ନୂଆଦିଲ୍ଲୀ, ଇମ୍ଫାଲ୍ରେ ନିଯୁକ୍ତ ହୋଇଥିବା ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ମଣିପୁରରେ ଘଟିଥିବା ହିଂସାକାଣ୍ଡ ସମୟରେ ସରକାରୀ ବାସଭବନରୁ ଟାଣି ନେଇ ହତ୍ୟା କରାଯାଇଥିବା କଥା ଶୁକ୍ରବାର ଦିନ ଭାରତୀୟ ରାଜସ୍ବ ସେବା ସଂଘ (ଆଇଆର୍ଏସ୍) କହିଛି। ଟୁଇଟ୍ କରି ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଲେଖିଛି ଯେ, ଏହି ଘୃଣ୍ୟ ହିଂସାକାଣ୍ଡରେ ଇମ୍ଫାଲ୍ରେ ଟିକସ ସହକାରୀ ଲେତ୍ମିଥାଙ୍ଗ୍ ହାଓକିପ୍ଙ୍କର ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଜଣେ ନିରୀହ ସରକାରୀ କର୍ମଚାରୀଙ୍କ ହତ୍ୟା କରାଯିବା ଘଟଣାକୁ କୌଣସି ତ୍ୟାଗ ବା ଆଦର୍ଶ ଯଥାର୍ଥ ବୋଲି ପ୍ରତିପାଦିତ କରିପାରିବ ନାହିଁ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଆମର ସମବେଦନା।ହାଓକିପ୍ଙ୍କ ଫଟୋ ପୋଷ୍ଟ୍ କରି ସଂଘ ଆହୁରି ମଧ୍ୟ କହିଛି ଯେ, ଇମ୍ଫାଲ୍ସ୍ଥିତ ସରକାରୀ କ୍ବାର୍ଟର୍ସରୁ ଘୋଷାରି ଆଣି ମଣିପୁରୀ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ମାରି ପକାଇଛନ୍ତି।
ମଣିପୁର ଜଳୁଛି, ସହାୟତା କରନ୍ତୁ’। ବକ୍ସର ମେରୀ କୋମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟରରେ ଏହି ନିବେଦନ କରିଥିଲେ। ଏହି ପୋଷ୍ଟରେ ମେରୀ କୋମ ଜଳୁଥିବା ଘର ଓ ଗାଡ଼ିର ଫଟୋ ମଧ୍ୟ ସେୟାର କରିଥିଲେ। ମେ ୩ ତାରିଖ ଦିନ ମଣିପୁରରେ ହିଂସା ସୃଷ୍ଟି ହୋଇଥିଲା, ଦେଖୁ ଦେଖୁ ଏହା ନିଆଁର ରୂପ ନେଇ ଅନେକ ଘର ଜାଳିପୋଡି ଛାରଖାର କରିଦେଇଛି। ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା କଥା ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।
ମଣିପୁରରେ ମେଇତୀ ସମୂଦାୟର ଜନସଂଖ୍ୟା ସବୁଠୁ ଅଧିକ। ରାଜ୍ୟର ମୋଟ ଜନସଂଖ୍ୟାର ୬୪.୬ ପ୍ରତିଶତ ହେଉଛନ୍ତି ମେଇତୀ। ତେବେ ଜନସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ମେଇତୀ ସମୂଦାୟ ମାତ୍ର ୧୦ ପ୍ରତିଶତ ଭୂ-ଭାଗରେ ବସବାସ କରୁଛନ୍ତି ବାକି ୯୦ ପ୍ରତିଶତ ପାହାଡରେ ରହୁଛନ୍ତି। ମେଇତୀ ବସବାସ କରୁଥିବା ଭୂ-ଭାଗରେ ନାଗା ଓ କୁକି ସମୂଦାୟ ମଧ୍ୟ ରହୁଛନ୍ତି, ଯେଉଁମାନେ ମେଇତୀମାନଙ୍କୁ ବିରୋଧ କରୁଛନ୍ତି।ମେଇତୀ ସମୂଦାୟଙ୍କୁ ବିରୋଧ କରୁଥିବା ଜନଜାତିଙ୍କ କହିବା କଥା ହେଲା ମେଇତୀ ଏକ ମଜଭୁତ ସମୂଦାୟ। ଏହାର ଜନସଂଖ୍ୟା ମଧ୍ୟ ସବୁଠୁ ଅଧିକ ଓ ଏମାନେ ସହରାଞ୍ଚଳମାନଙ୍କରେ ରହୁଛନ୍ତି। ବିରୋଧୀମାନଙ୍କ କହିବା କଥା ହେଲା ମେଇତୀମାନଙ୍କୁ ସେହି ସବୁ ସୁବିଧା ସୁଯୋଗ ମିଳୁଛି ଯାହା ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅନ୍ୟ ଜନଜାତି ଲୋକଙ୍କୁ ମିଳୁ ନାହିଁ।
Post a Comment