loading...

ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  ଡିସେମ୍ବର ୨୦୨୩





  • ପ୍ରଧାନମନ୍ତ୍ରୀ କାର୍ଯ୍ୟକର୍ତ୍ତା ମାନଙ୍କୁ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ଲୋକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି
  • ବର୍ତ୍ତମାନର ସ୍ଥିତି, ଅବସ୍ଥିତି ଓ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ଲ୍ୟାଣ୍ଡଫଲ୍ ସମ୍ପର୍କରେ ଆଇଏମଡିର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ କଥା ହେଲି
  • ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୋତେ ଅବଗତ କରାଇଲେ  
  • ଏଭଳି ସମୟରେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଜନସାଧାରଣଙ୍କୁ ଅନୁରୋଧ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବାତ୍ୟାର ମୁକାବିଲା ସହ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମୁଦ୍ରିକ ବାତ୍ୟା ‘ମିଗଜୋମ’ ନେଇ ଆଇଏମଡିର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ କଥା ହେବା ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନଙ୍କ କଥା ହୋଇ ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର ସ୍ଥିତି, ଅବସ୍ଥିତି ଓ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ଲ୍ୟାଣ୍ଡଫଲ୍ ସମ୍ପର୍କରେ ଆଇଏମଡିର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ କଥା ହେଲି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ସେ ମୋତେ ଅବଗତ କରାଇଲେ ।  ଏହି ସବୁ ଜିଲ୍ଲା ଗୁଡିକରେ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଆମ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ସହ ମଧ୍ୟ କଥା ହେଲି ।

 ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି କାର୍ଯ୍ୟକର୍ତ୍ତା ମାନଙ୍କୁ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ଲୋକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି । ଏଭଳି ସମୟରେ ଜନସାଧାରଣ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଅନୁରୋଧ । ନରେନ୍ଦ୍ର ମୋଦିଜୀଙ୍କ ସରକାର ବାତ୍ୟାର ମୁକାବିଲା ସହ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget