loading...

ରାଜନଗର ବିଧାୟକ ନିଜକୁ ନିୟନ୍ତ୍ରଣ କରନ୍ତୁ-ୟାସିର

ଭୁବନେଶ୍ୱର,  ଜୁଲାଇ ୨୦୨୪




 ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ରାଜନଗର ବିଧାୟକ ଧୃବ ସାହୁ ରାଜନଗର ନିର୍ବାଚନ ମଣ୍ଡଳୀରେ ବିରୋଧି ଦଳଙ୍କୁ ଯେଉଁଭଳି ଭାବରେ ଦମନ କରିବାପାଇଁ ପ୍ରଚେଷ୍ଟା କରୁଛନ୍ତି ଏହା ଦୁର୍ଭାଗ୍ୟଜନକ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧି ଦଳ ଦୁର୍ନୀତି ବିରୁଦ୍ଧରେ ଅବାଧ ସ୍ୱର ଉତୋଳନ କରିଥାନ୍ତି । ଯିଏ ବିରୋଧି ଦଳର ସ୍ୱରକୁ ଚାପିବାପାଇଁ ହୀନ ଉଦ୍ୟମ କରନ୍ତି ସେମାନେ ଗଣତନ୍ତ୍ର ବିରୋଧି । ବିଶେଷକରି ପ୍ରଦେଶ ଛାତ୍ର କଂଗ୍ରେସ ଏହାକୁ ସହ୍ୟ କରିବ ନାହିଁ । 

ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିତରକନିକା ଅଭୟାରଣ୍ୟ ପରିସୀମା ମଧ୍ୟରେ ବାଙ୍କୁଆଳ ମୌଜା ଜଙ୍ଗଲ ଜମିକୁ ଜବରଦଖଲ କରି “ସ୍ୱାଦ” ହୋଟେଲ ନିର୍ମାଣ କରାଯାଇଛି ଏବଂ ଏହି ହୋଟେଲରେ ସ୍ଥାନୀୟ ବିଧାୟକ ଧୃବ ସାହୁ ଅଂଶୀଦାର ଅଛନ୍ତି । ଏହି ହୋଟେଲରେ ଅନୈତିକ କାର୍ଯ୍ୟ ଚାଲିଛି ବୋଲି ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । ଜିଲ୍ଲା ପ୍ରଶାସନକୁ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁ ।ନ ନେଉନାହିଁ । ଗତ ଜୁଲାଇ ୫ ତାରିଖରେ ଏହି ହୋଟେଲର ବେଆଇନ ନିର୍ମାଣ ଏବଂ ଏଠାରେ ଚାଲିଥିବା ଅନୈତିକ କାର୍ଯ୍ୟକୁ ପ୍ରତିବାଦ କରି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁପ୍ରସାଦ ଜେନା ପଟ୍ଟାମୁଣ୍ଡାଇ ବଜାରରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଧାୟକଙ୍କ ଇଙ୍ଗିତରେ ବିଜୁ ଜନତା ଦଳର ଗୁଣ୍ଡାମାନେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କୁ ଆକ୍ରମଣ କରିବାପାଇଁ ଯୋଜନା କରିଥିଲେ । ସେମାନେ ହାତରେ ମାରଣାସ୍ତ୍ର ଧରି ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ବିଭୁପ୍ରସାଦ ଜେନାଙ୍କୁ ବିକ୍ଷୋଭ ନକରିବାକୁ ଧମକ ଦେଇଥିଲେ । ବିଧାୟକ ଧୃବ ସାହୁଙ୍କ ବିରୁଦ୍ଧରେ ବିକ୍ଷୋଭ କଲେ ଜୀବନରୁ ମାରି ଦିଆଯିବ ବୋଲି ମଧ୍ୟ କହିଥିଲେ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପୋଲିସକୁ ଏ ସମ୍ପର୍କରେ ଜଣାଇଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କଲାନାହିଁ ବରଂ ପ୍ରତିବାଦ ନକରିବାପାଇଁ ପ୍ରବର୍ତାଇଲା । ରାଜନଗର ବିଧାୟକଙ୍କ ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଛି । ସେଠି ପୋଲିସର ନିରପେକ୍ଷତା ନାହିଁ । ବିଧାୟକଙ୍କ ବିରୁଦ୍ଧରେ ଆନ୍ଦୋଳନ ନକରିବା ପାଇଁ ପୋଲିସ ଚାପ ପକାଉଛି । 

ଯଦି ବିଧାୟକଙ୍କର ଦୁର୍ନୀତିକୁ ଲୋକଲୋଚନକୁ ଆଣୁଥିବା ରାଜନେତାଙ୍କର ସ୍ୱରକୁ ବଳପୂର୍ବକ ଅବରୋଧ କରାଯାଏ ତେବେ ଛାତ୍ର କଂଗ୍ରେସ ଏହାର ଦୃଢ଼ ପ୍ରତିବାଦ କରିବ । ସ୍ୱାଦ ହୋଟେଲ ଏକ ରଙ୍ଗଶାଳା ବୋଲି ଅଭିଯୋଗ ହେଉଛି । ସେଠିକୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପୂର୍ବରୁ ଯାଉଥିଲେ । ପଟ୍ଟାମୁଣ୍ଡାଇରେ, କେନ୍ଦ୍ରାପଡ଼ାରେ ଏବଂ ଭୁବନେଶ୍ୱରରେ ବିଧାୟକ ଧୃବ ସାହୁଙ୍କୁ ବିରୋଧ କରାଯିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନିୟନ୍ତ୍ରିତ । 

ସୁନ୍ଦରଗଡ଼ର ଗଞ୍ଜାବାହାର କୋଇଲା ୱାସେରିରେ ଦୁଇଟି ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଘଟି ୨୦୦ ରାଉଣ୍ଡ ଗୁଳି ଫୁଟିଥିଲା ଏବଂ ସେଠାରେ ବମ ମାଡ ମଧ୍ୟ ହୋଇଥିଲା । ନିକଟରେ ବାଲେଶ୍ୱରରେ ସାମ୍ପ୍ରଦାୟୀକ ଦଙ୍ଗା ପରିସ୍ଥିତି ସୃଷ୍ଟି, ଭୁବନେଶ୍ୱର ପଦ୍ମକେଶରୀପୁର ସଂଘର୍ଷ, ଭୁବନେଶ୍ୱର ଗଧିଆଖାଲ ଅଂଚଳ ଗୁଳିକାଣ୍ଡ ଏପରି ଅନେକ ଘଟଣା ନିକଟରେ ଘଟିଛି । ମାତ୍ର ପୋଲିସ ପ୍ରଶାସନର ସକ୍ରିୟତା ଅନୁଭବ କରି ହେଉନାହିଁ । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ମଧ୍ୟ ଏପର୍ଯ୍ୟନ୍ତ ଧରାପଡ଼ିଲେ ନାହିଁ । ସୁତରାଂ ଗୃହ ବିଭାଗ ଏ ରାଜ୍ୟରେ କାର୍ଯ୍ୟ କରୁଛିକ ନାହିଁ ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଚୁନୁ ସିଂ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ମୁଖ୍ୟମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁପ୍ରସାଦ ଜେନା ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget