loading...

ଡିଏଭି କଳିଙ୍ଗନଗରରେ ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୬ ଜୁଲାଇ ୨୦୨୪


ଛାତ୍ର ଜୀବନ ବହୁ ସାଧନା ଓ ତପସ୍ୟାର କଠୋର ପଥ





 ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗରରେ ୨୮ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ପ୍ରତିଷ୍ଠା ଦିବସ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀଣ ଉନ୍ନତି ଉପରେ ଗୁରୁତ୍ଵ ଦେବା ସହ ଏକ ସମାଜ ଗଠନରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ସିଏଚଏସଇର ଚେୟାରମ୍ୟାନ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମିଶ୍ର (ଆଇ.ଏ.ଏସ) ଯୋଗଦେଇ ତାଙ୍କର ଅଭିଭାଷଣରେ ଛାତ୍ର ଜୀବନ ବହୁ ସାଧନା ଓ ତପସ୍ୟାର କଠୋର ପଥ ବୋଲି ଉଲ୍ଲେଖ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ସ୍ୱାଗତ ସମ୍ଭାଷଣ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ର ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ବିଦ୍ୟାଳୟର ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏତଦ୍ଭିନ୍ନ ଉତ୍ସବରେ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ, ଚେୟାରମ୍ଯାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡିଏଭି ଆଞ୍ଚଳିକ ଅଧିକାରୀ ତଥା ଡିଏଭି ରାଉରକେଲାର ଅଧ୍ୟକ୍ଷ ଏଲଏନ ପ୍ରଧାନଡିଏଭି ଆଞ୍ଚଳିକ ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡକ୍ଟର ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ତଥା ଡିଏଭି ୟୁନିଟ-୮ ର  ଅଧ୍ୟକ୍ଷା ଈପ୍ସିତା ଦାସଡିଏଭି ଆଞ୍ଚଳିକ ସହ ନିର୍ଦ୍ଦେଶିକ ତଥା  ଡିଏଭି କଳିଙ୍ଗ ଏରିଆର ଅଧ୍ୟକ୍ଷ  ଏସକେ ଭୋଇ ତଥା ଅନ୍ୟାନ୍ୟ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ବୈଦିକ ରୀତିରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କଦ୍ଵାରା ସାମୂହିକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷାବର୍ଷ ୨୦୨୩-୨୪ର ଦଶମ ଓ ଦ୍ଵାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ଜେଇଇ, ଏନଆଇଏସଇଆର, ଏନଇଇଟିର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର ଆଇଏମଏସ ଏବଂ ସମ ଆନୁକୁଲ୍ଯରେ, ଡାକ୍ତର  ଲିଙ୍ଗରାଜ ରଥଙ୍କ ପରିଚାଳନାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ  ୨୫ ଜଣ ଅଭିଜ୍ଞ ଡାକ୍ତର ଏବଂ ତାଙ୍କ କର୍ମଚାରୀମାନେ ପାଖାପାଖି ୨୮୦ରୁ ଊର୍ଦ୍ଧ୍ଵ ଅଭିଭାବକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୂପଣ ତଥା ସ୍ୱାସ୍ଥ୍ୟଗତ ସମସ୍ଯା ବୁଝି ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ଆୟୋଜିତ ଏକ ସଙ୍ଗୀତ ପ୍ରତିଯୋଗିତା “ମୋ କଣ୍ଠ ମୋ ପରିଚୟ”ର  ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନ୍ୟାନ୍ୟ ଡିଏଭି ତରଫରୁ ଅଜସ୍ର  ଅଭିନନ୍ଦନର ବାର୍ତ୍ତା ପହଞ୍ଚିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।  

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget