ଭୁବନେଶ୍ୱର ୧ ଡିସେମ୍ବର ୨୦୨୩
ରଣପୁର ପ୍ରଶ୍ନ ପ୍ରଜା ଆନ୍ଦୋଳନରେ ଭାଗନେଇ ଶହୀଦ୍ ହୋଇଥିବା ଯୁବକବି, ବିପ୍ଳବୀ, ମହାନ ସ୍ଵାଧୀନତା ସଂଗ୍ରାମୀ, ଦେଶପ୍ରେମୀ ଶହୀଦ୍ ଦିବାକର ପରିଡ଼ାଙ୍କ ୧୧୩ ଜୟନ୍ତୀ ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦ, ସରକାରଙ୍କ ଭାଷ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ୟୁନିଟ ନିଟ– ୯ ୯ ସ୍ଥିତ ପ୍ରତିମୂର୍ଭିସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ ମୁଖ୍ୟ ଅତିଥ୍ ଭାବେ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ସମ୍ମାନିତ ଅତିଥ୍ ସାରସ୍ଵତ ପ୍ରାଣ ଲକ୍ଷ୍ମୀଧର ବେହେରା, ପ୍ର ପ୍ରଫେସର ବାମନ ନ ପରିଡ଼ା, ପ୍ରବୀର ମହାନ୍ତି, ରମେଶ ଚନ୍ଦ୍ର ପାତାଳସିଂ, ଗିରିଜା ମହାପାତ୍ର ପ୍ରମୁଖ ଯୋଗଦେଇ ଶହୀଦ୍ ଦିବାକର ପରିଡ଼ାଙ୍କ ଆମ୍ ବଳିଦାନ ଦେଶପ୍ରେମ ଉପରେ ନିଜ ନିଜର ବକ୍ତ ବକ୍ତବ୍ୟ ରଖିଥିଲେ । ଆଜିର ଯୁବପୀଢ଼ି ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ରାଜ୍ୟ ଯୁବ ବଜିଂ ଚମ୍ପିଆନ କ୍ରୀଡ଼ାବିତ୍ପୂ ନ୍ୟସା ପ୍ରିୟଦର୍ଶିନୀ, ସାମ୍ବାଦିକା ହରପ୍ରିୟା ପୃଷ୍ଟି, କଳାକାର ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଶହୀଦ୍ ଦିବାକର ସ୍ମୃତି ସମ୍ମାନ ୨୦୨୩ ପ୍ରଦାନ କରାଯ ରାଯାଇଥିଲା ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି। ସଞ୍ଜୟ ପରିଡ଼ା, ନରେନ ସାହୁ, ସତ୍ୟବ୍ରତ ଜେନା । କାର୍ଯ୍ୟକ୍ରମକୁ ପ୍ରମୁଖ ପରିପ୍ପଳନା କରିଥିଲେ ।
Post a Comment