loading...

ବିଜେଡି ତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଆକାଶ ଦାସନାୟକ

ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪


  • ବିଜେଡି ପାପର ହାଣ୍ଡି ପୂରିଗଲାଣି: ମନମୋହନ ସାମଲ 
  • ଆତ୍ମ ସ୍ୱାଭୀମାନକୁ ବଳି ଦେବା ଅପେକ୍ଷା ଓଡିଶାର ଅସ୍ମିତା ଓ ସ୍ୱାଭୀମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖୁଛି : ଆକାଶ ଦାସନାୟକ
  • ଆଉ କ୍ରୀତଦାସ ଜୀବନ ବଂଚିବେ ନାହିଁ ବୋଲି ଓଡିଶାବାସୀ ବୋଲି ପଣ ନେଇଛନ୍ତି : ସିଦ୍ଧାନ୍ତ ମହାପାତ୍ର
  • ବିଜେପିରେ ଯୋଗ ଦେଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ



ଦୀର୍ଘ ୧୮ ଦିନ ଧରି ମିଥ୍ୟା ଖବର ସୃଷ୍ଟି କରି ରାଜ୍ୟବାସିଙ୍କୁ ଦ୍ୱନ୍ଦରେ ରଖିଥିବା ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି । ବିଜେଡି ଯେଉଁ ଗାତ ଖୋଳିଥିଲା ସେହି ଗାତରେ ସେ ପଡିଛି । ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ଭାବନା, ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟା କରୁଥିଲା, ତାହାର ପରିସମାପ୍ତି ଘଟିଛି । ବିଜେଡିର ଗୌଣି ପୂରିଗଲାଣିି । ରାଜ୍ୟ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବା ସହିତ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ମିଳିମିଶି ଟଙ୍କା ଆତ୍ମସାତ କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ବିଭିନ୍ନ ରାଜନୈତିକ ଦଳର ଅନେକ ସାଂସଦ, ବିଧାୟକ, ବରି ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏବଂ ବ୍ୟକ୍ତି ବିଶେଷ ବିଜେପିରେ ସାମିଲ ହେଉଛନ୍ତି । ଆସନ୍ତା ଜୁନ ୪ରେ ଓଡିଶାରେ ବିଜେପି ସରକାର ଗଠନ କରିବ । ଶାସନକୁ ଆସିବା ମାତ୍ରେ ୪୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରାଯିବ । ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ । ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ । ଚାଷୀ, ଯୁବକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁ ିତ ମିଶ୍ରଣ ପର୍ବ ଅବସରରେ କହିଛନ୍ତି ।

କୋରେଇର ପୂର୍ବତନ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ସମର୍ଥକଙ୍କ ଗହଣରେ ଆନୁ ।ନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାସନାୟକଙ୍କ ସହ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ସଂଯୋଜକ କନିଷ୍କ ବୋଧିସତ୍ୱ ଦାସ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ପ୍ରହ୍ଲାଦ ପଣ୍ଡା, ପୂର୍ବତନ ସରପଂଚ ସୁବାଷ ନାୟକ, ପୂର୍ବତନ ପଂଚାୟତ ସମିତି ସଦସ୍ୟ କୁଳମଣି ଦାସ, ଏସ୍‌କେ ଜହରଅଲ୍ଲି, ଅଶୋକ ବାରିକ, ପୂର୍ବତନ କାଉନସିଲର ସୌମେନ୍ଦ୍ର ରାଉତ, ସଂଯୁକ୍ତା ଖଟୁଆ, ଭାନୁପ୍ରଭା କରନ, ପୂର୍ବତନ ସରପଂଚ ଗୋପାଳ ସେଠୀ, ପ୍ରଫୁଲ୍ଲ ଜେନା, ସୁଶାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସିନେ ତାରକା ପଦାରବିନ୍ଦ ନାୟକ, ଶିଶିର କୁମାର ରାଉତ, ଉଦୟ ପାଣି, ସମାଜସେବୀ ବୀରବର ବାରିକ ପ୍ରମୁଖ ଆନୁ ।ନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଆଜି ଆନୁ ।ନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଆତ୍ମ ସ୍ୱାଭୀମାନକୁ ବଳି ଦେବା ଅପେକ୍ଷା ଓଡିଶାର ଅସ୍ମିତା ଓ ସ୍ୱାଭୀମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟ ଏବଂ କୋରେଇର ବିକାଶ ପାଇଁ ବିଜେପିରେ ଯୋଗଦାନ କରିଛି । ମା’ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି । ସମସ୍ତଙ୍କ ଆଶୀର୍ବାଦକୁ ସାଥୀରେ ନେଇ ଓଡିଆ ଏବଂ ଓଡିଶାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀ ଦାସ ନାୟକ କହିଛନ୍ତି ।

ଆଉ କ୍ରୀତଦାସ ଜୀବନ ବଂଚିବେ ନାହିଁ ବୋଲି ଓଡିଶାବାସୀ ବୋଲି ପଣ ନେଇଛନ୍ତି । ପାଇକ ବିଦ୍ରୋହରେ ଓଡିଆ ପାଇକଙ୍କ ବୀରଗାତା ସମସ୍ତେ ଜାଣିଛନ୍ତି । ସମୟ ଆସିଛି କ୍ରୀତଦାସ ପ୍ରଥାକୁ ହଟାଇ ରାଜ୍ୟରେ ଗଣତନ୍ତ୍ର ପ୍ରତି । କରିବା ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ବ୍ରହ୍ମପୁରର ପୂର୍ବତନ ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମନୋଜ ମହାପାତ୍ର, ଶ୍ରୀତମ ଦାସ, ଅରିନ୍ଦମ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସିମନ୍ତୀନି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget