ନୂଆଦିଲ୍ଲୀ, ‘ରାମାୟଣ’କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି। ତେବେ ଏହି ଫିଲ୍ମ ପାଇଁ ଉତ୍ସୁକ ଥିବା ଦର୍ଶକଙ୍କ ପାଇଁ ଖୁସି ଖବର। କାରଣ ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ରାମାୟଣ ଉପରେ ଆଧାରିତ ନିର୍ଦ୍ଦେଶକ ଓମ୍ ରାଉତ୍ଙ୍କ ଏହି ଫିଲ୍ମଟି ଆଗାମୀ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ।
ନିର୍ଦ୍ଦେଶକ ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଆଦିପୁରଷ’ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ହୋଇଛି। ଏହାରି ମଧ୍ୟରେ ମଙ୍ଗଳବାର ଲଞ୍ଚ ହୋଇଛି ଆଦିପୁରଷର ଟ୍ରେଲର। ଫିଲ୍ମରେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବାବେଳେ ମାତା ସୀତାଙ୍କ ଭୂମିକା ନିଭାଇଛନ୍ତି ଅଭିନେତ୍ରୀ କ୍ରୀତି ସାନନ। ଅନେକ ବିବାଦର ସାମ୍ନା କରିଥିବା ଏହି ଫିଲ୍ମର ରିଲିଜ୍କୁ ଅପେକ୍ଷା କରିଛନ୍ତି ଲୋକେ। ତେବେ ଟିଜର ତୁଳନାରେ ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରାଯାଉଛି। ସୂଚନାଥାଉ, ଏହାପୂର୍ବରୁ ଜାରି ଆଦିପୁରୁଷର ପୋଷ୍ଟର ଏବଂ ଟିଜର ସମାଲୋଚନାର ଶିକାର ହୋଇଥିଲା।
ଟ୍ରେଲରରେ ଭଗବାନ ରାମଙ୍କ ଭୂମିକାରେ ପ୍ରଭାସଙ୍କ ଲୁକ୍କୁ ଖୁବ୍ ପ୍ରସନ୍ଦ କରୁଛନ୍ତି ଫ୍ୟାନ୍। ଟ୍ରେଲରରେ ପ୍ରଭାସଙ୍କ ଲୁକ୍ ଏବଂ ଦମଦାର ଡାଇଲଗ୍ ମଧ୍ୟ ରହିଛି। ଏହା ସହ ଫିଲ୍ମର ସବୁ ଚରିତ୍ରଙ୍କ ଲୁକ୍ ମଧ୍ୟ ଖୁବ୍ ଦମଦାର ରହିଛି। ସେ ହନୁମାନ ହୁଅନ୍ତୁ କିମ୍ବା ରାବଣ ବେଶରେ ନଜର ଆସିବାକୁ ଯାଉଥିବା ସୈଫ୍ ଅଲୀ ଖାନ୍ଙ୍କ ଲୁକ୍ ମଧ୍ୟ ଖୁବ୍ ଦମଦାର ରହିଛି। ଫିଲ୍ମର ମ୍ୟୁଜିକ୍ ସହ ଟ୍ରେଲରରେ ଡାଇଲଗ୍ ମଧ୍ୟ ଆକର୍ଷଣୀୟ ରହିଛି। ଫିଲ୍ମରେ ଭିଏଫଏକ୍ସରେ ଖୁବ୍ ବ୍ୟବହାର କରାଯାଇଛି। ଟ୍ରେଲରରେ ଜୟ ଶ୍ରୀ ରାମ ଧ୍ବନି ଶୁଣିବାକୁ ମିଳିଛି। ବଡ଼ କଥା ହେଉଛି ଟିଜର ତୁଳନାରେ ଟ୍ରେଲରରେ ଭିଏଫଏକ୍ସରେ ବେଶ୍ ସୁଧାର କରାଯାଇଛି। ଫିଲ୍ମ ୧୬ ଜୁନ୍ ୨୦୨୩ରେ ରିଲିଜ୍ ହେବ। ଫିଲ୍ମକୁ ୫ଟି ଭାଷାରେ ରିଲିଜ୍ କରାଯିବ।
ଫିଲ୍ମଟିର ପ୍ରଥମ ପୋଷ୍ଟ୍ର ଗତ ରାମ ନବମୀରେ ରିଲିଜ୍ ହୋଇସାରିଛି। ତେବେ ଦ୍ବିତୀୟ ପୋଷ୍ଟର୍ ରିଲିଜ୍ ହୋଇଥିଲା ହନୁମାନ ଜୟନ୍ତୀରେ। ଭଗବାନ ଶ୍ରୀରାମଙ୍କ ସର୍ବୋଚ୍ଚ ଭକ୍ତ ବଜରଙ୍ଗବାଲୀଙ୍କୁ ରଖି ପୋଷ୍ଟ୍ର ରିଲିଜ୍ କରିଥିଲେ ନିର୍ମାତା। ପୋଷ୍ଟରରେ ଦେବଦତ୍ତ ନାଗେଙ୍କୁ ହନୁମାନଙ୍କ ଭୂମିକାରେ ନଜର ଆସିଥିଲେ । ହନୁମାନ ଜୟନ୍ତୀ ଅବସରରେ ନିର୍ମାତା ଏହି ପୋଷ୍ଟର୍ ରିଲିଜ୍ କରିଥିଲେ। ହନୁମାନଙ୍କ ଏହି ପୋଷ୍ଟର୍ରେ ଶକ୍ତି, ଦୃଢ଼ତା ଓ ନିଷ୍ଠାପରତାକୁ ଦର୍ଶାଯାଇଥିଲା।
ସୂଚନାଥାଉକି, ଅକ୍ଟୋବର ୨୦୨୨ରେ ଯେତେବେଳେ ପ୍ରଭାସ, କ୍ରୀତି ସାନନ ଏବଂ ସୈଫ୍ ଅଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ ଆଦିପୁରଷର ଟିଜର ସାମ୍ନାକୁ ଆସିଥିଲା, ସେତେବେଳେ ନିର୍ମାତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ରାମ, ସୀତା ଏବଂ ଟିଜରରେ ରାବଣ ଏବଂ ହନୁମାନଙ୍କ ଲୁକ୍କୁ ନେଇ ଖୁବ୍ ବିବାଦ ହୋଇଥିଲା। ଭିଏଫ୍ଏକ୍ସ ଏବଂ ସିଜିଆଇ ପାଇଁ ଫ୍ୟାନ୍ସମାନେ ଖୁବ୍ ଟ୍ରୋଲ କରିଥିଲେ। ଯାହାପରେ ନିର୍ମାତାଙ୍କ ତରଫରୁ ଫିଲ୍ମର ଅନେକ ସିନ୍ ଏବଂ ଭିଏଫଏକ୍ସରେ ପରିବର୍ତ୍ତନ କରିବା ନେଇ କୁହାଯାଇଥିଲା। ଫିଲ୍ମର ବଜେଟ୍ ୫୦୦ କୋଟିରୁ ଅଧିକ ରହିଛି।
Post a Comment