loading...

ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର  ମାର୍ଚ୍ଚ ୨୦୨୪


ମା’ ସମଲେଇଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ - ଧର୍ମେନ୍ଦ୍ର ପ୍ରଧାନ


  • ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିକୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ
  • ମୋଦିଜୀଙ୍କ ଗ୍ୟାରେଣ୍ଟି, ୧୦ ବର୍ଷର ଟ୍ରାକ୍ ରେକର୍ଡ ଏବଂ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଜରିଆରେ ସମ୍ବଲପୁର ସମେତ ସମଗ୍ର ଦେଶରେ ନାଗରିକଙ୍କ ଭୋଟ୍ ଏବଂ ବିଶ୍ୱାସ ଜିତିବୁ

ଭୁବନେଶ୍ୱର, ମାର୍ଚ୍ଚ ୨୪ –  ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯିବା ନେଇ ପାର୍ଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏ ନେଇ ଶ୍ରୀ ପ୍ରଧାନ ମା’ ସମଲେଇଙ୍କ ପବିତ୍ର ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ ବୋଲି ଏକ୍ସରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିକୁ କୋଟି କୋଟି କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦିଜୀଙ୍କ ଗ୍ୟାରେଣ୍ଟି, ୧୦ ବର୍ଷର ଟ୍ରାକ୍ ରେକର୍ଡ ଏବଂ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଜରିଆରେ ଆମେ ସମ୍ବଲପୁର ସମେତ ସମଗ୍ର ଦେଶରେ ନାଗରିକଙ୍କ ଭୋଟ୍ ଏବଂ ବିଶ୍ୱାସ ଜିତିବୁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget