ଭୁବନେଶ୍ୱର, ୩ ଜୁନ ୨୦୨୪
ଅଶ୍ବିନୀ, ବିକାଶ, ଦେବେନ୍ଦ୍ର, ରାହୁଲ, ନିରୋଜ ପ୍ରମୁଖ ଯୋଗଦେବା ସହ ଆଗାମୀ ଦିନମାନଙ୍କରେ ସାଇକେଲ୍ ମାଧ୍ୟମରେ ସାରା ଓଡ଼ିଶାରେ ପରିବେଶ ପ୍ରଦୂଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ ଓ ସୁଇଚ୍ ଅନ୍ ଫାଉଣ୍ଡେସନ୍ ତରଫରୁ ‘ବିଶ୍ଵ ବାଇସାଇକେଲ୍ ଦିବସ’ ଉପଲକ୍ଷେ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ଵରସ୍ଥିତ ଶିଶୁଭବନ ଛକ ଠାରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସାଇକେଲ୍ ଶୋଭାଯାତ୍ରା ସହ ପରିବେଶ ପ୍ରଦୂଷଣ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ’ୱେଷ୍ଟ ପିକପ୍ ଡ୍ରାଇଭ୍’ ଅଭିଯାନରେ ରାସ୍ତାକଡ଼ରେ ପଡ଼ିଥିବା ଅଳିଆ, ଆବର୍ଜନା ସଫା କରିବା ସହ ପରିବେଶ ପ୍ରଦୂଷଣ ସମ୍ବନ୍ଧ ବାର୍ତ୍ତା ଦେଇଥିଲେ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ଦେବରାୟ କଲେଜ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସ୍ର ପୂର୍ଣ୍ଣଚନ୍ଦ୍ର ସାହୁ, ସୁଇଚ୍ ଅନ୍ ଫାଉଣ୍ଡେସନ୍ ତରଫରୁ ମୋନାଲିସା ବେହେରା ଓ ଛାତ୍ରନେତା ତାପସ ଦେ, ମନୋଜ ସାହୁ ପ୍ରମୁଖ ଯୋଗଦେଇ ସାଇକେଲ୍ ଚଳାଇବା ଦ୍ଵାରା ମଣିଷର ସ୍ଵାସ୍ଥ୍ୟ ଉତ୍ତମ ରହିବା ସହ ପରିବେଶ ପ୍ରଦୂଷଣରୁ ମୁକ୍ତ, ଆଗାମୀ ପିଢୀ ପାଇଁ ଡିଜେଲ୍ ଓ ପେଟ୍ରୋଲ୍ର ସଂରକ୍ଷଣ ପ୍ରଭୃତି ସୁଚାରୁ ରୂପେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ପ୍ରଧାନ, ସୁକେଶ ଦାଣ୍ଡିଆ, କ୍ଷୀରୋଦ କୁମାର ଜେନା, ଦେବାଶିଷ, ଚନ୍ଦନ, ସତ୍ୟରଂଜନ, ସୂର୍ୟ୍ୟଦୀପ୍ତ, ସ୍ଵାଧୀନ, ଶିବାଶିଷ, ଅମିତ୍ କେରକେଟା, ଜଗନ୍ନାଥ, ଅମୃତ ସାହୁ,
Post a Comment