ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩
ଭେଙ୍କେଟେଶ୍ବର
ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ରସୁଲଗଡ଼ ବାଂଚର ବାର୍ଷିକ ଉତ୍ସବ ‘ଭେମ୍ସ ଫେଷ୍ଟିଭସ୍କେପ୍’ ର ଉଦ୍ଯାପନ
ଉତ୍ସବ ମହାଆଡ଼ସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ
ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା
ପରିପ୍ରକାଶର ଏକ ପ୍ରକୃଷ୍ଟ ପୃଷ୍ଠଭୂମି ବୋଲି ପ୍ରକାଶ କରିଥିଲେ । ଶିକ୍ଷାବିତ୍ ଅଭୟ କୁମାର ପତି
ସମ୍ମାନିତ ଅତିଥିଭାବେ ଆଜିର ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ବ୍ୟଙ୍ଗ
କଳାକାର ତଥା ବୋଲଗଡ଼ ଏକ୍ସପ୍ରେସ ବ୍ରଜବିହାରୀ ସୁବୁଦ୍ଧି ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜଶୈଳୀରେ
ବହୁ ମନୋରଞ୍ଜନଧର୍ମୀ ବାଖ୍ୟାନ ଉପସ୍ଥାପନ କରି ଦର୍ଶକଙ୍କ ମନୋରଞ୍ଜନ କରେଇବାର ପ୍ରୟାସ କରିଥିଲେ
। ଅନ୍ୟତମ ସମ୍ମାନୀୟ ଅତିଥିଭାବେ ଆଲବମ୍ ଓ ଓଲିଉଡ୍ କଳାକାର ନୈନା ଦାଶ ତିୱାରୀ ନୃତ୍ୟ ଓ ସଙ୍ଗୀତ
ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛିନ୍ନ ଅଙ୍ଗ ଓ ଏହାର ସାଧନରେ ପିଲାମାନଙ୍କର ଖାଲି ମନୋରଞ୍ଜନ ନୁହେଁ
ବରଂ ସେମାନଙ୍କର ଏକାଗ୍ରତା ବୃଦ୍ଧିର ସହାୟକ ହୋଇଥାଏ ବୋଲି କହିଥିଲେ । ଖୋର୍ଦ୍ଧାର ପୂର୍ବତନ ବିଧାୟକ
ଦିଲ୍ଲୀପ ଶ୍ରୀଚନ୍ଦନ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉତୋରତର ଉନ୍ନତି
ଛାତ୍ରଛାତ୍ରୀମାନଙ୍କର ସଫଳତା ଉପରେ ନିର୍ଭର କରେ ବୋଲି କହିଥିଲେ।
ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ
ସୂର୍ଯ୍ୟପ୍ରକାଶ ପତି ସ୍ବାଗତଭାଷଣ ଦେଇଥିଲେ, ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ ନିମନ୍ତ୍ରିତ ଅତିଥୁମାନଙ୍କର
ପରିଚୟ ପ୍ରଦାନ କରିଥିଲେ, ସ୍କୁଲ ଅଧ୍ୟକ୍ଷା ବିଥୀକା ଛୋଟରାୟ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ
ଓ ସମ୍ପାଦକ ବିଜୟ କୁମାର ନାୟକ ସଭା ପରିଚାଳନା କରିଥିଲେ ।
ବିଭନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀମାନେ
ଅତିଥ୍ୟାମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ବରିଷ୍ଠ ଶିକ୍ଷକ କୃତିବାସ ସାହୁ ଓ ଶିକ୍ଷୟତ୍ରୀ
ରୀତା ମିଶ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ । ସଭାମଂଚରେ ଅନ୍ୟାନ୍ୟ ଅତିମାନେ ଯଥା ଶଶାଙ୍କ ଶେଖର
ପତି, ଶ୍ରୀନିବାସ ଉଦ୍ଗାତା ଓ ଏସଏମଏ ନବି ଉପସ୍ଥିତ ଥିଲେ । ସଭାଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା
ବିଭିନ୍ନ ପ୍ରକାର ଚିତାକର୍ଷକ ନୃତ୍ୟ, ସଙ୍ଗୀତ, ମ୍ୟାଜିକ ସୋ, ଡ୍ରାମା ଓ କମେଡି ସୋ ଆଦି ମନୋରଞ୍ଜନଧର୍ମୀ
କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଦୁଇଦିନର ବାର୍ଷିକ ଉତ୍ସବକୁ ସୂଚାରୁରୂପେ ସମ୍ପାଦନ କରିଥିବାରୁ
ସମସ୍ତ ଅଭିଭାବକ, ବିଦ୍ୟାଳୟର କର୍ମଚାରୀ ଓ ଛାତ୍ର,ଛାତ୍ରୀ ମାନଙ୍କ ସହଯୋଗ ପାଇଁ ପ୍ରଶାସକ ହିମାଂଶୁ
ଶେଖର ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment