ଭୁବନେଶ୍ୱର, ୫ ଜୁନ ୨୦୨୪
- ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ ମହାପ୍ରବନ୍ଧକଙ୍କ ନିବେଦନ |
- ବୃକ୍ଷ ରୋପଣ ପାଇଁ ପ୍ରୋତ୍ସାହନ |
- ପରିବେଶ ସମ୍ବନ୍ଧୀୟ ସଚେତନତା ପାଇଁ ରେଳବାଇ କର୍ମଚାରୀଙ୍କ ପିଲା ମାନଙ୍କ ସହିତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି, ଇକୋ-ଫ୍ରେଣ୍ଡଲି ଫ୍ୟାନ୍ସି ଡ୍ରେସ୍ ଉପସ୍ଥାପନା ଓ ଡ୍ରଇଂ ପ୍ରତିଯୋଗିତା |
ପୂର୍ବ ତଟ ରେଳପଥ ଦ୍ୱାରା ବିଶ୍ୱ ପରିବେଶ ଦିବସକୁ ଉତ୍ସାହ ଏବଂ ପରିବେଶ ପରିଚାଳନା ଦାୟିତ୍ୱ ପ୍ରତିବଦ୍ଧତା ସହିତ ପାଳନ କରାଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ଦୃଢ଼ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ସେମାନଙ୍କ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣର ମାନଦଣ୍ଡ ପ୍ରତିପାଦନ କରିବାକୁ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି |
ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଏକ ଉତ୍ତମ ପରିବେଶ ଦିଗରେ କାର୍ଯ୍ୟ କରିବା ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ | ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗକୁ ପରିବେଶ ସଂରକ୍ଷଣରେ ସହଯୋଗ କରିବାକୁ ସେମାନଙ୍କର ଦୈନନ୍ଦିନ ଜୀବନରେ ସକ୍ରିୟ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି |
ବିଶ୍ୱ ପରିବେଶ ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠାରେ ରେଳପଥର ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ବିଭାଗୀୟ ମୁଖ୍ୟଙ୍କ ସହିତ କର୍ମଚାରୀ ଓ ଅଧିକାରୀମାନେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରେଳ ପରିସରରେ ବୃକ୍ଷ ରୋପଣ କରିଥିଲେ | ଏହି ପଦକ୍ଷେପ ପରିବେଶକୁ ସବୁଜିମା ବୃଦ୍ଧି କରାଇବା ସହିତ ରେଳ ଇକୋସିଷ୍ଟମ ମଧ୍ୟରେ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବ |
ବୃକ୍ଷରୋପଣ ବ୍ୟତୀତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା | ସକାଳେ ଆୟୋଜିତ ପ୍ରଭାତ ଫେରି କାର୍ଯ୍ୟକ୍ରମରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ଜନସାଧାରଣଙ୍କ ସହ ଜଡିତ ରହି ବିଭିନ୍ନ ବ୍ୟାନର, ପୋଷ୍ଟର, ପ୍ଲାକାର୍ଡ ଏବଂ ପରିବେଶ ପ୍ରସଙ୍ଗରେ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ | ପିଲାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଜଡିତ ରହି ଇକୋ-ଫ୍ରେଣ୍ଡଲି ଫ୍ୟାନ୍ସି ଡ୍ରେସ୍ ଉପସ୍ଥାପନାରେ ଅଂଶଗ୍ରହଣ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯାହାକି ଅଳ୍ପ ବୟସରୁ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା |
ଖୋର୍ଦ୍ଧା ରୋଡ଼, ୱାଲଟିୟର, ସମ୍ବଲପୁର ରେଳ ମଣ୍ଡଳ ସହିତ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ଆୟୋଜନ କରାଯାଇ ପରିବେଶ ସୁରକ୍ଷାର ପ୍ରତିବଦ୍ଧତା ବୃଦ୍ଧି କରାଯାଇଥିଲା | ଏହି ପଦକ୍ଷେପଗୁଡ଼ିକ ପରିବେଶ ଅନୁକୂଳ ରେଳ ପରିସର ସୃଷ୍ଟି କରିବା ଏବଂ ଏହାର କାର୍ଯ୍ୟକ୍ଷମ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ପୂର୍ବତଟ ରେଳପଥର ଉତ୍ସର୍ଗୀକୃତତାକୁ ସୂଚିତ କରିଛି |
ବିଶ୍ୱ ପରିବେଶ ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ଏକ ବିଶ୍ୱସ୍ତରୀୟ ଆହ୍ୱାନ ଭାବରେ କାର୍ଯ୍ୟ କରୁଥିବାରୁ ପୂର୍ବତଟ ରେଳପଥ ଦ୍ୱାରା ସ୍ଥାୟୀ ଅଭ୍ୟାସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ପ୍ରତିବଦ୍ଧତାକୁ ପାଳନ କରିଆସୁଅଛି | ସାମୂହିକ ପ୍ରୟାସ ଏବଂ ବ୍ୟକ୍ତିଗତ ଅବଦାନ ମାଧ୍ୟମରେ, ପୂର୍ବତଟ ରେଳପଥ ସମସ୍ତଙ୍କ ପାଇଁ ଏକ ସବୁଜ, ସ୍ୱାସ୍ଥ୍ୟକର ଏବଂ ଉତ୍ତମ ପରିବେଶ ସହିତ ଅଧିକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି |
Post a Comment