ଭୁବନେଶ୍ୱର, ୧ ଜୁଲାଇ ୨୦୨୪
ବ୍ୟାଙ୍କ ଅଫ୍ ବରୋଦା, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ତତ୍ତ୍ୱାବଧାନରେ ପ୍ରସିଦ୍ଧ ହିନ୍ଦୀ କବି ନାଗାର୍ଜୁନଙ୍କ ଜନ୍ମ ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ନାଗାର୍ଜୁନଙ୍କ ରଚନାରେ ଜନ ଜାଗୃତି” ଏହି ରାଜଭାଷା ସଂଗୋ ୀର ବିଷୟବସ୍ତୁ ଥଲା । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ଅଞ୍ଜୁମାନ ଆରା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । କଟକ କ୍ଷେତ୍ରର ରାଜଭାଷା ଅଧିକାରୀ ମନିଷା ଯାଦବ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡଃ ଅଭିଷେକ ଶର୍ମା, ବିଶାଳ ସାହୁ, ସାମୁକା ପଟ୍ଟନାୟକ, ନିହାରିକା ଦଳେଇ ଏବଂ ଶିକ୍ଷାର୍ଥୀମାନେ ନାଗାର୍ଜୁନଙ୍କ ଉପରେ ସାରଗର୍ଭକ ମତାମତ ଦେଇଥିଲେ । ମୁଖ୍ୟ ପ୍ରବନ୍ଧକ ଜେ.ସି ପାଣିଗ୍ରାହୀ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଏବଂ ରାଜଭାଷା ସମ୍ବନ୍ଧୀୟ ପଦକ୍ଷେପ ଉପରେ ଅବଗତ କରାଇଥିଲେ । ବ୍ୟାଙ୍କର କ୍ଷେତ୍ରୀୟ ଡିଜିଟାଲ ପ୍ରବନ୍ଧକ ସୁକାନ୍ତ ପାଲ ଏବଂ ମାର୍କେଟିଂ ପ୍ରବନ୍ଧକ ସୁଭାଷ ବେହେରା ଫି ସଂଗ୍ରହ ମଡ୍ୟୁଲ (ପେମେଣ୍ଟ ଗେଟ ୱେ) ଏବଂ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ପ୍ରସ୍ତୁତ ମାର୍କେଟିଂ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ଅତିଥି ବକ୍ତା ଇମରାନା ଇସ୍ରାଏଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ବରୋଦା ଅଧିକାରୀଗଣ, ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଏବଂ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ ।
Post a Comment