loading...

ସୋଆ ଆଇଏଏସ୍ କୁ ମିଳିବ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ

ଭୁବନେଶ୍ୱର, ୨୯ ଫେବୃୟାରୀ ୨୦୨୪


 


ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍( ଆଇଏଏସ୍) କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି

ଶିକ୍ଷା, ଗବେଷଣା ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଏଏସ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ୨୦୧୩ ମସିହାରେ ପ୍ରତିଷ୍ଠିତ ଏହି କୃଷି ମହାବିଦ୍ୟାଳୟର ସବୁ ବିଭାଗରେ ସ୍ନାତକ, ସ୍ନାତକୋତର ପିଏଚ୍ଡି ଶିକ୍ଷାଦାନ ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନ ସମ୍ବଳିତ ଗବେଷଣା ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ ରାଜ୍ୟର ଏକ ପ୍ରମୁଖ କୃଷି ମହାବିଦ୍ୟାଳୟ ଭାବେ ଆଇଏଏସ୍ ସୁନାମ ଅର୍ଜନ କରିପାରିଛି

ଉନ୍ନ ମାନର ଶିକ୍ଷା ପ୍ରଣାଳୀ ସହିତ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ବିକାଶ ଦିଗରେ ମଧ୍ୟ ପଦକ୍ଷେପ ନେଇ ଏହି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ କହିଛନ୍ତି ଏହି ସଫଳତା ପାଇଁ କୃଷି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟପିକା ଛାତ୍ରଛାତ୍ରୀ ପ୍ରଫେସର ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଜାତୀୟ ସ୍ତରରେ ମିଳିବାକୁ ଯାଉଥିବା ଏହି ସମ୍ମାନ ସଫଳତା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ କର୍ମଚାରୀମାନଙ୍କୁ ସେମାନଙ୍କ ଉଦ୍ୟମ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି  

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget