ବର୍ଷ ୨୦୨୩-୨୪ ରେ ସର୍ବକାଳିନ ସର୍ବାଧିକ ବକ୍ସାଇଟ ଓ ଆଲୁମିନିୟମ୍ ଉତ୍ପାଦିତ
ପ୍ରଦର୍ଶନ ମୁଖ୍ୟାଂଶ:
ସର୍ବକାଳିନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ୍ କାଷ୍ଟ ଧାତୁ ଉତ୍ପାଦିତ
ସର୍ବକାଳିନ ସର୍ବାଧିକ ୪,୭୦,୧୦୮ ମେଟ୍ରିକ ଟନ୍ ଧାତୁ ବିକ୍ରୟ
ସର୍ବକାଳିନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ୍ ବକ୍ସାଇଟ ଉତ୍ତୋଳନ
ଉତ୍କଳ ଡି କୋଇଲା ଖଣି କାର୍ଯ୍ୟକ୍ଷମ ଏବଂ ସର୍ବାଧିକ ମୂଲ୍ୟାୟନ କ୍ଷମତା ସହ ୨ ମିଲିଅନ ଟନ୍ କୋଇଲା ଉତ୍ତୋଳନ
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ(ନାଲକୋ) ବର୍ଷ ୨୦୨୩-୨୪ ରେ ଉତ୍ପାଦନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି ।
କମ୍ପାନୀ ସର୍ବକାଳିନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ୍ ର କାଷ୍ଟ ଧାତୁ ଉତ୍ପାଦନ କରିଥିବାବେଳେ, ବିଗତ ସମସ୍ତ ରେକର୍ଡ କୁ ଅତିକ୍ରମ କରି ସର୍ବକାଳିନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ୍ ର ବକ୍ସାଇଟ ଉତ୍ତୋଳନ ସହ ୪,୭୦,୧୦୮ ମେଟ୍ରିକ ଟନ୍ ଧାତୁ ବିକ୍ରୟ କରିଛି । ଆର୍ଥିକ ବର୍ଷ ୨୦୨୩-୨୪ ରେ ମଧ୍ୟ କମ୍ପାନୀର ନୂତନ ଆଲୁମିନିୟମ୍ ଆଲୟ ଇଙ୍ଗଟ (ଏ.ଏଲ. ୫୯)ଏହାର ଉତ୍ପାଦ ଶ୍ରେଣୀରେ ଯୋଡ଼ି ହୋଇଛି ।
ବାର୍ଷିକ ଧାର୍ଯ୍ୟ ଲକ୍ଷ ଠାରୁ ଉର୍ଦ୍ଧ୍ୱ(୧୦୧.୧୫%) କ୍ଷମତା ଉପଯୋଗ ସହ ନାଲକୋର ଆଲୁମିନା ରିଫାଇନେରୀ ୨୧,୨୪,୦୦୦ ମେଟ୍ରିକ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରିଥିବାବେଳେ, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ୭୧୯୩.୬୨ ମିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ଷ ୨୦୨୩-୨୪ ରେ ଉତ୍କଳ ଡି କୋଇଲା ଖଣି କାର୍ଯ୍ୟକ୍ଷମ ହେବା ସହ ୨ ମିଲିଅନ ଟନ୍ କୋଇଲା ଉତ୍ତୋଳନ କରାଯାଇଛି ଯାହାକି ଏହି ଖଣିର ସର୍ବାଧିକ ମୂଲ୍ୟାୟନ କ୍ଷମତା ଅଟେ ।
ଏହି ଅବସରରେ ନାଲକୋ, ସିଏମଡି ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, ବିଗତ ବର୍ଷମାନଙ୍କରେ ହୋଇଥିବା ପ୍ରଦର୍ଶନ ଅପେକ୍ଷା କମ୍ପାନୀ ସର୍ବଦା ଭଲ କରିବାକୁ ଚେଷ୍ଟା କରିଛି । ଚଳିତ ବର୍ଷର ଉଲ୍ଲେଖନୀୟ ସଫଳତା ନିମନ୍ତେ ସେ ନାଲକୋ ସମୁଦାୟ ଏବଂ ହିତଧାରକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କର୍ମଚାରୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ହିତଧାରକମାନଙ୍କ ସହଯୋଗକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ, ବ୍ୟାକୱାର୍ଡ଼ ଇଣ୍ଟିଗ୍ରେସନ, ସୁନିଶ୍ଚିତ ଶକ୍ତି ଏବଂ କଞ୍ଚାମାଲ ଉପଲବ୍ଧତା ଭଳି ଅନେକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି
Post a Comment