loading...

ଶୁଣିଲେ ଦେହ କମ୍ପିଯାଉଛି , ଦେଖିଲେ ଛାତି ଫାଟିଯାଉଛି। ଶ୍ରୀଜିଉଙ୍କ ଆଡପ ବିଜେ ସମୟରେ ଘଟିଯାଇଛି ବଡ଼ ଅଘଟଣ। ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଗଲେ ବଡ଼ଭାଇ ବଳଭଦ୍ର। ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର

ଭୁବନେଶ୍ୱର,  ଜୁଲାଇ ୨୦୨୪



ଶୁଣିଲେ ଦେହ କମ୍ପିଯାଉଛି , ଦେଖିଲେ ଛାତି ଫାଟିଯାଉଛି। ଶ୍ରୀଜିଉଙ୍କ ଆଡପ ବିଜେ ସମୟରେ ଘଟିଯାଇଛି ବଡ଼ ଅଘଟଣ। ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଗଲେ ବଡ଼ଭାଇ ବଳଭଦ୍ର। ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର। ସେବାୟତମାନଙ୍କ ହାତରୁ ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ। ରାତି ପ୍ରାୟ ସାଢେ ୮ଟା ସମୟରେ ସୁଦର୍ଶନଙ୍କ ପହଣ୍ଡି ସରିଥାଏ। ପରେପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି। ଚାରମାଳ ଉପରେ ମହାପ୍ରଭୁ ବଡ଼ଠାକୁରଙ୍କ ହଡ଼ପନାୟକ ସେବା ଓ ପତିମହାପାତ୍ରଙ୍କ ବନ୍ଦାପନା ନୀତି ସମ୍ପାଦନ କରାଯାଇଥିଲା। ଭାବର ଠାକୁର , ଜୀବନ୍ତ ଠାକୁରଙ୍କୁ ପହଣ୍ଡି କରି ଆଣୁଥିଲେ ସେବାୟତ। ଗୋଟି ପହଣ୍ଡିରେ ରଥ ଉପରୁ ଆଡପ ବିଜେ କରୁଥିଲେ ବଡ଼ଠାକୁର। ସମସ୍ତେ ବଡ଼ଠାକୁରଙ୍କ ଆଖିକୁ ଚାହିଁରହିଥିଲାବେଳେ ଘଟିଯାଇଥିଲା ବିରାଟ ଅଘଟଣ।

ରଥ ଉପରୁ ଓହ୍ଲାଉ ଓହ୍ଲାଉ ହଠାତ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ଠାକୁର!.
ସେବାୟତମାନଙ୍କ ହାତରୁ ଖସିଯାଇ ଚାରମାଳ ଆଗକୁ ହାମୁଡ଼େଇ ଖସିପଡ଼ିଥିଲେ। କେହିକିଛି ବୁଝିବା ଆଗରୁ ଶ୍ରୀମନ୍ଦିରର ମୁରବୀ , ରଥଯାତ୍ରାର ମୁରବୀ ମୁହଁମାଡ଼ି ତଳେ ଖସିପଡ଼ିଥିଲେ। ବରିଷ୍ଠ ସେବାୟତ କହିଛନ୍ତି ବନ୍ଦାପନା ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଏକ ଡୋରକୁ ବନ୍ଦାଯାଇ ଥାଏ। ହେଲେ ବଡ଼ଠାକୁରଙ୍କ ପହଣ୍ଡି ସମୟରେ ଡୋରଟି ବନ୍ଧା ହୋଇନଥିବାରୁ ଏଭଳି ବଡ଼ ଅଘଟଣ ଘଟିଗଲା। ସେବାୟତଙ୍କ ଗୋଡ଼ ଖସିଯିବାରୁ ବଡ଼ଠାକୁରଙ୍କୁ ଧରିରଖିବା ସହଜ ହୋଇନଥିଲା। ମହାପ୍ରଭୁ ହେଉଛନ୍ତି ଭାବର ଓ ଜୀବନ୍ତ ଠାକୁର। ତାଙ୍କ ଇଚ୍ଛା ବିନା ପତ୍ରଟେ ବି ହଲେନାହିଁ। ତେବେ କାହିଁକି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର??? କିଛି ଅଶୁଭ ସଂକେତ ଦେଇଗଲେ ବି ମହାପ୍ରଭୁ ବଳଭଦ୍ର??? ସଂସ୍କୃତି ବିଷାରଦଙ୍କ ମତରେ ଏଭଳି ବଡ଼ ଅଘଟଣ କିଛି ବଡ଼ ଅଶୁଭର ସଂକେତ ହୋଇପାରେ। ବୋଧହୁଏ ବଡଠାକୁରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ କୌଣସି କମି ରହିଯାଇଥାଇପାରେ ବୋଲି ଗବେଷକ ମତ ଦେଇଛନ୍ତି!.

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget