loading...

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର,  ଏପ୍ରିଲ ୨୦୨୪


ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଥିବା ମହାମନିଷ ମାନଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ, ହରେକୃଷ୍ଣ ମହାତାବ୍‌, କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନିଳକଣ୍ଠ ପ୍ରଭୃତିଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା । ଓଡ଼ିଶାର ସୀମା ଟପି ପଡୋଶୀ ରାଜ୍ୟ ପକ୍ଷରୁ ଯେଉଁ ଜବର ଦଖଲ ଚାଲିଛି ତାହାର ଦୃଢ଼ ନିନ୍ଦା କରିବା ସହ ଓଡ଼ିଶା ସରକାର ଏ ଦିଗରେ ତତ୍‌ପରତା ପ୍ରକାଶ କରିନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା ।

ଏହି କାର୍ଯ୍ୟକର୍ମରେ ବିଧାୟକ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାସ, ଲିଙ୍ଗରାଜ ଦାସ, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget