ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ରହ୍ମପୁରର ସଂଯୋଜନାରେ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ତୃତୀୟ ଅର୍ଦ୍ଧବାର୍ଷିକ ବୈଠକ ଶୁକ୍ରବାର 30 ଅଗଷ୍ଟ ୨୦୨୪ ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନଗର ରାଜଭାଷା ସମିତିର ଅଧ୍ୟକ୍ଷ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପମହାପ୍ରବନ୍ଧକ ଶ୍ରୀ ସନ୍ଦୀପ କୁମାର ଚୌବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ମନ୍ତ୍ରାଳୟ, ଭାରତ ସରକାର, ରାଜଭାଷା ବିଭାଗ କଲିକତା ର ସହାୟକ ନିର୍ଦେଶକ ଶ୍ରୀ ନିର୍ମଳ କୁମାର ଦୁବେ ମୁଖ୍ୟ ଅତିଥି, ଡାଃ ବି ବି ଗୋପାଳ ରେଡ୍ଡୀ, ସହାୟକ ମହାପ୍ରବନ୍ଧକ(ରାଜଭାଷା), ପ୍ରଧାନ କାର୍ଯାଳୟ ଭୁବନେଶ୍ୱର ବିଶେଷ ଅତିଥି, ଆଇଆରଇଏଲ୍ ର ମହାପ୍ରବନ୍ଧକ ଶ୍ରୀ କୌଶିକ ଧର, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମନୀଷ କୁମାର, ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନ, ପ୍ରାଚାର୍ୟ ଶ୍ରୀ ବିରଞ୍ଚୀ ନାରାୟଣ ଦାସ, କର୍ମଚାରୀ ଭବିଷ୍ୟନିଧି ସଂଗଠନର ଆଞ୍ଚଳିକ ଭବିଷ୍ୟନିଧି କମିଶନର ଶ୍ରୀ ପ୍ରକାଶ ନାରାୟଣ ସିଂହ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପ ମଣ୍ଡଳ ପ୍ରମୁଖ ଶ୍ରୀ ପ୍ରଦୀପ କୁମାର ଦାସ, କାନାରା ବ୍ୟାଙ୍କର ମଣ୍ଡଳ ପ୍ରବନ୍ଧକ ଶ୍ରୀ କେ ସୁରେଶ ରେଡ୍ଡୀ, ବିଏସଏନଏଲ ଉପ ମଣ୍ଡଳ ଅଧିକାରୀ ଶ୍ରୀ ମୋରଧ୍ଵଜ କୋୟେଲ, ଭାରତୀୟ ଖାଦ୍ଯ ନିଗମ ମଣ୍ଡଳ ପ୍ରବନ୍ଧକ(ପ୍ରଭାରି) ଶ୍ରୀ ପୂର୍ଣ ଚନ୍ଦ୍ର ବେହେରା ଙ୍କ ସହିତ କେନ୍ଦ୍ର ସରକାର, ବ୍ୟାଙ୍କ, ଉପକ୍ରମ, ବୀମା କମ୍ପାନିର ୨୪ଟି କାର୍ଯ୍ୟାଳୟର ମୁଖ୍ୟ, ତଥା ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ।ଅଧ୍ୟକ୍ଷ ଶ୍ରୀ ଚୌବେ, ମୁଖ୍ୟ ଅତିଥି ଶ୍ରୀ ନିର୍ମଳ କୁମାର ଦୁବେ, ସମ୍ମାନିତ ଅତିଥି ଡାଃ ରେଡ୍ଡୀ ଏବଂ ବିଶେଷ ଅତିଥି ଶ୍ରୀ କୌଶିକ ଧର ଙ୍କୁ ଶାଲ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ଏହାପରେ ନଗର ରାଜଭାଷା ସମିତିର ସଦସ୍ୟ ସଚିବ ଡ. ବନ ବିହାରୀ ସାହୁ ସ୍ୱାଗତ ଭାଷଣରେ ସମସ୍ତ ସଦସ୍ୟଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ସଦସ୍ୟ ସଚିବ ବିଗତ ଅର୍ଦ୍ଧବାର୍ଷିକୀ ମଧ୍ୟରେ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦୁବେ ସମସ୍ତ ସରକାରୀ କାର୍ୟାଳୟ, ବ୍ଯାଙ୍କ ଦ୍ଵାରା ପ୍ରସ୍ତୁତ ଅର୍ଦ୍ଧବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ ସେ କହିଲେ ରାଜଭାଷା ବିଭାଗରେ କାର୍ଯ୍ୟରତ ଷ୍ଟାଫ ସଦସ୍ୟଙ୍କ ସହାୟତାରେ ନିୟମର ଉଲଂଘନ ହୋଇଥିବା ବିଷୟକୁ ଠିକ କରିବାକୁ ଚେଷ୍ଟା କରନ୍ତୁ। ଶ୍ରୀ ଦୁବେ ଅର୍ଦ୍ଧବାର୍ଷିକ ରିପୋର୍ଟ ର ତାଙ୍କ ସମୀକ୍ଷାରେ ବ୍ରହ୍ମପୁରର ସଦସ୍ୟ କାର୍ଯ୍ୟାଳୟ ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ରାଜଭାଷାର ସଠିକ ରିପୋର୍ଟିଂ ଓ କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ।ସମିତିର ଅଧ୍ୟକ୍ଷ ଶ୍ରୀ ସନ୍ଦୀପ କୁମାର ଚୌବେ ସମସ୍ତ ସଦସ୍ୟ କାର୍ଯ୍ୟାଳୟକୁ ସେମାନଙ୍କ ସକ୍ରିୟ ଅବଦାନ ପାଇଁ ଧନ୍ୟବାଦ ଜଣାଇବା ସହ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହା ଏକ ମିଳିତ ମଞ୍ଚ ଏବଂ ପ୍ରଚାର, ପ୍ରଚାର, ପ୍ରୋତ୍ସାହନ ମିଳିଲେ ବ୍ରହ୍ମପୁର କମିଟିକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିବା ବୋଲି କହିଥିଲେ। ଏହା ଏକ ପରିବାର, ଯେଉଁଠି ସମସ୍ତ ସଦସ୍ୟଙ୍କ ସାମୂହିକ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ। ରାଜଭାଷା ନିୟମର ସମଗ୍ର ଅନୁପାଳନ ଉପରେ ଗୁରୁତ୍ଵ ଦେଇଥିଲେ। ଇପିଏଫଓ କମିଶନର ଶ୍ରୀ ପ୍ରକାଶ ନାରାୟଣ ସିଂ ମତବ୍ୟକ୍ତ କରିଥିଲେ ଯେ ସମସ୍ତ କାର୍ଯାଳୟ ପ୍ରମୁଖଙ୍କ ଭିତରେ ସମନ୍ଵୟ ସ୍ଥାପନ ପାଇଁ ଏକ ଗୃପ ମାଧ୍ୟମରେ ଆନ୍ତରିକ ସହଯୋଗ ରେ ରାଜଭାଷା ର ବିକାଶ କରା ଯାଇ ପାରିବ। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ମନୀଷ କୁମାର ହିନ୍ଦୀର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇଆରଇଏଲ୍ର ଜେନେରାଲ ମ୍ୟାନେଜର ଶ୍ରୀ କୌଶିକ ଧର ରାଜଭାଷା ର ପ୍ରଚାର ପ୍ରସାରରେ ପୂର୍ଣ ସହଯୋଗ କରିବା ପାଇଁ ସମିତି ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। ଗତ ଅର୍ଦ୍ଧବାର୍ଷିକିରେ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ପଞ୍ଜାବ ନେଶନାଲ ବ୍ଯାଙ୍କ ଦ୍ଵାରା ଚିତ୍ର ସ୍ମରଣ, ଭାରତ ସଂଚାର ନିଗମ ଲିମିଟେଡ ଦ୍ଵାରା କବିତା ପାଠ, ଇଣ୍ଡିଆନ ଅଭରସିଜ ବ୍ଯାଙ୍କ ଦ୍ଵାରା ଗୀତ ଗାୟନ, ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଅନୁବାଦ ଏବଂ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ଦ୍ଵାରା ରାଜଭାଷା ନୀତି ନିୟମ ଏବଂ ସାମାନ୍ଯ ହିନ୍ଦୀ ପ୍ରତିଯୋଗୀତା ର ୪୫ ଜଣ କୃତି ବିଜେତାମାନକୁ ମୁଖ୍ୟ ଅତିଥି, ଅଧ୍ୟକ୍ଷ, ବିଶିଷ୍ଟ ଅତିଥି ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ସଚିବ ଡ.ବନ ବିହାରୀ ସାହୁ, ମୁଖ୍ୟ ପରିଚାଳକ (ରାଜଭାଷା), ଭାରତୀୟ ଷ୍ଟେଟ ବ୍ଯାଙ୍କ ପରିଚାଳନା କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିୟର ମ୍ୟାନେଜର(ରାଜଭାଷା) ଆନନ୍ଦ ବିହାରୀ ସାଓ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment