ଭୁବନେଶ୍ୱର, ୧ ମଇ ୨୦୨୪
ଭାରତୀୟ ଜନତା ପାର୍ଟିର ପ୍ରକାଶିତ ନିର୍ବାଚନ ଇସ୍ତାହାରରେ ଭାରତର ୪୯ କୋଟି ଶ୍ରମିକ କର୍ମଚାରୀଙ୍କ ପାଇଁ ଆଖିଦୃର୍ଶିଆ ପ୍ରତିଶ୍ରୁତି ନାହିଁ । ଗୋଟିଏ ପଟେ ମୋଟର ଭେଇକିଲ୍କୁ ଆକ୍ଟକୁ ସଂଶୋଧନ କରି ଡ୍ରାଇଭର ମାନଙ୍କ ଉପରେ କଡା କାର୍ଯ୍ୟାନୁ ।ନ ବ୍ୟବସ୍ଥା ବିରୁଦ୍ଧରେ ସାରା ଭାରତ ବର୍ଷରେ ବନ୍ଦ ହୋଇଥିଲାବେଳେ ଡ୍ରାଇଭର ଓ ରାସ୍ତା କଡ଼ର ଶ୍ରମିକ ମାନଙ୍କ ପାଇଁ ବୀମା କଥା କୁହାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନର ୧୩ ଦଫା ଦାବୀ ଲେବର କୋର୍ଡ଼, ଜାତୀୟ ସର୍ବନିମ୍ନ ମଜୁରୀ, ଅଷ୍ଟମ ବେତନ କମିଶନ, ସ୍ୱାସ୍ଥ୍ୟ ଓ ସାମାଜିକ ଆଇନ ପ୍ରଣୟନ, ପ୍ରୋଭିଡେଂଟ ଫଣ୍ଡ ପେନସନ ବୃଦ୍ଧି, ପୁରୁଣା ପେନସନ୍ ସ୍ମିମ୍, ଠିକା ଓ ସ୍କିମ୍ ଶ୍ରମିକଙ୍କୁ ସ୍ଥାୟୀ କରିବା ସଂପର୍କରେ କିଛି କୁହାଯାଇନାହିଁ । ଓଡ଼ିଶାର ବିଜେଡ଼ି ସରକାର ଶ୍ରମିକ କର୍ମଚାରୀଙ୍କ ବିରୁଦ୍ଧରେ ଆଇନ ପ୍ରଣୟନ ଓ ସମସ୍ତ ଶ୍ରମିକ ବିରୋଧି କାର୍ଯ୍ୟକ୍ରମରେ ଘନି ସହଯୋଗୀ ଭାବେ ସର୍ବବିଧିତ ।
ମାଗଣା ଭୋଜନ ଓ ପ୍ରବାସୀ ଶ୍ରମିକ ଦ୍ୱାରା ଓଡ଼ିଶା ଓ ଓଡ଼ିଶାର ଯୁବକ ଯୁବତୀ ସ୍ୱାବଲମ୍ବୀ ହୋଇପାରିବ ନାହିଁ କେବଳ ରୋଜଗାର ହିଁ ଓଡ଼ିଶାକୁ ସ୍ୱାବଲମ୍ବୀ ଓ ସମୃଦ୍ଧ କରିପାରିବ । ବିଜେଡ଼ିର ୨୪ ବର୍ଷ ଶାସନ ଓ ବିଜେପିର ୧୦ ବର୍ଷ ଶାସନ କାଳରେ ଓଡ଼ିଶା ଓ ଓଡ଼ିଶାର ଲୋକମାନଙ୍କ ସ୍ୱାବଲମ୍ବି କରିବା ପାଇଁ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାଫଳରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଶ୍ରମିକ ରୋଜଗାର ପାଇଁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ କହିଛନ୍ତି ।
ଡ. ଖୁଂଟିଆ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଦ୍ୱାରା ୪୪ ଲେବର ଆଇନ୍କୁ ରଦ୍ଦ କରି ଓଡ଼ିଶା ରାଜ୍ୟରେ ବିଜେଡ଼ି ସରକାରଙ୍କ ସହାୟତାରେ କେନ୍ଦ୍ରରେ ୪ ଟି ଶ୍ରମିକ କର୍ମଚାରୀ ଲେବର କୋର୍ଡ଼ କରୋନା ସମୟରେ ସଂସଦରେ ଆଲୋଚନା ନ କରି ପାସ୍ କରିଛନ୍ତି ଏବଂ ଆମ ଦେଶରେ ପ୍ରଚଳିତ ଶ୍ରମିକ କର୍ମଚାରୀଙ୍କ ପାଇଁ ତ୍ରିପାକ୍ଷିକ କମିଟି ଏଣ୍ଡିଆନ୍ ଲେବର କନ୍ଫରେନ୍ସ୍ ଓ ଲେବର ଷ୍ଟାଣ୍ଡିଙ୍ଗ କମିଟି ୨୦୧୫ ପରେ ବସି ନାହିଁ । ଅନ୍ୟପକ୍ଷରେ ଆଇ.ଏଲ.ଓର ପ୍ରଥମ କନ୍ଭେନସନ ବିରୁଦ୍ଧରେ ୮ ଘଂଟା ପରିବର୍ତେ ୧୨ କାମ କରିବା ଓ ୩୦୦ କର୍ମଚାରୀ କାମ କରୁଥିବା କାରଖାନାକୁ ସରକାରଙ୍କ ବିନା ଅନୁମତିରେ ବନ୍ଦ କରିବା ଭଳି ନିଷ୍ପତି ଓଡ଼ିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନେଇଛନ୍ତି । ଏଣୁ ସାରା ଦେଶରେ ୨୬୦୦୦ ଟଙ୍କା ସର୍ବନିମ୍ନ ମଜୁରୀ କରିବା ସମସ୍ତ ଠିକା ଶ୍ରମିକ ଓ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ପାଚିକା ପରି ସମସ୍ତ ଅସ୍ଥାୟୀ କର୍ମଚାରୀକୁ ଚାକିରୀରେ ସ୍ଥାୟୀ କରିବା ଓ ସରକାରୀ ଉଦ୍ଦ୍ୟେଗକୁ ଘରୋଇକରଣ ନ କରିବା ପାଇଁ ଦାବୀ କରି ଓ କୃଷକମାନଙ୍କ ପାଇଁ ସର୍ବନିମ୍ନ ମୂଲ୍ୟ ହାର ବୃଦ୍ଧି କରିବା ପାଇଁ ଆଇନ୍ ପ୍ରଣୟନ ଦାବୀରେ ବିଜେପି ସରକାର ବିରୁଦ୍ଧରେ ସାରା ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ଉଦ୍ୟମରେ ଆନ୍ଦୋଳନ ଜାରି ରହିଛି । ଆମ ଦେଶ ବାହାରେ କାର୍ଯ୍ୟ କରୁଥିବା ଅଢ଼େଇ କୋଟି ଶ୍ରମିକ ଓ ଦେଶ ଭିତରେ କାର୍ଯ୍ୟ କରୁଥିବା ୧୩ କୋଟି ପ୍ରବାସୀ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କର ଓ ରାଜ୍ୟ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । ଗତ ୨୦୨୨ ରେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ସମ୍ମିଳନୀରେ ଗୃହିତ ପ୍ରସ୍ତାବ ଅନୁଯାୟୀ ଆଇ.ଏଲ.ଓ ୧୫୫ ଓ ୧୮୭ ଧାରାରେ ଦେଶରେ ଶ୍ରମିକ କର୍ମଚାରୀମାନଙ୍କର ସ୍ୱାସ୍ଥ୍ର୍ୟ ସୁରକ୍ଷାକୁ ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଅଧିକାର ଭାବରେ କାର୍ଯ୍ୟ କରିବା ପାଇଁ ଏ ଅବଧି କୌଣସି ନିତୀ ପ୍ରଣୟନ କରାଯାଇନାହିଁ । ଜାତୀସଂଘ ତରଫରୁ ପ୍ରବାସୀ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା, ମଜୁରୀ, ଅଧିକାର ପାଇଁ ପ୍ରସ୍ତୁତ ଆନ୍ତର୍ଜାତିକ କନଭେନସନ୍ରେ ୧୨୧ ଟି ଦେଶ ସ୍ୱାକ୍ଷର କରିଥିଲେ ହେଁ ଭାରତ ସରକାର ଏ ପର୍ଯ୍ୟନ୍ତ ଏ କନ୍ଭେନ୍ସନ୍ରେ ସ୍ୱାକ୍ଷର କରିନାହାନ୍ତି । ଯଦିଓ ଭାରତ ବର୍ଷ ବର୍ଷକୁ ୧୦୦ ବିଲିୟନ ଡଲାର ବିଦେଶ ମୁଦ୍ରା ମାଇଗ୍ରଂଟ ରେମିଂଟାନ୍ସ୍ ଭାବରେ ପାଉଛି । କତାରରୁ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି କେନ୍ଦ୍ର ସରକାର ବାହା ବାହା ନେଉଥିଲାବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ମଧ୍ୟ ପ୍ରାଚ୍ୟ ଦେଶ ଗୁଡ଼ିକରେ ସାଧାରଣ ଅଭିଯୋଗରେ ଜେଲ୍ରେ ସଢ଼ୁଥିଲାବେଳେ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ କୌଣସି ଉଦ୍ୟମ କରାଯାଉନାହିଁ ।
ଓଡ଼ିଶା ରାଜ୍ୟ ସରକାର ଟାଟା ପାୱାରର ଯୁକ୍ତି ଅନୁଯାୟୀ ୨୫ ବର୍ଷ ପର୍ଯ୍ୟନ୍ତ କୌଣସି ନିଯୁକ୍ତି ସ୍ଥାୟୀ କରିବେ ନାହିଁ ବୋଲି ଚୁକ୍ତି ସ୍ୱାକ୍ଷର କରିଥିଲାବେଳେ ପୂର୍ବରୁ କର୍ମଚାରୀମାନଙ୍କ ଠାରୁ ସଂଗୃହିତ ୧୯୦୦ କୋଟି ଟଙ୍କା ପ୍ରଭେିଡେଂଟ ଫଣ୍ଡରେ ଡିପୋଜିଟ୍ ହୋଇନାହିଁ । ଆମ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ଓସିଏଲ, ଭିଟିଏମ୍,ଓଟିଏମ୍, ଝାରସୁଗୁଡ଼ା ଟେକ୍ସାଟାଇଲ ମିଲ, ସମବାୟ ସୂତାକଳ ଗୁଡ଼ିକ ବନ୍ଦ ଥିବାବେଳେ ସେଗୁଡ଼ିକୁ ଖୋଲିବା ପାଇଁ ଉଦ୍ୟମ ହେଉନାହିଁ । ଅନ୍ୟପକ୍ଷରେ ବାଲେଶ୍ୱର, ଯାଜପୁର, ପାରାଦ୍ୱୀପ, ଝାରସୁଗୁଡ଼ା, କେନ୍ଦ୍ରଝରରେ ଖୋଲିଥିବା କେତେକ ନୂଆ ଶିଳ୍ପ ବନ୍ଦ ହୋଇଗଲାଣି । ଓଡ଼ିଶାରୁ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ମୁମ୍ବାଇ, ଚେନାଇ, ନାଗପୁର, କେରଲା, ଦିଲ୍ଲୀ ଓ ପଞ୍ଜାବକୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଯାଉଛନ୍ତି । କାମ କରୁଥିବାବେଳେ କେତେବେଳେ କାହାର ହାତ କଟିଯାଉଛି ବା କେତେବେଳେ କିଏ ମୃତ୍ୟୁବରଣ କରୁଛି । ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଭଦ୍ରକ, କୋରାଫୁଟ, ମାଲାକାନଗିରି, ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରଝରୁ ପ୍ରାୟ ୪୧୮ ଗ୍ରାମ ପଂଚାୟତରୁ ଅଧିକ ପ୍ରବାସୀ ଶ୍ରମିକ ଯାଉଛନ୍ତି । ସମୁଦ୍ରତଟ ଜିଲ୍ଳାଗୁଡ଼ିକରୁ ଯାଉଥିବା ପ୍ରବାସୀ ଶ୍ରମିକ ପଛୁଆ ବର୍ଗ ୭୦ ପ୍ରତିଶତ, ଦଳୀତ ୪ ପ୍ରତିଶତ ଏବଂ ପଶ୍ଚିମ ଓଡ଼ିଶାରୁ ଯାଉଥିବା ପ୍ରବାସୀ ଶ୍ରମିକ ପଛୁଆ ବର୍ଗର ୪୩ ପ୍ରତିଶତ, ଦଳୀତ ୨୩ ପ୍ରତିଶତ, ଆଦିବାସୀ ୨୮ ପ୍ରତିଶତ ଓ ୨ ପ୍ରତିଶତ ସାଧାରଣ ଜାତିରୁ ଅଟନ୍ତି । ପ୍ରାୟ ଓଡ଼ିଶାରୁ ଯାଉଥିବା ୪୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୯ ଲକ୍ଷ ଗୁଜୁରାଟ, ୫ ଲକ୍ଷ ୱେଷ୍ଟବେଙ୍ଗଲ, ୨ ଲକ୍ଷ ଝାରଖଣ୍ଡ, ୫ ଲକ୍ଷ ଛତିଶଗଡ଼, ଦିଲ୍ଳୀ, ୨ ଲକ୍ଷ ଆନ୍ଧ୍ର ଓ ତେଲେଙ୍ଗାନା, ୨ ଲକ୍ଷ ତାମିଲନାଡ଼ୁ, ୨ ଲକ୍ଷ ମହାରାଷ୍ଟ୍ର, କେରଳ ଓ ଅନ୍ୟ ୨ ଲକ୍ଷ ଜାମୁକାଶ୍ମିରୀ, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ । ଓଡ଼ିଶା ସରକାରଙ୍କର ଏହି ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନିତ କରିବା ଏବଂ ସେ କାର୍ଯ୍ୟ କରୁଥିବା ଜାଗା ରାଜ୍ୟ ଚିହ୍ନିତ କରି ତାଙ୍କୁ ଓଡ଼ିଶା ଫେରାଇ ଆଣି କାର୍ଯ୍ୟ ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ । ସମୁଦ୍ର ତଟ ମାଇଗ୍ରେଂଟ ଲେବରଙ୍କର ମାସିକ ହାରହାରି ୬୦୦୦ ଟଙ୍କା ଏବଂ ପଶ୍ଚିମ ଓଡ଼ିଶାର ମାସିକ ହାରାହାରି ରୋଜଗାର ୪୮୧୬ ଟଙ୍କା ହେଉଥିଲାବେଳେ ସମୁଦ୍ର ତଟ ପ୍ରବାସୀ ଶ୍ରମିକଙ୍କର ମାସିକ ଖର୍ଚ୍ଚ ୨୭୭୦ ଟଙ୍କା ଓ ପଶ୍ଚିମ ଓଡ଼ିଶା ମାସିକ ହାରାହାରି ଖର୍ଚ୍ଚ ୨୦୦୨ ଟଙ୍କା ଏବଂ ତନ୍ମଧ୍ୟରୁ ୨୧ ପ୍ରତିଶତ ମଜୁରୀ ମିଳୁନାହିଁ । ୨୫ ପ୍ରତିଶତ ପ୍ରବାସୀ ଶ୍ରମିକ କାର୍ଯ୍ୟସ୍ଥଳରେ ଦାଦନ ଶ୍ରମିକ ଭାବରେ ରହୁଛନ୍ତି ଏବଂ ୬ ପ୍ରତିଶତ ଶ୍ରମିକଙ୍କ ପତାମିଳୁନାହିଁ ଏବଂ ୦.୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଏକ ସର୍ଭେ ରିପୋର୍ଟରେ କୁହାଯାଇଛି । କଂଗ୍ରେସ ସରକାରଙ୍କ ସମୟରେ ୧୯୯୫ ମସିହାରେ ନିର୍ମାର ଶ୍ରମିକ ଆଇନ ପ୍ରସ୍ତୁତ ହୋଇଥିଲା । ଓଡ଼ିଶା ସରକାରଙ୍କ ପାଖରେ ସଂପ୍ରତି ୧୭୦୦ କୋଟି ଟଙ୍କା ଗଚ୍ଛିତ ଅଛି । ଏହାକୁ ସରକାରୀ ଦଳ, ରାଜନୈତିକ ଦୃଷ୍ଟିରୁ ବିନିଯୋଗ କରୁଛନ୍ତି । ୨୦୦୮ ରେ ଅସଂଗଠିତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଆଇନ୍, ଓଡ଼ିଶା ରାଜ୍ୟ ସରକାର ଟଙ୍କା ଦେଉନଥିବାରୁ କାର୍ଯ୍ୟକାରୀ ହେଉନାହିଁ । ପ୍ରବାସୀ ଶ୍ରମିକ ଆଇନ ୧୯୭୯ ଓଡ଼ିଶାରେ କାର୍ଯ୍ୟକାରୀ ହେଉନାହିଁ ଏବଂ ଅସାଧୁ ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁ ।ନ ହେଉନାହିଁ ।
ନିର୍ବାଚନକୁ ଆଖି ଆଗରେ ରଖି ୫ ବର୍ଷ ହେବ ସର୍ବନିମ୍ନ ମଜୁରୀ ନ ବଢ଼ାଇ ହଠାତ୍ ମଜୁରୀକୁ ୪୫୦ ଟଙ୍କା କରିବା ପାଇଁ ଏକ ପ୍ରାଥମିକ ନୋଟିସ୍ କରିଛନ୍ତି । ପ୍ରାଥମିକ ନୋଟିସ୍ କରି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ନୋଟିସ୍ କରିଛନ୍ତି । ଅନ୍ୟ ପକ୍ଷରେ ୮ ଘଂଟା ପରିବର୍ତେ ୧୨ ଘଂଟା କରିବା ଏବଂ ୩୦୦ ଶ୍ରମିକ କାର୍ଯ୍ୟକରୁଥିବା କାରଖାନାଗୁଡ଼ିକୁ ସରକାରଙ୍କ ବନ୍ଦ କରିବା ବିନା ଅନୁମତିରେ ମାଲିକାମାନଙ୍କୁ ଅନୁମତି ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଭୋଟକୁ ଆଖି ଆଗରେ ରଖି ଅଙ୍ଗନୱାଡ଼ି, ଆଶାକର୍ମୀ, ପାଚୀକା କିଛି ଶ୍ରମିକଙ୍କ କିଛି ପଇସା ବଢ଼ାଇଛନ୍ତି । କିନ୍ତୁ ରାଜ୍ୟ ସରକାର, ସରକାରୀ ଉଦ୍ଦ୍ୟେଗ, ବେସରକାରୀ ଉଦ୍ଦ୍ୟୋଗ ଶିକ୍ଷାନୁ ।ନ, ସିକ୍ୟୁରିଟି, ଅଙ୍ଗନୱାଡ଼ି, ଆଶା କର୍ମୀ ପାଚିକା ଏ ସମସ୍ତଙ୍କୁ ଚାକିରୀରେ ସ୍ଥାୟୀ କରି ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହିତ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ପ୍ରୋଭେଡେଂଟ ଫଣ୍ଡ ଇ.ଏସ୍.ଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ କଂଗ୍ରେସ ଦଳ ମଧ୍ୟ ନିର୍ବାଚନ ଇସ୍ତାହାରରେ ଗ୍ରହଣ କରିଛି ।
ନାଲ୍କୋ ଜାମନଯୋଡ଼ିରେ ସଂପ୍ରସାରଣ କାର୍ଯ୍ୟରେ ନିଯୁକ୍ତ ୨ ଜର ଝାରଖଣ୍ଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନାଲ୍କୋର କୋଲ୍ ମାଇନ୍ସରେ ନିଯୁକ୍ତ ଆନ୍ଧ୍ର କଂଟ୍ରାକ୍ଟର ଆନ୍ଧ୍ର ଲୋକମାନଙ୍କୁ ଆଣି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି । କୋଲ୍ ଇଣ୍ଡିଆ, ଏନ୍.ଟି.ପି.ସିରେ ଅଧିକାଂଶ ଶ୍ରମିକ ବାହାରୁ ଆସି କାମ କରୁଛନ୍ତି । ପ୍ରଦ୍ୟୁଷଣ ପାଇଁ କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାଯାଉନଥିବାରୁ ଅଧିକାଂଶ ଲୋକ ପେଶାଜନିତ ରୋଗରେ ମରୁଛନ୍ତି । ତାଳଚେର, ଅନୁଗୁଳ, ଝାରସୁଗୁଡ଼ାର ତାପମାନ ଓ ପ୍ରଦ୍ୟୁଷଣ ଦିଲ୍ଳୀ ତାପମାତ୍ରା, ପ୍ରଦ୍ୟୁଷର ଠାରୁ ଅଧିକ ହେଉଛି ।
ଆମ ଦେଶରେ ଥିବା ସର୍ବମୋଟ ୪୯ କୋଟି ଶ୍ରମିକଙ୍କ ମଧ୍ୟରୁ ୪୭ ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ, ୭.୩ ଲକ୍ଷ ସରକାରୀ ଉଦ୍ଦ୍ୟୋଗ କର୍ମଚାରୀ ଓ ୫୦ ଲକ୍ଷ ରାଜ୍ୟ ସରକାରଙ୍କ କର୍ମଚାରୀ ୧୧.୮ କୋଟି ପ୍ରୋଭିଡେଂଟ ଫଣ୍ଡ, ୩.୧୦ କୋଟି ଇଏସ୍.ଆଇ ଉପଭୋକ୍ତା ସମେତ ୧୫.୫୪ ଲକ୍ଷ ଲୋକ ସାମାଜିକ ଓ ସ୍ୱାସ୍ଥ୍ର ସୁରକ୍ଷା ମିଳୁଛି । ମାତ୍ର ୩୩.୪୬ ଲକ୍ଷ ଲୋକମାନଙ୍କୁ ୨୫ ଲକ୍ଷ ଜୀବନ ବୀମା, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଦିଆଯାଇ ସେମାନଙ୍କୁ ଏ.ଏସ୍.ଆଇ ଓ ପ୍ରୋଭିଡେଂଟ ଫଣ୍ଡରେ ଦେବା ଆବଶ୍ୟକ । କଂଗ୍ରେସ ପାର୍ଟି କୃଷି ଶ୍ରମିକ ମାନଙ୍କୁ ୨୦୦୦ ଟଙ୍କା ପେନସନ, ୩୦୦୦ ଟଙ୍କା ବେକାରୀ ଭତା ଦେବା ପାଇଁ କହିଛନ୍ତି । ବିଜେପି ସରକାର ଗୋଟିଏ ଦେଶ ଗୋଟିଏ ଆଇନ କହୁଥିଲାବେଳେ ସାରା ଦେଶରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ, ସ୍ୱାସ୍ଥ୍ର୍ୟ ଚିକିତ୍ସା ଓ ସାମାଜିକ ସୁରକ୍ଷା କରିବାର ଅସୁବିଧା କ’ଣ?
ବିଜେପି ସରକାର ୨ କୋଟି ରୋଜଗାର ପ୍ରତିବର୍ଷ କହିଥିଲାବେଳେ ବିମୁଦ୍ରୀକରଣ ଜିଏସ୍ଟି ଓ କରୋଣାରେ ସବୁ ବନ୍ଦ ହେବା ୧୩ କୋଟି ଶ୍ରମିକ ଜୀବିକା ହରାଇଲେ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଡ. ମନମୋହନ ସିଂ ଙ୍କ ସରକାର ସମୟରେ ୯୮ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ଏନ୍ଡିଏ ଏହାକୁ କମାଇ ୬୦ ହଜାର କୋଟି ଟଙ୍କା କଲେ । ଏହି କାର୍ଯ୍ୟଗୁଡ଼ିକ ମେସିନ୍ ଦ୍ୱାରା କରାଯାଇଥିବାରୁ ଗରିବ ଶ୍ରମିକମାନଙ୍କ ପାଇଁ ରୋଜଗାର ମିଳୁନାହିଁ । ମହିଳାଙ୍କ କ୍ଷେତ୍ରରେ ନିଯୁକ୍ତି ଓ ରୋଜଗାର ୨୩ ପ୍ରତିଶତକୁ କମିଯାଇଛି । ଆମ ଦେଶରେ ଇ.ଏସ୍.ଆଇ., ପ୍ରୋଭିଡେଂଟ ପଣ୍ଡରେ ପ୍ରାୟ ୩୦ କୋଟି ଲକ୍ଷ ଟଙ୍କା ମହଜୁଦ ଅଛି । ଯାହା ପୁରା ଦେଶର ବଜେଟ ଠାରୁ ଅଧିକ ।
ନିର୍ବାଚନ ପୂର୍ବରୁ ଡିଜେଲ, ଗ୍ୟାସ ଓ ପେଟ୍ରୋଲ ଦାମ କମାଇବା ଏକ ପ୍ରହଳିକା ମାତ୍ର । କଂଚା ତେଲ ଦର ବଢ଼ିଥିବାରୁ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହେଉ ନାହିଁ । ଡ. ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲାବେଳେ ବର୍ତମାନ କଂଚା ତେଲର ଦର ୭୫ ରୁ ୮୦ ଡଲାର ଅଛି । ଏହି ତେଲ ଉପରେ ରାଜ୍ୟ ସରକାର ୨୪.୪୮ ପ୍ରତିଶତ ଏବଂ କେନ୍ଦ୍ର ସରକାର ୨୧.୮୦ ପ୍ରତିଶତ ନେଉଥିବାରୁ ପେଟ୍ରୋଲ ଡିଜେଲ ଦର ବଢ଼ୁଛି । ଏବଂ ଏହି ଦରକୁ ଲୋକଙ୍କୁ ଅକର୍ଷଣ କରିବା ପାଇଁ ନର୍ବାଚନ ପୂର୍ବରୁ କମାଇ ଦିଆଯାଉଛି । ଯଦି ତୈଳକୁ ଜିଏସ୍.ଟିରେ ଅନ୍ତର୍ଭୁକ୍ତ କରାଯାଇ ସର୍ବୋଚ୍ଚ ୨୮ପ୍ରତିଶତ ଜିଏସ୍ଟି ନିଆଯିବ ତାହାଲେ ପେଟ୍ରୋଲ ଓ ଡିଜେଲ ଦର ୭୫ ରୁ ୮୦ ଟଙ୍କା ମଧ୍ୟରେ ରହିବ ।
ବିଜେଡ଼ି ଓ ବିଜେପି ଦଳ ଓ ସରକାର ଶ୍ରମିକ କର୍ମଚାରୀ ବିରୋଧି । ପୁଞ୍ଜିିବିନିଯୋଗ ନାମରେ ଶ୍ରମିକ କର୍ମଚାରୀ କଂଗ୍ରେସ ଦଳ ସମୟରେ ମିଳିଥିବା ଅଧିକାରକୁ ଛିନ୍ନ କରି ବିଦେଶି ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି । ସାରା ଦେଶରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ପ୍ରଥମେ କାଶ୍ମିରୀ ରୁ କନ୍ୟାକୁମାରୀ ପଦଯାତ୍ରା ଓ ମଣିପୁର ଠାରୁ ମୁମ୍ବାଇ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ଶ୍ରମିକ, କୃଷକ, ଯୁବକ ମହିଳା ଓ ଦଳୀତ ମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜି ମୁମ୍ବାଇ ଠାରେ ସଂପୂର୍ଣ୍ଣ ହେବ । ସେ ଶ୍ରମିକ କର୍ମଚାରୀ ଦଳୀତ, ଯୁବକ ଓ ଛାତ୍ରମାନଙ୍କ ପାଇଁ ପ୍ରବାସୀ ଶ୍ରମିକ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି, ମତ୍ସ୍ୟ ଚାଷ, ବୁଣାଳୀ, ପରିବହନ ଶ୍ରମିକ, ରେଳ କର୍ମଚାରୀ, ଅଙ୍ଗନୱାଡ଼ି କର୍ମଚାରୀ, ଡେଲିଭରି କର୍ମଚାରୀ ଓ (ମହାତ୍ମାଗାନ୍ଧୀ ନିଶ୍ଚିତ ନିଯୁକ୍ତି) ଶ୍ରମିକ ଙ୍କ ସହିତ ତାଙ୍କ କାର୍ଯ୍ୟ ସ୍ଥଳରେ ମିଶିବା ଏବଂ ତାଙ୍କ ପାଇଁ ଲଢ଼େଇ କରିବା, ସନ୍ୟବାହିନୀରେ ୱାନ ଗ୍ରେଡ଼ ୱାନ ପେନସନକୁ ଦାବୀକୁ ସମର୍ଥନ କୃଷକ ଆନ୍ଦୋଳନ, ସଂଯୁକ୍ତ କୃଷକ ଓ ଶ୍ରମିକ ମାନଙ୍କର ୧୪ ଦଫା ଦାବୀକୁ ଦୃଢ଼ ସମର୍ଥନ କରିଥିବାରୁ ସମସ୍ତ କେନ୍ଦ୍ର ଶ୍ରମିକ ସଂଗଠନ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାରା ଭାରତରେ ୩.୪୯ ଲକ୍ଷ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୨ ଲକ୍ଷ ୬୦ ସଭ୍ୟଙ୍କର ଆସ୍ଥା ଭାଜନ ହୋଇପାରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଶ୍ରମିକ କର୍ମଚାରୀ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାହୁଲ ଗାନ୍ଧୀ ଏବଂ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ସମର୍ଥନ କରିବ ଏବଂ ଓଡ଼ିଶାରେ ବିଜେଡ଼ି ଓ ବିଜେପି ବିରୁଦ୍ଧରେ ସମସ୍ତ ଶ୍ରମିକ କର୍ମଚାରୀ ଭୋଟ ଦେବେ ବୋଲି ଆମର ଦୃଢ଼ ବିଶ୍ୱାସ ଅଛି ବୋଲି ଡ. ଖୁଂଟିଆ କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ, ଶୁଭେନ୍ଦୁ ମଲ୍ଲିକ ଓ ଇ. ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।
Post a Comment