ଭୁବନେଶ୍ୱର, ୦୧ ଏପ୍ରିଲ ୨୦୨୪
ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତା ଏପ୍ରିଲ ୦୧ ,୨୦୨୪ ରିଖରେ ମହାଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଆଲୋକିତ କରାଯିବା ସହ ମୁଖ୍ୟ କାର୍ଯ୍ୟାଳୟର ପ୍ରବେଶ ପଥକୁ ପୁଷ୍ପମାଳା ଓ ରଙ୍ଗୋଲିରେ ସୁସଜ୍ଜିତ କରାଯାଇଛି। RBI@90 ଅଫିସିଆଲ୍ ଲୋଗୋ ସହିତ ଏହାର ଥିମ ସ୍ଥିରତା, ବିଶ୍ୱାସ ଓ ଅଭିବୃଦ୍ଧି କୁ ମୁଖ୍ୟ କାର୍ଯ୍ୟାଳୟ ଉପରେ ଥିବା ଏଲଇଡି ସ୍କ୍ରିନ ଏବଂ ଏକ ହିଲିୟମ ବେଲୁନ୍ ଦ୍ଵାରା ପ୍ରଦର୍ଶିତ କରାଯାଇଛି l
ମୁମ୍ବାଇରେ ଆୟୋଜିତ ୯୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମାନ୍ୟବର ପ୍ରଧାନମନ୍ତ୍ରୀ, ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ, ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ, ମାନ୍ୟବର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯୋଗ ଦେଇଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ ଆରବିଆଇର ବୃତ୍ତିଗତତା ଏବଂ ପ୍ରତିବଦ୍ଧତା ଆଧାରରେ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିଥିବାରୁ ପ୍ରଶଂସା କରିଥିଲେ । ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅଣପାରମ୍ପରିକ ନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କ 'ଆଉଟ୍ ଅଫ୍ ଦି ବକ୍ସ' ଚିନ୍ତାଧାରାକୁ ପ୍ରଶଂସା କରିଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ‘X’ ହ୍ୟାଣ୍ଡଲ୍ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ସିଧାପ୍ରସାରଣ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ଐତିହାସିକ ଉତ୍ସବରେ ଏକ ବିଶାଳ ଏଲ୍ଇଡି ସ୍କ୍ରୀନ ଦ୍ଵାରା ଭର୍ଚୁଆଲ ମୋଡରେ ଯୋଗ ଦାନ କରିଥିଲେ।
Post a Comment