ଭୁବନେଶ୍ୱର, ୪ ଜୁଲାଇ ୨୦୨୪
ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ଅଭିଭାବକମାନଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା “ମୋ କଣ୍ଠ ମୋ ପରିଚୟ” ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରଯୁକ୍ତ ବଳରାମ ମହାପାତ୍ର, ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକାମାନଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୦୦ ରୁ ଊର୍ଦ୍ଧ୍ୱ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ । ସଂଗୀତ ସାଧକମାନଙ୍କ ସଂଗୀତ ସାଧନାକୁ ବଳବତ୍ତର ରଖିବା ପାଇଁ କଣ୍ଠଶିଳ୍ପୀମାନଙ୍କୁ ଅଧ୍ୟକ୍ଷ ମହୋଦୟ ଉତ୍ସାହିତ କରିଥିଲେ । ପର୍ଯ୍ୟବେକ୍ଷିକା ଗୀତା ରଥ ସ୍ୱାଗତ ସମ୍ଭାଷଣ ଦେବା ସହିତ ବିଚାରକଭାବରେ ଆମନ୍ତ୍ରିତ ଡି.ଏ.ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଡି.ଏ.ଭି ପୋଖରୀପୁଟ ଏବଂ ଡି.ଏ.ଭି ୟୁନିଟ୍ର ସଂଗୀତ ଶିକ୍ଷକମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସାଇରା ବାନୋ ଏବଂ ପ୍ରୀତିଶ୍ରୀ ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇଥିଲା ଏବଂ ସେମାନଙ୍କୁ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବ । ବିଦ୍ୟାଳୟର ସଂଗୀତ ଶିକ୍ଷକ ରାଜକିଶୋର ଗୋଚ୍ଛାୟତ ଏବଂ ଆନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।
Post a Comment