ନୂଆଦିଲ୍ଲୀ, ଶେଷରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ' ଦି କେରଳ ଷ୍ଟୋରୀ' ର ଟ୍ରେଲର। ସମ୍ମୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ 'ଦି କେରଳ ଷ୍ଟୋରୀ' ରିଲିଜ୍ ହୋଇଯାଇଛି ୨୭ ଏପ୍ରିଲରେ। ଫିଲ୍ମର ଟ୍ରେଲର ଦେଖିଲା ପରେ ଭୟାନକ ସତ୍ୟ ଆସିଛି ସାମ୍ନାକୁ। ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘କେରଳ କାହାଣୀ’। କେରଳରେ ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ୍ ହୋଇଯିବା ଘଟଣା ଏବଂ ଏହା ପଛରେ ଆତଙ୍କୀ ସଂଗଠନ ISISର ହାତ ଥିବାର ଏକ କାହାଣୀ ବଡ଼ ପରଦାରେ ରିଲିଜ୍ । ଏଥିରେ ଦର୍ଶାଯାଇଛି ଯେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ କିପରି ୩୨ ହଜାର କେରଳ ହିନ୍ଦୁ ଯୁବତୀଙ୍କୁ ଅପହରଣ କରିନେଇ ସେମାନଙ୍କୁ ଲଭ୍ ଜିହାଦର ଶିକାର କରିଥିଲା । ଖାଲି ସେତିକି ନୁହେଁ ଏହି ଯୁବତୀଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ କରିଥିଲା ଆଇଏସଆଇଏସ ।
ବୁଧବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ଟ୍ରେଲରେ ଦେଖିଲା ପରେ ଲୋକଙ୍କ ମନରେ ଆତଙ୍କ ଖେଳିଛି। ଫିଲ୍ମୀରେ ମୁଖ୍ୟ ଭୁମିକା ନିଭାଇଛନ୍ତି ଆଦା ଶର୍ମା । ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ କରି ଆଦା ଶର୍ମା ଲେଖିଛନ୍ତି, ' ଯେଉଁଟା ସତ୍ୟ ତାହା ଆପଣଙ୍କୁ ଦେଖିବାକୁ ଆଉ ଶୁଣିବାକୁ ହେଲେ ଧର୍ଯ୍ୟ ରଖିବାକୁ ପଡିବ। ହଜାର ହଜାର ନିରୀହ ମହିଳାଙ୍କୁ ବ୍ୟବସ୍ଥିତ ଭାବରେ କନଭର୍ଟ କରାଯାଇଥିଲା। ତାଙ୍କୁ ତାଙ୍କ ଇଚ୍ଚା ବିରୋଧରେ ବିଭିନ୍ନ ଅନୈତିକ, ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ କରାଯାଇଥି ଶେଷରେ ଏ ସମସ୍ତ ମହିଳାଙ୍କୁ ହତ୍ୟା କରାଯାଇଛି।| ଏହା ହେଉଛି ଦି କେରଳ ଷ୍ଟୋରୀର କହାଣୀ। ଯାହା ଅତ୍ୟନ୍ତ ଭୟାନକ ସତ୍ୟକୁ ସାମନାକୁ ଆଣୁଛି। ଏହି ଫିଲ୍ମ 5 ମଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏକ ସର୍ଟ ଟିଜର୍ ଜାରି କରାଯାଇଛି । ଯେଉଁଥିରେ କେରଳରେ ହେଉଥିବା ହଜାର ହଜାର ଝଅଙ୍କ ତସ୍କରୀ ଏବଂ ଅବୈଧ ବ୍ୟାପାର ସମ୍ୱନ୍ଧରେ ଦେଖାଯାଇଛି । ଟିଜର ମୁତାବିକ୍ ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ୩୨ ହଜାରରୁ ଅଧିକ ମହିଳାଙ୍କ ଅପହରଣ ହୋଇଛି । ଏହି ଠାରୁ ହିଁ କେରଳକୁ ଏକ ଇସ୍ଲାମିକ୍ ରାଜ୍ୟରେ ବଦଳାଇବା ପାଇଁ ଅବିଯାନ ମଧ୍ୟ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେରଳରେ ଏହିପରି ଘଟଣା ଏକ ଦଶକରୁ ମଧ୍ୟ ଅଧିକ ବର୍ଷ ଧରି ଦେଖିବାକୁ ମିଳୁଛି । ଏହା ଉପରେ ଫିଲ୍ମ ନିର୍ମାତା ଲମ୍ୱା ସମୟ ଧରି ରିସର୍ଚ୍ଚ କରିଥିବା କୁହାଯାଉଛି ।
ତେବେ ଫିଲ୍ମର ଟ୍ରେଲର ଦେଖି କିଛି ଲୋକ ନିଜର ପ୍ରତିକ୍ରିୟାରେ କହିଛନ୍ତି 'ଏହା ହେଉଛି ଏଥର ସବୁଠାରୁ ବଡ ପ୍ରସଙ୍ଗ, ଯାହାକୁ ହାଇଲାଇଟ୍ କରାଯିବା ଉଚିତ୍।' ଜଣେ ଲେଖିଛନ୍ତି, 'ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ। ତେବେ ମେ ୫ ତାରିଖକୁ ଅପେକ୍ଷା ୩୨୦୦୦ ହିନ୍ଦୁ ନିରିହ ଯୁବତୀଙ୍କ ଉପରେ ହୋଇଥିବା ଆଇଏସଆଇର ବର୍ବର କାଣ୍ଡର ହେବ ପର୍ଦ୍ଦାଫାସ୍।
Post a Comment