loading...

ଅତିକ୍‌ ଅହମ୍ମଦ ଓ ଅଶ୍ରଫ୍‌ଙ୍କୁ ଶହୀଦ ଦର୍ଶାଇ ଲାଗିଲା ପୋଷ୍ଟର । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

,ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲାରେ ମଜାଲଙ୍ଗାବ ଛକରେ ଅତୀକ୍‌ ଓ ଅସ୍ରଫ୍‌କୁ ଶହୀଦ୍‌ ବୋଲି ଲେଖି ଏକ ପୋଷ୍ଟର ଲଗାଯାଇଥିଲା

ଅତିକ୍‌ ଅହମ୍ମଦ ଓ ଅଶ୍ରଫ୍‌ଙ୍କୁ ଶହୀଦ ଦର୍ଶାଇ ଲାଗିଲା ପୋଷ୍ଟର । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ


ଲଖନଉ,ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲାରେ ମଜାଲଙ୍ଗାବ ଛକରେ ଅତୀକ୍‌ ଓ ଅସ୍ରଫ୍‌କୁ ଶହୀଦ୍‌ ବୋଲି ଲେଖି ଏକ ପୋଷ୍ଟର ଲଗାଯାଇଥିଲା। ଏହି ଖବର ପାଇ ବୀଡ୍‌ ପୋଲିସ୍ ସେହି ହୋର୍ଡିଂକୁ ତୁରନ୍ତ ହଟାଇଦେଇଛି। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କର ଅତିକ୍‌ ଗ୍ୟାଙ୍ଗ ସହିତ କିଛି ସମ୍ପୃକ୍ତି ଅଛିକି? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ଅତିକ୍‌ ଓ ଅସ୍ରଫ୍‌ର ହତ୍ୟାକାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତିନି ଅପରାଧିଙ୍କୁ ଅଦାଲତ ପୋଲିସ ହେପାଜତରେ ପଠାଇ ଦେଇଛି। ଅନ୍ୟପଟେ ମାଫିଆ ଅତିକ୍‌ ଓ ଅଶ୍ରଫ୍‌କୁ କେଲ୍‌ଭିନ୍ ମେଡ଼ିକାଲକୁ ନେବାବେଳେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କାରଣରୁ ପ୍ରୟାଗ୍‌ରାଜ୍‌ ପୋଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶାହଗଞ୍ଜ ଥାନାଧିକାରୀ ଅଶ୍ୱିନୀ ସିଂହ, ଧୂମନଗଞ୍ଜ ଥାନା ଅନ୍ତର୍ଗତ ଆଉଟ୍‌ପୋଷ୍ଟ ଅଧିକାରୀ ନିୱନ୍‌ ପ୍ରୀତ୍‌ ପାଣ୍ଡେ, ସବ୍‌ ଇନ୍ସପେକ୍ଟର ଶିବ ପ୍ରସାଦ ମୌର୍ଯ୍ୟ, କନଷ୍ଟେବଲ ଜୟମେଶ କୁମାର ଓ ସଞ୍ଜୟ ପ୍ରଜାପତିଙ୍କୁ ନିଲମ୍ୱନ କରାଯାଇଛି। ଏସଆଇଟି ରିପୋର୍ଟ ଆଧାରରେ ପୋଲିସ ଅଧିକାରୀମାନେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ୍‌ ୧୫ ରାତିରେ କେଲ୍‌ବିନ୍‌ ହସପିଟାଲ୍‌ ପରିସରରେ ଶନି ସିଂହ, ଲଭଲେଶ ତିୱାରି, ଓ ଅରୁଣ ମୌର୍ଜ୍ୟ ନାମକ ତିନି ଆକ୍ରମଣକାରୀ ଅତିକ ଓ ଅସ୍ରଫଙ୍କୁ ଗୁଳି କରିଥିଲେ। ପୋଲିସ ଅତିକ୍‌ ଓ ଅଶ୍ରଫ୍‌କୁ ଉମେଶ୍‌ ପାଲ୍‌ ହତ୍ୟା ମାମଲାରେ ପଚରାଉଚୁରା ପାଇଁ ୪ ଦିନ ରିମାଣ୍ଡରେ ନେଇଥିଲା। କିନ୍ତୁ ରିମାଣ୍ଡ ଅବଧି ସରିବା ପୂର୍ବରୁ ଉପରୋକ୍ତ ତିନି ଅପରାଧି ତାଙ୍କୁ ଗଣମାଧ୍ୟମ ସାମ୍ନାରେ ଗୁଳିକ କରି ହତ୍ୟା କରିଥିଲେ। ପରେ ସେମାନଙ୍କୁ ପୋଲିସ କାବୁ କରିବା ସହିତ ମାମଲାର ଆଗାମୀ ଯାଞ୍ଚ ଜାରି ରଖିଛି।      
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget