ଭୁବନେଶ୍ୱର, ୨୩ ଫେବୃୟାରୀ ୨୦୨୪
ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନିଷ କୁମାରଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ କାର୍ଯ୍ୟାଳୟ ସଭା ଗୃହରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଶାଖାଗୁଡିକର ଉତ୍ସାହୀ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ସମାଜରେ ବ୍ୟକ୍ତିଗତ, ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ମାତୃଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମନୀଷ କୁମାର ଆଲୋକପାତ କରିଥିଲେ । ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା ମାତୃଭାଷା ଦିବସ ପାଳନ କରିବାର ମହତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ । ମାତୃଭାଷାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ପୁରସ୍କାର ବିତରଣ ସମାରୋହ ସହିତ ଓଡିଶା ସହ ଜଡିତ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ସ୧ାନୀତ କରାଯାଇ ସମ୍ପନ୍ନ କରାଯାଇଥିଲା । ଆଇଓବି, ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ପ୍ରବନ୍ଧକ ପ୍ରତିଭା ବହିଦାର ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।
Post a Comment