loading...

'ଜୟ ଜଗନ୍ନାଥ’ କହି ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

 ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନିଂ ମାଧ୍ଯମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ମଧ୍ଯ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧ୍ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧ୍ କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧ୍ କେନ୍ଦ୍ରସଂଖ୍ୟା ୧୦, ୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଓଡ଼ିଶାର ଚାଷୀ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଆତ୍ମବିଶ୍ବାସୀ

କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ ଚାନ୍ଦ ବେନିଆଙ୍କୁ ପ୍ରଧାନମନ୍ତ୍ରୀ 'ଜୟ ଜଗନାଥ' କହି ଅଭିବାଦନ ଜଣାଇଥିଲେ ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧୁକାରୀI ଉଜ୍ଜ୍ବଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାକାରୀ ବର୍ଦ୍ଧନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତର ସ୍ବପ୍ନ ଦେଖ‌ିବା ପାଇଁ ଆତ୍ମବିଶ୍ବାସ ଅନୁଭବ କରୁଛନ୍ତି। ତାଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ଯୋଜନା ଉପଲବ୍ଧ ଅଛି ସେ ବିଷୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଥିବା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ I


ବିକଶିତ ଭାରତ ସଙ୍କଳ୍ପ ଯାତ୍ରା : ଓଡିଶାର ଜଣେ ସାଧାରଣ କୃଷକଙ୍କ କାହାଣୀ


ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା'ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ I ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି I ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ । "ଧୂଆଁପୂର୍ଣ" ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା I ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା I କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ଯମରେ ସେ ତାଙ୍କ ଘରେ ଏକ ମାଗଣା ଏଲପିଜି ସଂଯୋଗ ପାଇପାରିଲେ ।

ଭିଡିଓ କନଫରେନିଂ ମାଧ୍ଯମରେ ୩୦ ନଭେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କ‌ଥାବାର୍ଭା ବେଳେ ପୂର୍ଣ୍ଣ ଚାନ୍ଦ କହିଛନ୍ତି ଯେ ଉଜ୍ଜ୍ବଳା ଯୋଜନା ଭଳି କଲ୍ୟାଣକାରୀ ଯୋଜନା ତାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି ସେ କହିଛନ୍ତି ଯେ ତାଙ୍କ ପରିବାରର ମହିଳାମାନେ ବର୍ତ୍ତମାନ ଖୁସି ଅଛନ୍ତି I ପ୍ରଧାନମନ୍ତ୍ରୀ କିସାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଅନ୍ୟ ସରକାରୀ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସେ ଏବଂ ତାଙ୍କ ପରିବାର ମଧ୍ୟ ବହୁ ଉପକୃତ ହୋଇଥିବା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ‌ହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନିଂ ମାଧ୍ଯମରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧୁକାରୀଙ୍କ ସହ ଆଲୋଚନା କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ଯମରେ ସରକାରୀ

ଯୋଜନାଗୁଡିକର ଶତପ୍ରତିଶତ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ପୂର୍ଣ୍ଣ ଚାନ୍ଦଙ୍କର କିଭଳି ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ I ପୂର୍ଣ ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କର ତିନି ସନ୍ତାନ ଅଛନ୍ତି । ତାଙ୍କ ପିଲାମାନେ

ବଡ଼ ହେବାପରେ ଡାକ୍ତର ଏବଂ ଇଞ୍ଜିନିୟର ଭାବରେ କ୍ୟାରିୟର କରିବାକୁ ଏହି ସାଧାରଣ ଚାଷୀ ଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ I ଏହା ପ୍ରଧାନମନ୍ତ୍ରୀ ମୋଦୀ ଜାଣିବା ପରେ ପରେ ପୂର୍ଣ ଚାନ୍ଦଙ୍କୁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଏକ ଅଂଶ ଭାବରେ ତାଙ୍କ ଗ୍ରାମ ପରିଦର୍ଶନ କରୁଥିବା ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ । ଏହା ସହିତ, ସେ ପୂର୍ଣ୍ଣ ଚାନ୍ଦଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକାରୀମାନଙ୍କୁ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ ।

ଶେଷରେ, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ଚାନ୍ଦଙ୍କୁ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଙ୍କଳ୍ପ ନେବାକୁ ଅନୁରୋଧ କରିଥିଲେ I ପୂର୍ଣ ଚାନ୍ଦ ତାଙ୍କର କର୍ଭବ୍ୟ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହା ଦେଶକୁ ବିକଶିତ ଭାରତ ହେବାର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget