loading...

ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା ଜରୁରୀ : କଂଗ୍ରେସ

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 



ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ହେଲେ ଜାତି ଜନଗଣନା ଜରୁରୀ ଏବଂ ତଦନୁଯାୟୀ ସଂଶାଧନରେ ଅଧିକାର ଦେବାକୁ ସଂରକ୍ଷଣ ପ୍ରଦାନ କରିବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ପ୍ରକାଶ କରିଛନ୍ତି । ଦଳର ସର୍ବଭାରତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଏଥିପ୍ରତି ନିଜର ଅଙ୍ଗୀକାରବଦ୍ଧତା ଘୋଷଣା କରିଥିବାବେଳେ ଦଳର ନିର୍ବାଚନୀ ଗ୍ୟାରେଂଟିରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଛୁଆବର୍ଗ ପାଇଁ କ୍ରମାଗତ ଭାବେ ଅବହେଳା କରି ଆସୁଛନ୍ତି ବୋଲି ଶ୍ରୀ ପାଣ୍ଡବ ଅଭିଯୋଗ କରିବା ସହ ସାମାଜିକ ନ୍ୟାୟ ପ୍ରତି । ପାଇଁ କଂଗ୍ରେସକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଗୋଟିଏ ପଟେ ନରେନ୍ଦ୍ର ମୋଦି ନିଜକୁ ଓ.ବି.ସି. କହି ଭୋଟ ମାଗୁଛନ୍ତି, ଅନ୍ୟପଟେ ସମୁଦାୟ ଜନସଂଖ୍ୟାର ୫୦ ଶତକଡ଼ା ଓବିସି ବର୍ଗ ପ୍ରତି ଉପେକ୍ଷା କରୁଛନ୍ତି । ବିରୋଧି ଦଳମାନଙ୍କର ବାରମ୍ବାର ଦାବୀ ସତ୍ୱେ ସରକାର ଜାତି ଜନଗଣନା କରୁନାହାନ୍ତି । ପଛୁଆବର୍ଗଙ୍କ ବିରୋଧରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ‘ଭାଗିଦାରୀ ନ୍ୟାୟ’ ମାଧ୍ୟମରେ ପଛୁଆ ବର୍ଗଙ୍କୁ ଦେଶର ସଂଶୋଧନରେ ଉପଯୁକ୍ତ ଭାଗିଦାରୀ ପାଇଁ ଗୁରୁତ୍ୱ ଦେଇ କହିଛନ୍ତି ଯେ ଦେଶରେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ କରାଯିବ ଏବଂ ୫୦ % ର ସୀମାବଦ୍ଧତାକୁ କଂଗ୍ରେସ ସରକାର ଉଠାଇ ଦେବ ବୋଲି କହିଥିଲେ । ସେହିପରି ରାଜ୍ୟରେ ଓବିସି ବର୍ଗପ୍ରତି ଚରମ ଅବହେଳାର ପ୍ରମାଣ ଭାବେ ସରକାରୀ ଚାକିରୀ କ୍ଷେତ୍ରରେ ସେମାନଙ୍କ ୨.୮% ଉପସ୍ଥିତିକୁ ନିଆଯିବା ସହ ୬୩% ଓବିସି ବର୍ଗର ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ବଂଚିତ ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ଅଗ୍ରାଧିକାର ଭିତିରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣ୍ଡବ ଘୋଷଣା କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ପ୍ୟାନେଲିଷ୍ଟ ଶୁଭେନ୍ଦୁଶେଖର ମଲ୍ଲିକ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget