ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩
ଶିକ୍ଷା
ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆସନ୍ତା
ଜାନୁଆରୀ ୨୮ ରୁ ଫେବୃଆରୀ
୪, ୨୦୨୪ ପର୍ଯ୍ୟନ୍ତ ପ୍ରଥମ
ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଭୁବନେଶ୍ୱର
ସ୍ଥିତ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ହେବ । ସୋଆ,
ଇନ୍ନ୍ଟରନ୍ୟାସ୍ନାଲ ଚେସ ଫେଡେରେସନ୍
(ଆଇସିଏଫ୍), ଅଲ୍ ଇଣ୍ଡିଆ ଚେସ୍
ଫେଡେରେସନ୍ (ଏଆଇସିଏଫ୍), ସ୍ପୋର୍ଟ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ)
ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅଲ୍
ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ପକ୍ଷରୁ ଏହି ଟୁର୍ଣାମେଟର ଆୟୋଜନ
କରାଯାଇଥିବା ବେଳେ ଏଥିରେ ମୋଟ
ପୁରସ୍କାର ରାଶି ୩୫ ଲକ୍ଷ
ଟଙ୍କା ରଖାଯାଇଛି ।
ସୋଆର ଦ୍ଵିତୀୟ କ୍ୟାମ୍ପସ୍ରେ ଆୟୋଜିତ ହେବାକୁ
ଥିବା ଏହି ୮ ଦିନିଆ
ଟୁର୍ଣ୍ଣାମେଟରେ ୧୮ ରୁ ୨୦
ଟି ଦେଶରୁ ପ୍ରାୟ ୧୫୦୦ ଖେଳାଳୀ ଯୋଗ
ଦେବାର ସମ୍ଭାବନା ଅଛି ବୋଲି ବୁଧବାର
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି
।
ବର୍ତମାନ ସୁଦ୍ଧା ଡେନ୍ମାର୍କ, ନେଦରଲ୍ୟାଣ୍ଡସ୍,
ଇରାନ୍, ଶ୍ରୀଲଙ୍କା, ଭିଏତନାମ୍, ଆର୍ମେନିଆ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ତୁର୍କମେନିସ୍ତାନ ଉଗ୍ବେକିସ୍ତାନ, ସ୍ଲୋଭାକିଆ,
ଜିମ୍ବାୱେ ଓ ଭାରତର ଚେସ୍
ଖେଳାଳୀମାନେ ଏହି ପ୍ରତିଯୋଗିତାରେ ଭାଗ
ନେବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି
।
ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଚେସ୍
ଆସୋସିଏସନ୍ (ଏଓସିଏ)ର ଉପସଭାପତି ଶ୍ରୀ
ବସନ୍ତ କୁମାର ଦାସ, ସମ୍ପାଦକ ଶ୍ରୀ
ଦେବବ୍ରତ ଭଟ୍ଟ ଓ ସୋଆର
ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି
ରଞ୍ଜନ ଦାସ ଉପସ୍ଥିତ ଥିଲେ
।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟ କହିଥିଲେ
ଯେ ଏହି କାର୍ଯ୍ୟକ୍ରମକୁ ସୋଆ
ଯେଉଁଭଳି ଭାବେ ଆଗେଇ ଆସି
ସହଯୋଗ କରିଛି ସେଥିପାଇଁ ବିଶ୍ବବିଦ୍ୟାଳୟ
ଉଚ୍ଚ ପ୍ରଶଂସାଯୋଗ୍ୟ । ଚେସ୍କୁ
ଲୋକପ୍ରିୟ କରିବା ଦିଗରେ ଏହା ଖୁବ୍ ଭଲ
କାର୍ଯ୍ୟ କରିବ । ବିଶ୍ବବିଦ୍ୟାଳୟ
ପକ୍ଷରୁ ଆର୍ଥିକ ସାହାଯ୍ୟ ସହିତ ପ୍ରତିଯୋଗିତା ଆୟୋଜନ
ନିମନ୍ତେ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ
ପକ୍ଷରୁ ମଧ୍ୟ ଚେସ୍କୁ
ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଭୁବନେଶ୍ଵରରେ
ଏକ ଚେସ୍ ଏକାଡେମୀ ଆରମ୍ଭ
କରାଯାଇଥିବା ସେ କହିଛନ୍ତି ।
ଭାରତ ସମେତ ୨୦ଟି
ବିଭିନ୍ନ ଦେଶରୁ ପ୍ରାୟ ୬୦ ରୁ ୭୦
ଜଣ ଗ୍ରାଣ୍ଡ ମାଷ୍ଟର୍ସ ଓ ଇନ୍ନ୍ଟରନ୍ୟାସ୍ନାଲ୍ ମାଷ୍ଟର୍ସ ଏହି
ପ୍ରତିଯୋଗିତାରେ ସାମିଲ ହେବେ । ପ୍ରତିଯୋଗିତା
ନିମନ୍ତେ ରାଜ୍ୟରେ ସର୍ବାଧିକ ପୁରସ୍କାର ରାଶି
ପ୍ରଦାନ କରାଯିବ ।
୨୦୦୮ରେ ତୁର୍କୀ ଠାରେ ଆୟୋଜିତ ଜୁନିୟର
ଓ୍ୱାର୍ଚ୍ଚ ଚେସ୍ ଚାମ୍ପିଅନ୍ସିପର
ବିଜେତା ଗ୍ରାଣ୍ଡ ମାଷ୍ଟର ଅଭିଜିତ ଗୁପ୍ତା (୨୫୯୬ ଇଏଲ୍ଓ ରେଟିଙ୍ଗ)
ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ଟପ୍
ସିଡ ଖେଳାଳି ଭାବେ ବିବେଚିତ ହେଉଛନ୍ତି
ବୋଲି ସେ କହିଛନ୍ତି ।
ଖେଳାଳୀମାନେ ୩ ଟି କ୍ୟାଟେଗୋରୀରେ
ବିଭକ୍ତ ହେବେ । କ୍ୟାଟେଗୋରୀ
- ଏ, କ୍ୟାଟେଗୋରୀ - ବି ଓ କ୍ୟାଟେଗୋରୀ-ସି । କ୍ୟାଟେଗୋରୀ-
ଏ ନିମନ୍ତେ ୨୦ ଲକ୍ଷ ଟଙ୍କାର
ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଥିବା
ବେଳେ କ୍ୟାଟେଗୋରୀ - ବି ଓ ସି
ପାଇଁ ସାଢ଼େ ୭ ଲକ୍ଷ ଟଙ୍କା
ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି
ବୋଲି ଶ୍ରୀ ଭଟ୍ଟ କହିଛନ୍ତି
।
ବିଶ୍ଵ ଚେସ୍ ଫେଡେରେସନ୍ର
ପରିଚାଳନା କର୍ତ୍ତୃପକ୍ଷ ଏଫ୍ଆଇଡିଇ ଦ୍ଵାରା
ସ୍ଥାପିତ ନିୟମ ତଥା ଏଫ୍ଆଇଡିଇ ସିଜ୍ ପ୍ରଣାଳୀରେ ଏହି
ପ୍ରତିଯୋଗିତା ଆୟୋଜିତ ହେବ । କ୍ୟାଟେଗୋରୀ
-ଏ ଓ ବି ରେ
୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ -ସିରେ
୯ ରାଉଣ୍ଡ ଖେଳ ହେବ ।
ସବ୍ୟତମ ଏଫ୍ଆଇଡିଇ ନିୟମ ଏଥିରେ ଅନୁସୃତ
ହେବ ।
ଭାରତୀୟ ଖେଳାଳୀମାନଙ୍କ ପାଇଁ ୨୦୨୩-୨୪
ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍
ଫେଡେରେସନ୍ରେ ପଞ୍ଜିକୃତ କରାଇଥିବା
ବାଧ୍ୟତାମୂଳକ ହୋଇଥିବା ବେଳେ ବିଦେଶୀ ଖେଳାଳୀମାନଙ୍କୁ
ଏହି ପ୍ରତିଯୋଗିତାରେ ସାମିଲ ହେବା ନିମନ୍ତେ ଏକ
ଏଫଆଇଡିଇ ଆଇଡିର ଆବଶ୍ୟକତା ପଡ଼ିବ।
Post a Comment