ନୂଆଦିଲ୍ଲୀ, ରାମ ଲାଲାଙ୍କର ଜଳାଭିଷେକ ହେବ। ଏଥିପାଇଁ ୧୫୫ଟି ଦେଶର ନଦୀରୁ ପାଣି ଆସି ଉତ୍ତର ପ୍ରଦେଶରେ ପହଞ୍ଚିଛି। ଉଜବେକିସ୍ତାନ, ପାକିସ୍ତାନ ଓ ଚୀନ ନଦୀରୁ ବି ପାଣି ଆସି ଗୁରୁବାର ସକାଳେ ଅଯୋଧ୍ୟାରେ ପହଞ୍ଚିଛି। ଏପ୍ରିଲ ୨୩ ତାରିଖର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ପାଣିରେ ରାମ୍ ଲାଲାଙ୍କର ଜଳାଭିଶେକ କରିବେ।
୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଅଯୋଧ୍ୟା ଆଣିବାର ଦାୟିତ୍ୱ ଦିଲ୍ଲୀ ବିଜେପି ନେତା ବିଜୟ ଜଲୀଙ୍କୁ ଦିଆଯାଇଥିଲା। ଏବେ ସେ ୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଏହାକୁ ଅଯୋଧ୍ୟାରେ ପହଞ୍ଚାଇ ଦେଇଛନ୍ତି। ଉପରୋକ୍ତ ୩ ଦେଶ ବ୍ୟତୀତ ତାଞ୍ଜାନିଆ, ନାଇଜେରିଆ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେପାଳ, ଭୁଟାନ, ମାଳଦ୍ୱୀପ ଓ ବାଂଲାଦେଶକୁ ମଧ୍ୟ ଜଳାଭିଷେକ ପାଇଁ ପାଣି ଅଣାଯାଇଛି। ଏପ୍ରିଲ୍ ୨୩ ତାରିଖରେ ମଣିରାମ ଦାସ ଚାୱନୀ ଅଡିଟୋରିଆମ ସେଣ୍ଟରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳାଭିଷେକ କରିବେ।
ବିଜେପି ନେତା ବିଜୟ କହିଛନ୍ତି, ଆଣ୍ଟ୍ରାଟିକାରୁ ମଧ୍ୟ ଜଳ ଅଯୋଧ୍ୟାକୁ ଆସିଛି। ସାଧାରଣ ସେଠାରେ କେହି ପହଞ୍ଚି ପାରନ୍ତି ନାହିଁ। କିନ୍ତୁ ରାମ ଲଲାଙ୍କ ପାଇଁ ସେଠାରୁ ମଧ୍ୟ ପାଣି ଅଣାଯାଇଥିବା ସେ କହିଛନ୍ତି। ଏପ୍ରିଲ ୨୩ ତାରିଖରେ ମଣିଦାସ ଚୱନି ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳ କଳସ ଗ୍ରହଣ କରିବେ। ଏହାପରେ ଏହାକୁ ସେମାନେ ପୂଜା କରିବେ। ପାଣି ଯେଉଁ ସବୁ ଦେଶରୁ ଆସିଛି, କଳସରେ ସେହି ଦେଶର ପତାକା, ଦେଶର ନାଁ ଓ ନଦୀର ନାଁ ଥିବା ଷ୍ଟିକର ଲଗାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଭାଗ ନେବେ।
ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ପ୍ରଥମେ ସେଠାକାର ନଦୀର ଜଳ ଦୁବାଇ ପଠାଇଥିଲେ। ଦୁବାଇରୁ ଏହା ଦିଲ୍ଲୀକୁ ଅଣାଯାଇଛି। ଦିଲ୍ଲୀରୁ ବିଜୟ ଜଲୀ ପାଣିକୁ ଅଯୋଧ୍ୟା ଆଣିଛନ୍ତି। ୟୁକ୍ରେନ, ରୁଷ, ତିବ୍ବତ, କାନାଡା ଓ କାଜାଖସ୍ତାନରୁ ମଧ୍ୟ ଜଳାଭିଷେକ ପାଣି ଅଯୋଧ୍ୟାକୁ ଆସିଛି। ଯେଉଁ ଯେଉଁ ଦେଶରୁ ପାଣି ଆସିଛି ସେହିସବୁ ଦେଶର ଜାତୀୟ ପତାକା ଓ ଦେଶର ନା ଜଳପାତ୍ରରେ ଲେଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରେ ଦୂତାବାସ ମଧ୍ୟ ସହଯୋଗ କରିଛନ୍ତି। ପ୍ରଥମେ ପାକିସ୍ତାନର ହିନ୍ଦୁମାନଙ୍କ ଦ୍ୱାରା ନଦୀ ଜଳ ପଠାଯାଇଥିଲା। ସେମାନେ ପ୍ରଥମେ ଦୁବାଇକୁ ନଦୀ ଜଳ ପଠାଇଥିଲେ। ସେଠାରୁ ପବିତ୍ର ଜଳକୁ ଦିଲ୍ଲୀ ଅଣାଯାଇଥିଲା।
Post a Comment