loading...

ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ କରାଯାଇଛି : ବିଜେପି

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ଦେଶର ମହାମହିମ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡଜୀଙ୍କୁ ଘମଣ୍ଡିଆ ନେତାମାନେ ଯେଉଁ ଭଳି ଉପହାସ କରିଛନ୍ତି, ତାହା କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ । ଏଭଳି ମର୍ଯ୍ୟାଦାହୀନ ବ୍ୟବହାର କାରଣରୁ ସଂସଦର ଗରିମା କ୍ଷୁଣ୍ଣ ହୋଇଛି । ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ସଂସଦ ଭବନ ପରିସର ଭିତରେ ଶ୍ରୀ ଧନକଡଜୀଙ୍କୁ ନକଲ ଓ ଅନୁକରଣ କରି ଘମଣ୍ଡିଆ ମଂଟର ସାଂସଦମାନଙ୍କ ଦ୍ବାରା ସାର୍ବଜନୀନ ପରିହାସ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ପ୍ରସ୍ତୁତ କରି ତାଙ୍କ ଉପରେ ହସିବା କଂଗ୍ରେସର ରୁଗ୍‌ଣ ମାନସିକତାକୁ ପ୍ରକାଶ କରୁଛି । ସଂସଦ ପରିସରରେ ଜଣେ ଗରିବ ମା’ର ପୁଅର ଅପମାନକୁ ଭାରତ ବରଦାସ୍ତ କରିବ ନାହିଁ । ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ଆଜି ରାଉରକେଲା, ରାୟଗଡା ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।

ସଂସଦରେ ବିରୋଧୀଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ତାଙ୍କୁ କାହିଁକି ବହିଷ୍କାର କରାଯାଇଥିଲା । ଆଜି ଅହଂକାରୀ ସାଂସଦମାନେ ତାଙ୍କ ବହିଷ୍କାରକୁ ଯଥାର୍ଥ ଦର୍ଶାଇଛନ୍ତି । ରାହୁଲ ଗାନ୍ଧୀ ସଂସଦରେ ଜାତି ଉପରେ ଲମ୍ବା ଲମ୍ବା ଭାଷଣ ଦେଇ ଜାତିଆଣ ରାଜନୀତି କରୁଛନ୍ତି । ଓବିସି ବର୍ଗଙ୍କୁ ରାହୁଳ ଗାନ୍ଧୀ ସର୍ବ ସମ୍ମୁଖରେ ଗାଳି କରି ମଧ୍ୟ କ୍ଷମା ମାଗି ନାହାନ୍ତି ।

ବିପକ୍ଷ ନେତାଙ୍କ ଦ୍ବାରା ସମ୍ବିଧାନିକ ପଦର ଅପମାନ ବାରମ୍ବାର କରାଯାଉଛି । ଯେତେବେଳେ ଜଣେ ଆଦିବାସୀ ପରିବାରର ମହିଳା ରାଷ୍ଟ୍ରପତି ହୋଇଥିଲେ ସେତେବେଳେ କଂଗ୍ରେସ ଓ ଘମଣ୍ଡିଆ ଗଠବନ୍ଧନର ନେତାମାନେ ତାଙ୍କର ଅପମାନ କରିଥିଲେ । ଏହା କଂଗ୍ରେସର ଅହଂକାର ଓ ସାମନ୍ତବାଦୀ ମାନସିକତାର ପ୍ରମାଣ ଦେଉଛି । ଏହି ବ୍ୟବହାର ପାଇଁ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଦଳ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇଛି । ବିରୋଧୀ ଦଳ ନେତା ମାନେ ଧ୍ୟାନ ଦେବା ଉଚିତ ଯେ, ସେମାନଙ୍କ ବ୍ୟବହାର ଦେଶର ବୈଷୟିକ ଛବି ଉପରେ କେଉଁ ପ୍ରଭାବ ପକାଉଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ରାଷ୍ଟ୍ରର ଗରିମା ନଷ୍ଟ କରିବାରେ ଲାଗି ପଡିଛନ୍ତି ବିରୋଧୀ ଦଳ । ସାମ୍ବିଧାନିକ ପଦରେ ବିରାଜମାନ ବ୍ୟକ୍ତିକୁ ଅପମାନ କରିବା ବିରୋଧୀଙ୍କ ହତାଶ ଭାବକୁ ଦର୍ଶାଉଛି । ଏହା କୌଣସି ଜଣେ ବ୍ୟକ୍ତିତ୍ବ କିମ୍ବା କୌଣସି ଦଳକୁ ନୁହେଁ ବରଂ ଦେଶକୁ ଅପମାନ କରୁଛନ୍ତି ବିରୋଧୀ ଦଳ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget