loading...

ଯାତ୍ରୀବାହୀ ବସ୍‌ରୁ ବିପୁଳ ପରିମାଣରେ ଖଣ୍ଡା ଜବତ। ବସ୍ ଚାଳକ ଓ ଖଲାସୀ ସମେତ ୭ଗିରଫ

ବିହାର ଭାଗଲପୁର ପୋଲିସ ଏକ ଯାତ୍ରୀବାହୀ ବସ୍‌ରେ ଅବୈଧ ଚାଲାଣ କରାଯାଉଥିବା ବିପୁଳ ପରିମାଣରେ ଖଣ୍ଡା ଜବତ କରିଛି

ଯାତ୍ରୀବାହୀ ବସ୍‌ରୁ ବିପୁଳ ପରିମାଣରେ ଖଣ୍ଡା ଜବତ। ବସ୍ ଚାଳକ ଓ ଖଲାସୀ ସମେତ ୭ଗିରଫ


ଭାଗଲପୁର, ବିହାର ଭାଗଲପୁର ପୋଲିସ ଏକ ଯାତ୍ରୀବାହୀ ବସ୍‌ରେ ଅବୈଧ ଚାଲାଣ କରାଯାଉଥିବା ବିପୁଳ ପରିମାଣରେ ଖଣ୍ଡା ଜବତ କରିଛି। ତସ୍କର ଚୋରା ଲୁଚାରେ ଅଖାରେ ବାନ୍ଧି ଶହଶହ ଖଣ୍ଡା ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି। ଗୁପ୍ତ ସୂଚନା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ବସ୍‌ରେ ଖଣ୍ଡା ନେଇ ଯାଉଥିବା ୪ ଜଣଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି। ଏହି ଖଣ୍ଡା ବୋକାରୋରୁ ନେଇ ୪ ଜଣ ପୂର୍ଣ୍ଣିଆ ଯାଉଥିଲେ

ପୋଲିସ ଜଗଦୀଶପୁର ସନହୌଲା ମୋଡ ନିକଟରେ ବସକୁ ଅଟକାଇ ଯାଞ୍ଚ କରିଥିବା ବେଳେ ମୋଟ ୩୫୦ଟି ଖଣ୍ଡା ଜବତ କରିଛି। ତସ୍କରଙ୍କଠାରୁ ଏହି ଖଣ୍ଡା କ୍ରୟ କରୁଥିବା ଲୋକକୁ ମଧ୍ୟ ପୋଲିସ ଗିରଫ କରିଛି। ପଚରା ଉଚରାରୁ ଖଣ୍ଡା ଯୋଗାଣକାରୀ ଝାଡଖଣ୍ଡର ବାସିନ୍ଦା ବୋଲି ଜଣାପଡିଛି। ସେହିପରି ଯେଉଁ ବସ୍‌ରେ ଅସ୍ତ୍ରର ଚୋରା ଚାଲାଣ ହେଉଥିଲା ପୋଲିସ ସେହି ବସ୍‌ର ଡ୍ରାଇଭର ଓ ଖଲାସୀ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରିଛି।

ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ରେ ଖଣ୍ଡା ଚୋରାଚାଲାଣ ହେଉଥିବା ନେଇ ପୂର୍ବରୁ ପୋଲିସ ନିକଟରେ ସୂଚନା ଥିଲା। ସେହି ଅନୁସାରେ ପୋଲିସ ଜଗଦୀଶପୁର ସିନହୋଲା ମୋଡ ନିକଟରେ ଜଗି ରହିଥିବା ବେଳେ ବସ୍ ଆସିବାମାତ୍ରେ ଅଟକା ଯାଇଥିଲା। ପୋଲିସ ବସ୍ ଭିତରେ ଓ ଛାତରେ ଯାଞ୍ଚ କରିବା ବେଳେ ୬ରୁ ଅଧିକ ଅଖାରେ ଖଣ୍ଡା ବନ୍ଧା ହୋଇ ରହିଥିବା ଦେଖାଯାଇଥିଲା। କୁହାଯାଉଛି ଏହି ଖଣ୍ଡା ବୋକାରୋରୁ ଅଣାଯାଉଥିବା ବେଳେ ଭାଗଲପୁର ପୋଲିସ ହାତରେ ଧରାପଡିଛି। ମାମଲାର ତଦନ୍ତ ଜାରି ରହିଛି।  
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget