loading...

ପ୍ରାକୃତିକ ସମ୍ପଦର ମାତ୍ରାଧିକ ଉପଯୋଗ ହ୍ରାସ ନିମନ୍ତେ କୃଷି ବୈଜ୍ଞାନିକଙ୍କ ଆହ୍ୱାନ

ଭୁବନେଶ୍ୱର, ୯ ଅଗଷ୍ଟ ୨୦୨୪






ବର୍ତମାନ ଦେଶର ଉପଲବ୍ଧ ପ୍ରାକୃତିକ ସଂପଦର ମାତ୍ରାଧିକ ଉପଯୋଗକୁ ପରିହାର କରି ଏହାର ବିକଳ୍ପ ରୂପେ ଅନ୍ୟ କୃଷି ଉତ୍ପାଦନ ପଦ୍ଧତିର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ କୃଷି ବିଜ୍ଞାନୀ ମତ ପ୍ରକାଶ କରିଛନ୍ତି। 

ଭାରତର ୧୪୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ନିମନ୍ତେ ଖାଦ୍ୟର ଆବଶ୍ୟକତା ଦୃଷ୍ଟିରୁ ଦେଶର ପ୍ରାକୃତିକ ସମ୍ପଦର ଯେଉଁଭଳି ଭାବେ ଉପଯୋଗ କରାଯାଉଛି ତାହା ଭରଣା କରିବା ସମ୍ଭବ ହୋଇ ନପାରେ ବୋଲି ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌)ର ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ ଡକ୍ଟର ପୁରଞ୍ଜନ ଦାସ କହିଛନ୍ତି। 
ଏହି ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ କୃଷି ଉତ୍ପାଦନ ନିମନ୍ତେ ବିକଳ୍ପର ସନ୍ଧାନ ଆବଶ୍ୟକ ବୋଲି ବୁଧବାର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଠାରେ ଅନୁଷ୍ଠିତ ୭ମ ଡ. ଏମ୍‌.ଏସ୍‌. ସ୍ୱାମୀନାଥନ ସ୍ମୃତି ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ଦାସ ଏହା କହିଥିଲେ।

ଏଥି ନିମନ୍ତେ ଆବଶ୍ୟକୀୟ ବିକଳ୍ପ ନିମନ୍ତେ ଜଳ ଓ ବିଜୁଳିର ଆବଶ୍ୟକତାକୁ ଜ୍ଞାନର ସହିତ ନିୟନ୍ତ୍ରଣ କରିବା ସହ କୃଷିରୁ ନିର୍ଗତ ହେଉଥିବା ଗ୍ରୀନ୍ ହାଉସ ଗ୍ୟାସ୍‌କୁ ହ୍ରାସ କରିବା ଦରକାର ବୋଲି ସେ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ବିଶ୍ୱବିଦ୍ୟାଳୟର ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇଥିଲେ। ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ରାଜୀବ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget