loading...

ଛାତ୍ର କଂଗ୍ରେସ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩




  • ଛାତ୍ର କଂଗ୍ରେସ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଜ
  • ନାରୀ ନିର୍ଯ୍ୟାତନାରେ ସଂପୃକ୍ତ ଇଏସଆଇ ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଗିରଫ କରାଯାଉ ଓ ଚାକିରୀରୁ ବହିସ୍କାର କରାଯାଉ।
  • ସାରା ରାଜ୍ୟରେ ଇଏସଆଇ ହସପିଟାଲରେ ଖାଲି ପଡ଼ିଥିବା ଡାକ୍ତର ଓ ଷ୍ଟାଫ ପଦବୀ ତୁରନ୍ତ ପୂରଣ କରାଯାଉ - ୟାସିର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ

ଆଜି ଭୁବନେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଇଏସଆଇ ଡାକ୍ତରଖାନା ଗୁଡ଼ିକର ସୁଧାର ଏବଂ ନାରୀ ନିର୍ଯ୍ୟାତନାରେ ସଂପୃକ୍ତ ଡାକ୍ତର ଦିଲ୍ଲୀପ ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସର ନୱାଜ କହିଥିଲେ ଯେ ଓଡ଼ିଶାରେ ଇଏସଆଇ ହସପିଟାଲର ସ୍ଥିତି ଉଦ୍‌ବେଗଜନକ । ଡାକ୍ତରମାନଙ୍କ ଅଭାବରୁ ଇଏସଆଇ ଠିକ୍ ଭାବରେ ଚିକିତ୍ସା ଯୋଗାଇ ପାରୁନାହିଁ । ବିଭିନ୍ନ ଜିଲ୍ଲାରେ ଥିବା ଇଏସଆଇ ହସପିଟାଲ ବେତରେ ଧୂଳି ଲାଗିଗଲାଣି ତ ଯନ୍ତ୍ରାଂଶ ଖତ ଖାଇଗଲାଣି । ଭୁବନେଶ୍ବରର ଇଏସଆଇ ଡାକ୍ତରଖାନା ଉପରେ ସଂଗୃହୀତ ତଥ୍ୟ ଅନୁଯାୟୀ ୨.୭ ଲକ୍ଷ ହିତାଧୁକାରୀ ନିର୍ଭର କରନ୍ତି। କୋରାପୁଟ, ମାଲକାନଗିରି, ରାୟଗଡ଼ା ପ୍ରଭୃତି ଦୂରସ୍ଥାନରୁ ଆସୁଥିବା ହିତାଧୁକାରୀ ଇଏସଆଇ ସେବା କ୍ଷେତ୍ରରେ ହେଉଥିବା ଦୂରାବସ୍ଥା ଦେଖୁ ଭାଙ୍ଗି ପଡ଼ିଛନ୍ତି। ରେଗୁଲାର ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ ଦେଖାଦେଇଛି । ହିତାଧୁକାରୀ ସେବା ପାଇବା ପାଇଁ ଏଠାରେ ଦୁଇ ତିନିଦିନ ପଡ଼ି ରହୁଛନ୍ତି । ଅନେକ ହତାଶ ହୋଇ ଫେରିଯାଉଛନ୍ତି । ବହୁ ଆଧୁନିକ ଯନ୍ତ୍ରାଂଶ ଷ୍ଟାଫ ଅଭାବରୁ ବ୍ୟବହାର ହୋଇପାରୁ ନାହିଁ । ଯେଉଁମାନେ ଇଏସଆଇ ହସପିଟାଲ ଉପରେ ନିର୍ଭରଶୀଳ ସେମାନେ ହଇରାଣ ହରକତ ହେଉଛନ୍ତି ଏବଂ ଇଏସଆଇର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ।


ମହିଳା ଷ୍ଟାଫଙ୍କୁ ନିର୍ଯ୍ୟାତନା ଦେଇଥୁବା ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ଡାକ୍ତରଙ୍କୁ ସୁରକ୍ଷା ମହିଳା ସଶକ୍ତି କରଣ କେବଳ ପ୍ରଚାରରେ ସୀମିତ


ଅନ୍ୟପକ୍ଷରେ ଇଏସଆଇ ରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ସାହୁ ଅଧୁନା ପାରାଦ୍ଵୀପରେ ପୋଷ୍ଟି ପାଇଛନ୍ତି । ମାତ୍ର ତାଙ୍କ କର୍ତବ୍ୟରେ ଅବହେଳା କରି ସେ ପାରାଦ୍ଵୀପ ନଯାଇ ଭୁବନେଶ୍ବରର ରାଜମହଲ ଛକ ସ୍ଥିତ ଅପ୍‌ଟିକୋରେ ପ୍ରାକ୍ଟିସ କରୁଛନ୍ତି। ଇଏସଆଇ ଡାଇରେକ୍ଟର ଏବଂ ଉପରିସ୍କ କର୍ତ୍ତୃପକ୍ଷ ଏକଥା ଜାଣି ନୀରବ ରହିଛନ୍ତି ନା ଏହା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିନାହିଁ ? ଏହି ଦିଲ୍ଲୀପ ସାହୁଙ୍କ ନାମରେ ପୂର୍ବରୁ ମହିଳାଙ୍କୁ ଅମାନବୀୟ ଅତ୍ୟାଚାର ଓ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ରହିଥିଲା। ଯେଉଁଥିପାଇଁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାତ୍ର ସରକାର ଏଭଳି ବିଶୃଙ୍ଖଳିତ, ଅସାଧୁ ଏବଂ ସ୍ଖଳିତ ଚରିତ୍ରର ବ୍ୟକ୍ତିଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ଉଠାଇନେଲେ ତାହା ଏବେ ଆଶ୍ଚର୍ଯ୍ୟର ବିଷୟ । ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ତାଙ୍କୁ ଗିରଫ କରାଗଲା ନାହିଁ । ଏବେ ତାଙ୍କ ଉପେର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ଅର୍ଥାତ ଡିପାର୍ଟମେଟ ପକ୍ଷରୁ, କିମ୍ବା ମନ୍ତ୍ରୀଙ୍କର ତାଙ୍କ ଉପରେ ଅଦୃଶ୍ୟ ଆଶୀର୍ବାଦ ରହିଛି ବୋଲି ଅଭିଯୋଗ ହେଉଛି । ଏହି ଘଟଣାରେ ଯେଉଁ ମହିଳା ଯୌନ ନିର୍ଯ୍ୟାତନା ପାଇଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ଏହି ଘଟଣାରେ ନିର୍ଯ୍ୟାତିତା ଉପରେ କାର୍ଯ୍ୟାନୁଷ୍ଠାନ ହେଲା, ମାତ୍ର ଦୋଷୀ ଦଣ୍ଡ ପାଇଲା ନାହିଁ । ଏହି ଚରିତ୍ରହୀନ ଡାକ୍ତର ମହିଳାରୋଗୀଙ୍କୁ ଦେଖିବେ କେମିତି ?


ଛାତ୍ର କଂଗ୍ରେସର ଦାବି

୧. ତୁରନ୍ତ ସେହି ମହିଳା ଷ୍ଟାଫଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଉ ।

୨. ମହିଳା ଷ୍ଟାଫଙ୍କୁ ଯୌନ ନିର୍ଯ୍ୟାତନା ଦେଇଥୁବା ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଚାକରୀରୁ ବହିସ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

୩. ଇଏସଆଇରେ ଅଧିକ ଡାକ୍ତର ନିଯୁକ୍ତି ଦିଆଯାଉ ଏବଂ ଏହାର ହିତାଧୁକାରୀ ମାନଙ୍କୁ ଉତମ ଚିକିତ୍ସା ଯୋଗାଇ ଦିଆଯାଉ।


ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ସଂପାଦକ ଅଜୟ ସାହୁ, ରଣଜିତ ପାତ୍ର, ନିହାର ବେହେରା, ସାଗର ପଟ୍ଟନାୟକ, ଉଦ୍ଦିତ ପ୍ରଧାନ, ସାହାରୁଖ ଖାନ, ସୁରଜ ରାଉତ, ସମିର ରାଉତ, ବିରଂଚି ବାରିକ, ରଶ୍ମି ବାରିକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget