loading...

ପ୍ରଥମେ ରାମଲଲାଙ୍କୁ ବନ୍ଦ କଲେ । ଏବେ ବଜରଙ୍ଗବାଲୀଙ୍କୁ ତାଲା ପକାଇ ଦେବାକୁ ଚାହୁଁଛି କଂଗ୍ରେସ: ମୋଦୀ

କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଆସିଲେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ସାମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ବ୍ୟାନ କରିବ ବୋଲି କହିଛି

ପ୍ରଥମେ ରାମଲଲାଙ୍କୁ ବନ୍ଦ କଲେ । ଏବେ ବଜରଙ୍ଗବାଲୀଙ୍କୁ ତାଲା ପକାଇ ଦେବାକୁ ଚାହୁଁଛି କଂଗ୍ରେସ: ମୋଦୀ


ବେଙ୍ଗାଲୁରୁ,ମଇ ୧୦ରେ ହେବାକୁ ଥିବା ଭୋଟିଂ ପୂର୍ବରୁ ଷ୍ଟାର ପ୍ରଚାରକଙ୍କ ପ୍ରଚାର ନିର୍ବାଚନୀ ମୈଦାନକୁ ସରଗରମ ରଖିଛି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ରାଜ୍ୟର ହୋସପେଟରେ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଏହା ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସକୁ ପ୍ରଥମେ ପ୍ରଭୁ ଶ୍ରୀରାମ ଠାରୁ ଅସୁବିଧା ହେଉଥିଲା ଏବେ ଜୟ ବଜରଙ୍ଗବଲୀ କହୁଥିବା ଲୋକଙ୍କ ଠାରୁ ଅସୁବିଧା ହେଉଛି ।ପିଏମ୍ ମୋଦୀ କହିଛନ୍ତି, ବିଜେପି କର୍ଣ୍ଣାଟକର ମର୍ଯ୍ୟଦା ଏବଂ ସଂସ୍କୃତିର ହାନୀ ହେବାକୁ ଦେବ ନାହିଁ ।

କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଆସିଲେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ସାମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ବ୍ୟାନ କରିବ ବୋଲି କହିଛି। ଏହାକୁ ଦଳ ତାର ନିର୍ବାଚନୀ ହିସ୍ତାହାରରେ ମଧ୍ୟ ସାମିଲି କରିଛି। କଂଗ୍ରେସ ତାର ଇସ୍ତାହାରରେ ବଜରଙ୍ଗ ଦଳ କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ହନୁମାନ ବା ବଜରଙ୍ଗବାଲୀଙ୍କ କଥା କହିଛନ୍ତି। ଏହି ପ୍ରସଙ୍ଗରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କର୍ଣ୍ଣାଟକାର ହୋସପେଟରେ ଆୟୋଜିତ ନିର୍ବାଚନ ରାଲିରେ ମୋଦି କହିଛନ୍ତି, ପୂର୍ବରୁ ଭଗବାନ ରାମଙ୍କୁ ନେଇ କଂଗ୍ରେସର ସମସ୍ୟା ଥିଲେ। ଏବେ ଦଳ ଜୟ ବଜରଙ୍ଗବାଲୀ କହୁଥିବା ଲୋକଙ୍କ ଉପରେ ରୋକ ଲଗାଇବାକୁ ଚାହୁଁଛି।

ଭଗବାନ ହନୁମାନଙ୍କ ମାଟିରେ ମୁଁ ଯେତେବେଳେ ମୋ ସମ୍ମାନ ଜଣାଇବାକୁ ଆସିଛି ସେତେବେଳେ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗବାଲୀଙ୍କୁ ଲକ କରିବାକୁ ନିଷ୍ପତ୍ତି ନେଇଛି। ଆମେ କେବେ ହେଲେ କାହାକୁ କର୍ଣ୍ଣାଟକାର ସମ୍ମାନ ଓ ସଂସ୍କୃତିକୁ କ୍ଷତି ପହଞ୍ଚାଇବାକୁ ଦେବୁ ନାହିଁ। ମେ ୧୦ ତାରିଖ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ଜାରି କରାଯାଇଛି। କଂଗ୍ରେସ ପାର୍ଟି ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହନୁମାନ ଜୀଙ୍କ ଏହି ପବିତ୍ର ଭୂମିକୁ ପ୍ରଣାମ କରିବା ମୋ ପାଇଁ ବଡ଼ ସୌଭାଗ୍ୟର କଥା । ଦୁର୍ଭାଗ୍ୟ ଦେଖନ୍ତୁ, ମୁଁ ଆଜି ଯେତେବେଳେ ହନୁମାନ ଜୀଙ୍କୁ ପ୍ରଣାମ କରିବାକୁ ଆସିଛି, ସେହି ସମୟରେ କଂଗ୍ରେସ ପାର୍ଟି ନିଜ ସଂକଳ୍ପପତ୍ରରେ ବଜରଙ୍ଗବଲୀଙ୍କୁ ତାଲାରେ ବନ୍ଦୀ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ପ୍ରଥମେ ଶ୍ରୀ ରାମଙ୍କୁ ତାଲାରେ ବନ୍ଦ କରିଥିଲା ଆଉ ଏବେ ଜୟ ବଜରଙ୍ଗବଲୀ କହୁଥିବା ଲୋକଙ୍କୁ ତାଲାରେ ବନ୍ଦୀ କରିବାକୁ ସଂକଳ୍ପ ନେଇଛି। ସେ କହିଛନ୍ତି ଯେ କଂଗ୍ରେସ ଶାସନରେ ସହର ଏବଂ ଗାଁ ମଧ୍ୟରେ ଦୂରତାର ଅଧିକ ହୋଇଥିଲା । 

ସମ୍ବିଧାନରେ ପ୍ରଦତ୍ତ ଆଇନ ଆମେ ବିଶ୍ୱାସ କରୁ। କୌଣସି ବ୍ୟକ୍ତିବିଶେଷ କିମ୍ବା ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଆଇନକୁ ଭାଙ୍ଗି ଘୃଣା ସୃଷ୍ଟି କରିପାରିବେ ନାହିଁ। ସେଭଳି ସଂଗଠନକୁ କଂଗ୍ରେସ କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ୟାନ ମଧ୍ୟ କରିବ ବୋଲି କଂଗ୍ରେସ କହିଛି। ଦିନକ ପୂର୍ବରୁ ବିଜେପି ମଧ୍ୟ କର୍ଣ୍ଣାଟକା ନିର୍ବାଚନକୁ ଦୃଷ୍ଟିରେ ରଖି ତାର ଇସ୍ତାହାର ଜାରି କରିଥିଲେ। ଏହି ଇସ୍ତାହାର ଦ୍ୱାରା ବିଜେପି କର୍ଣ୍ଣାଟକାକୁ ଭାରତର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ବିଜେପି ତାର ଇସ୍ତାହାରରେ ଏକକ ନାଗରିକ ସଂହିତା, ଏନଆରସି, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ପ୍ରତିଦିନ ବିପିଏଲ ପରିବାରକୁ ମାଗଣାରେ ହାଫ ଲିଟର କ୍ଷୀର ଦେବ ବୋଲି ମଧ୍ୟ କହିଛି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget