯୋଗ ଅଛି ତା ବିରୋଧରେ । ଏବେ ଗୁଡ୍ଡୁ ମୁସଲିମର ଶେଷ ଲୋକେସନ ଠାବ ହୋଇଛି ଓଡ଼ିଶାରେ । ଉତ୍ତରପ୍ରଦେଶ STF ଗୁଡ୍ଡୁ ମୁସଲିମର ଶେଷ ମୋବାଇଲ ଫୋନ୍ ଲୋକେସନ ପୁରୀରେ ଠାବ କରିଥିବା ଜଣାପଡ଼ିଛି । ଗୁଡ୍ଡୁ ପୁରୀରେ ରହି ଉତ୍ତରପ୍ରଦେଶରେ ନିଜ ଅପରାଧ ନେଟୱର୍କ ପରିଚାଳନା କରୁଥିବା ଜଣାପଡ଼ିଛି ।
କେବଳ ଗୁଡ୍ଡୁ ମୁସଲିମ ନୁହେଁ ଅନେକ ବାହୁବଳୀ ଡନଙ୍କ ନିରାପଦ ସ୍ଥାନର ଠିକଣା ହେଉଛି ଓଡିଶା । ଓଡ଼ିଶାରେ ରହି ନିଜ ଅପରାଧ ସାମ୍ରାଜ୍ୟକୁ ଅନାୟସରେ ପରିଚାଳନା କରୁଛନ୍ତି ବାହାର ରାଜ୍ୟର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ । ଆଉ ଏହି ଅପରାଧିକଙ୍କ ଟେର୍ ପାଉନି ରାଜ୍ୟ ଗୁଇନ୍ଦା ବିଭାଗ । ଜାତୀୟସ୍ତରରେ ବାରମ୍ବାର ନିନ୍ଦିତ ହେଉଛି ଓଡ଼ିଶା ପୋଲିସ । ରାଜ୍ୟ ପୋଲିସଙ୍କ ପାରିବା ପଣିଆ ନେଇ ପୁଣି ଉଠିଲା ପ୍ରଶ୍ନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନରେ ଥରହର ହାର୍ଡକୋର ଅପରାଧୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଓଡ଼ିଶା ।
ଏହି ହତ୍ୟାକାଣ୍ଡର ତଦନ୍ତରେ ଏସଟିଏଫ ପ୍ରାୟ ୫ ହଜାରରୁ ଅଧିକ ମୋବାଇଲ ଫୋନକୁ ସର୍ଭିଲାନ୍ସରେ ରଖିଥିଲା। ଏଥିରୁ ଏବେ ୩ ହଜାର ଫୋନ ସ୍ୱିଚ୍ ଅଫ ହୋଇଯାଇଛି। ଫୋନଗୁଡିକ ଅଚାନକ ସ୍ୱିଚ୍ ଅଫ ହେବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ଏଥିଯୋଗୁ ତଦନ୍ତରେ ବାଧା ଉପୁଜିଛି। କୁହାଯାଉଛି ବନ୍ଦ ହୋଇଥିବା ଅନେକ ନମ୍ବର ଅତିକ୍ର ନିକଟ ସମ୍ପର୍କୀୟମାନଙ୍କର। ଏଣୁ ଏସଟିଏଫ ତଦନ୍ତରେ ସେମାନେ ଆତଙ୍କିତ ହୋଇପଡିଛନ୍ତି ଓ ତଦନ୍ତ ଯେପରି ସେମାନଙ୍କ ଦ୍ୱାରକୁ ନ ପହଞ୍ଚି ଯାଏ ସେଥିଲାଗି ଲୋକେ ଫୋନ ସ୍ୱିଚ୍ ଅଫ କରିଦେଇଛନ୍ତି।
ଆଜି ନୁହେଁ ଗତି କିଛି ବର୍ଷର ଅପରାଧିକ ଟ୍ରାକ ରେକର୍ଡ ଏହା ସ୍ପଷ୍ଟ ଭାବେ ଭାବେ ବୟାନ କରୁଛି । ୨୪ ଜାନୁଆରୀ ୨୦୦୮ରେ ମାଫିଆ ଡନ୍ ବ୍ରିଜେଶ ସିଂକୁ ଦିଲ୍ଲୀର ସ୍ପେଶାଲ ସେଲ୍ ରାଜଧାନୀ ଭୁବନେଶ୍ବରରୁ ଗିରଫ କରିଥିଲା । ସେହିପିର ନିସିଦ୍ଧ ସଂଗଠନ ସିମିର 4 ସଦସ୍ୟ ୨୦୧୬ ମସିହାରେ ରାଉରକେଲାରୁ ସେଣ୍ଟ୍ରାଲ ସ୍ପେଶାଲ ଫୋର୍ସ ଦ୍ବାରା ଗିରଫ ହୋଇଥିଲେ । ଅନ୍ୟ ଏକ ଘଟଣାରେ ୨୦୧୪ରେ ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନର ସ୍ଲିପିଂ ସେଲ୍ ଲିଙ୍କରେ ଏକାସାଙ୍ଗରେ ରାଜ୍ୟର କଟକ, ଭୁବନେଶ୍ବର ଓ ପୁରୀରେ ଚଢ଼ାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ।
ସେହିଭଳି ସାଲେପୁରରୁ ଅବଦୁଲ ରେହେମାନ୍ କୁ ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଲିଙ୍କ୍ ଓ ବେଆଇନ ମଦ୍ରାସା ଚଳାଇ ଦେଶ ବିରୁଦ୍ଧରେ କୋମଳମତି ଶିଶୁ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗରେ ଗିରଫ କରିଥିଲା "ର"। ଏହିସବୁ ଘଟଣା ପରେ ରାଜ୍ୟ ସରକାରଙ୍କ ପୁଲିସ, ଗୁଇନ୍ଦା ବିଭାଗ ଏବେ କାଠ ଗଡାରେ । ଦେଶ ବିରୋଧି ତତ୍ତ୍ଵ ହଉ କି ଅନ୍ୟ ରାଜ୍ୟ ମାନଙ୍କର ମୋଷ୍ଟ୍ ୱାଣ୍ଟେଡ ମାଫିଆ ଡନ ମାନେ ଆଇନ ଫାଶରୁ ବଞ୍ଚିବା ପାଇଁ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି। ଯାହା ରାଜ୍ୟ ପୋଲିସର ପରିବାପଣିଆ ଏବଂ ଓଡ଼ିଶା ଗୃହ ବିଭାଗର ଅପାରଗତାକୁ ପ୍ରମାଣିତ କରୁଛି ।
Post a Comment