loading...

ସମ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର  ମାର୍ଚ୍ଚ ୨୦୨୪



ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ବୁଧବାର ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସନ୍ ବିଭାଗ ଦ୍ୱାରା ଆୟୋଜିତ ‘ବିଶ୍ୱ ଯକ୍ଷ୍ମା ଦିବସ’କୁ ମାର୍ଚ୍ଚ ୨୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଧରି ପାଳନ କରାଯିବ ।

ପ୍ରଥମ ଦିନରେ ଏକ ମେଗା ସଚେତନତା ରାଲି ର ଆୟୋଜନ କରାଯାଇଥିଲା । ଏହି ରାଲି ରେ ପଲ୍‌ମୋନାରୀ ମେଡିସନ୍ ବିଭାଗର ସମସ୍ତ ଫ୍ୟାକଲ୍ଟି, ପିଜି, ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

ଟିବି ବା ଯକ୍ଷ୍ମା ଗୋଟିଏ ଜୀବାଣୁ ଜନିତ ରୋଗ ହୋଇଥିôବା ବେଳେ ଏହାକୁ କିପରି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରିତ କରି ଚିକିତ୍ସା କରାଯାଇପାରିବ ସେ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ।

ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରେ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଏହାର ଚିହ୍ନଟ କରିବା ଓ ଠିକ୍ ଭାବରେ ଔଷଧ ସେବନ କରି ରୋଗୀ କିପରି ସଂପୂର୍ଣ୍ଣ ରୋଗମୁକ୍ତ ହୋଇ ସ୍ୱାଭାବିକ ଭାବରେ ଜୀବନ ଯାପନ କରି ପାରିବେ ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶେଷଜ୍ଞ ମାନେ ମତ ରଖିଥିଲେ ।

ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ସଚେତନତା ରାଲି ରେ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ପିଜି ଡିପାର୍ଟମେଂଟ ଅଫ୍ ପଲ୍‌ମୋନାରୀ ମେଡିସିନ୍ ର ମୁଖ୍ୟ ପ୍ରଫେସର ବନାନୀ ଜେନା, ଏଣ୍ଡୋକ୍ରିନୋଲୋଜି ବିଭାଗର ଡାକ୍ତର ଜୟଶ୍ରୀ ସ୍ୱାଇଁ, ପଲ୍‌ମୋନାରୀ ମେଡିସନ୍ ବିଭାଗର ଡାକ୍ତର ରାଖି ଲୁଦାମ୍‌, ଡାକ୍ତର ପ୍ରଜ୍ଞା ବେହେରା, ଡାକ୍ତର ସୋନାଲି ପରିଡା, ଡାକ୍ତର ପ୍ରିତମ୍ ଛୋଟରାୟ, ଡାକ୍ତର ଖିରୋଦ ଚନ୍ଦ୍ର ସାହୁ, ଡାକ୍ତର ଅମ୍ଳାନ ମିଶ୍ର, ଡାକ୍ତର ସୋନାଲି ମଲ୍ଲ୍‌ିକ, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ସୌରଭ ମିଶ୍ର, ଡାକ୍ତର କେ.ଭାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget