loading...

‘ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗ’

ଭୁବନେଶ୍ୱର,  ଜୁନ ୨୦୨୪


  • ୨୪ ଘଂଟାରେ ଦୋଷୀଙ୍କୁ ଗିରଫ ନ କଲେ ଡିଜି ଅଫିସ ଘେରିିବ ବିଜେପି ଯୁବ ମୋର୍ଚ୍ଚା: ସଂଗ୍ରାମ ପାତ୍ର 
  • ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ଆକ୍ରମଣ ନିନ୍ଦନୀୟ
  • ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଦାୟୀ ରହିବେ ଡିଜି
  • ଗଣତନ୍ତ୍ରରେ ଏଭଳି ଆଚରଣ ଜମା ଗ୍ରହଣୀୟ ନୁହେଁ
  • ପୋଲିସ ପ୍ରଶାସନ ବିଜେଡିର ହାତବାରିସି ସାଜି ଚୁପ୍ ବସିିଛି
  • ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁ ।ନ ନେଉନାହିଁ ପୋଲିସ 



ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାନକୁଟା ପଂଚାୟତ କରଞ୍ଜମାଲ ଗ୍ରାମରେ ଜୁନ୍ ୩୦ ତାରିଖରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚାର କେତେଜଣ କର୍ମୀଙ୍କୁ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗଣତନ୍ତ୍ରରେ ଏଭଳି ଆଚରଣ ଜମା ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ ପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁ ିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଅଭିଳାଷ ପଣ୍ଡା ନିର୍ବାଚନୀ ପ୍ରଚାର କାର୍ଯ୍ୟ ସାରି କାର୍ଯ୍ୟକର୍ତାଙ୍କ ସହ ଫେରୁଥିବାବେଳେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସରପଂଚ ପ୍ରତିନିଧି ରମେଶ ନାୟକ, ତାଙ୍କ ପୁତୁରା ପ୍ରମୋଦ ନାୟକ, ସାନଭାଇ ଅକ୍ଷୟ ନାୟକ, ମଂଟୁ ନାୟକ, ଧୂସା ମଣ୍ଡଳଙ୍କ ସହ ବିଜୁ ଜନତା ଦଳର ଭଡ଼ାଟିଆ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିଲେ । ସେମାନେ ଅମାନୁଷିକ ଭାବେ ଖଣ୍ଡା, ଭୁଜାଲି, ପଥର ଓ କାଠ ଫାଳିଆରେ ସେମାନଙ୍କୁ ମାଡ଼ମାରି ରକ୍ତାକ୍ତ କରିବା ସହ ମୋବାଇଲ୍ ଭାଙ୍ଗି ଦେଇଥିଲେ । ଘଂଟାଘଂଟା ଧରି ଭୟର ଆତଙ୍କ ସୃଷ୍ଟି କରିଥିଲେ । ଏହି ଆକ୍ରମଣରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କ ସହ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂ, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସହ ସଂଯୋଜକ ଆଶୁତୋଷ ନାୟକ ଏବଂ ଆଉ କେତେଜଣ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ଗୁରୁତର ହୋଇଛନ୍ତି । ପରେ ଗୁରୁତରମାନଙ୍କୁ ଉଦ୍ଧାର କରି ରକ୍ତ ଜୁଡୁବୁରୁ ଅବସ୍ଥାରେ ବାସୁଦେବପୁର ଚିକିତ୍ସାଳୟରେ ଭର୍ତିର୍ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସମସ୍ତଙ୍କ ମୁଣ୍ଡରେ ଓ ଦେହରେ ଗଭୀର ଆଘାତ ଲାଗିଥିଲେ ମଧ୍ୟ ସେଠାକାର ଡାକ୍ତର ସିଟି ସ୍କାନ କରିବାକୁ ଅନୁମତି ଦେଲେନାହିଁ । ଅପରପକ୍ଷେ ପୋଲିସ ପ୍ରଶାସନ ମଧ୍ୟ ବିଜେଡିର ହାତବାରିସି ସାଜି ଚୁପ୍ ବସିିଛି । ଏପରିକି ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁ ।ନ ନେଉନାହିଁ । ଏହି ଆକ୍ରମଣରେ ଗୁରୁତର ହୋଇଥିବା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

ଏନେଇ ପୋଲିସ ଡିଜିଙ୍କୁ ଅନୁରୋଧ କରୁଛୁ ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବିଧାୟକ ବ୍ୟୋମକେଶ ରାୟ, ମୁଖ୍ୟ ଅଭିଯୁକ୍ତ ରମେଶ ନାୟକ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁ ।ନ ନିଆଯାଉ । ନଚେତ୍ ଭାରତୀୟ ଜନତା ଯୁବମୋର୍ଚ୍ଚାର ହଜାର ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏଥିଯୋଗୁ କୌଣସି ଆଇନ୍‌ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଡିଜି ମହାଶୟ ନିଜେ ଦାୟୀ ରହିବେ । 

ଏହି ଅବସରରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର, ଗଗନ ଓଝା, ରାଜ୍ୟ ସଂଯୋଜକ ଚଣ୍ଡି ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget