loading...

ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଓ ନିମ୍‌ହାନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,  ଜୁନ ୨୦୨୪




ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ନୁ୍ୟରୋ ବିଜ୍ଞାନ ଅନୁଷ୍ଠାନ (କ୍ତଔMଓଅକ୍ତଗ) ବାଙ୍ଗାଲୁରୁ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆପଦକାଳୀନ ସମୟରେ ବିପର୍ଯ୍ୟୟର ସାମ୍‌ନା କରିବା ସହ ଏହି ପରିସ୍ଥିତିରୁ ଉଦ୍ଧାର ପାଇବା, ଥଇଥାନ ଏବଂ ମାନସିକ ସ୍ତରରେ ପ୍ରସ୍ତୁତି ନିହାତି ଆବଶ୍ୟକ । ଏହି ବୁଝାମଣା ପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ତାଲିମ ଓ ଦକ୍ଷତା ବୃଦ୍ଧି କରିବା । ବିପର୍ଯ୍ୟୟ ସମୟରେ ବିଭିନ୍ନ ସହଭାଗୀମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ଓ ମାନସିକ ସ୍ଥିତିର ଯନି ନେବା । ବିଭିନ୍ନ ଜ୍ଞାନ ଓ କୌଶଳର ଉପଯୋଗରେ ନିରନ୍ତର ଉନ୍ନତି ଓ ପାରସ୍ପରିକ ଶିକ୍ଷା ଦିଗରେ ସମୟାନୁଯାୟୀ ଅନୁଭୂତି ବାଣ୍ଟିବା ଦିଗରେ ଗୁରୁତ୍ୱ ଆରୋପ କରାଯିବ । ଏହି ଦୁଇ ଅନୁଷ୍ଠାନ ବିପର୍ଯ୍ୟୟ ସମୟରେ ମାନସିକ ସ୍ୱାସ୍ଥ୍ୟ ଯନି ସହ ଆନୁଷଙ୍ଗିକ କ୍ଷେତ୍ରରେ ଗବେଷଣାତ୍ମକ କାର୍ଯ୍ୟକଳାପ ବୃଦ୍ଧି ଉପରେ ସହମତି ପ୍ରକାଶ କରିଛନ୍ତି । 

ବାଙ୍ଗାଲୁରୁଠାରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓସ୍‌ଡ୍‌ମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ଓ ନିମ୍‌ହାନ୍ସର ନିର୍ଦ୍ଦେଶକ ଶ୍ରୀମତୀ ପ୍ରତିମା ମୂର୍ତ୍ତି ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଅନୁଷ୍ଠାନର ରେଜିଷ୍ଟ୍ରାର ତା. ଶଙ୍କର ନାରାୟଣ ରାଓ, ଅତିରିକ୍ତ ପ୍ରଫେସର ଡା. ଜୟକୁମାର ସି., ଡା. ଗୋବିନ୍ଦ ମାଝି ଏବଂ ଡା. ବାଲଶାନ୍ତି, ପ୍ରକଳ୍ପ ସଂଯୋଜକ ଓ ଓସ୍‌ଡ୍‌ମାର ରାଜ୍ୟ ପ୍ରକଳ୍ପ ଅଧିକାରୀ ଗୌରୀଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget