ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩
ଅନଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସନ୍ତୋଷ ପ୍ରଧାନଙ୍କ ବିୟୋଗରେ ଗଭୀର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ପ୍ରଧାନ କଂଗ୍ରେସ ଦଳର ଜଣେ ଦୃଢ଼ ସଂଗଠକ ଥିଲେ । ସେ ବିଧାୟକ ଥିବା ସମୟରେ ନିଜ ଅଂଚଳର ବିକାଶ ନିମନ୍ତେ ବିଧାନସଭାରେ ଦୃଢ଼ ଦାବି ଉପସ୍ଥାପନ କରୁଥିଲେ । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ସୁଯୋଗ ମିଳିଛି ତାହାକୁ ସେ ଅତ୍ୟନ୍ତ ନିଷ୍ଠାର ସହ ତୁଲାଇଛନ୍ତି । ସେ ସରପଂଚ ଥିବା ସମୟରେ ମଧ୍ଯ ନିଜ ପଂଚାୟତର ଏବଂ ବିଧାୟକ ଭାବରେ ନିର୍ବାଚନ ମଣ୍ଡଳୀର ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ ପ୍ରଧାନ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ନିଜ ଅଂଚଳରେ ସୃଷ୍ଟି କରିପାରିଛନ୍ତି । ପରଲୋକଗତ ଆତ୍ମାର ସଦଗତି କମନା କରିବା ସଂଗେ ସଂଗେ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
Post a Comment