ଭୁବନେଶ୍ୱର, ୨୩ ଫେବୃୟାରୀ ୨୦୨୪
- ଗଁଦିଆ ବ୍ଲକ କାଇମାଟିର ମୋଦି ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ଭେଟି କଲେ ଆଲୋଚନା
- ଘରେ ଘରେ ମୋଦି ଷ୍ଟିକର ସହ ଲିଫଲେଟ୍ ବାଣ୍ଟିଲେ
- ମୋଦିଜୀଙ୍କ ଯୋଜନା ଲାଭାର୍ଥୀଙ୍କୁ କରୁଛି ସଶକ୍ତ ଓ ଆତ୍ମନିର୍ଭର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜନତାଙ୍କ ଭରସା ଅତୁଟ ରହିଛି
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଇମାଟିରେ ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହୋଇଛନ୍ତି ।
ରାଷ୍ଟ୍ରୀୟ ସ୍ତରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ବିଶେଷ ଭାବରେ ମାଆ ଭଉଣୀ ମାନଙ୍କୁ ଭେଟିବା ସହ ଆଲୋଚନା କରିଥିଲେ । ଘର ଘର ବୁଲି ମୋଦିଜୀଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ ବାଣ୍ଟିଥିଲେ । ଏ ସମ୍ପର୍କରେ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ସହ ସବୁ ବର୍ଗଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ସହ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନରେ ଟଙ୍କା, ଲକ୍ଷପତି ଦିଦି ଭଳି ଅନେକ ଯୋଜନା ଆମର ଲାଭାର୍ଥୀ ଭାଇ ଭଉଣୀ ମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜନତାଙ୍କ ଭରସା ଅତୁଟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ ଜଣାଇଥିଲେ ।

Post a Comment