loading...

ଭାରତୀୟ ରେଳବାଇର ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପ ସହିତ ଓଡିଶାରେ ଦୁଇଟି ନୂତନ ରେଳ ଲାଇନକୁ କ୍ୟାବିନେଟ୍ କମିଟି ଅନୁମୋଦନ :

ଭୁବନେଶ୍ୱର,  ଅଗଷ୍ଟ ୨୦୨୪





•       ₹2,926 କୋଟି ଟଙ୍କା ବ୍ୟୟ ଅଟକଳରେ 138 କିଲୋମିଟର ଲମ୍ବ ବରଗଡ ରୋଡ୍-ନୂଆପଡା ରୋଡ଼ ନୂତନ ରେଳ ଲାଇନ ପ୍ରକଳ୍ପ |  

•       ₹1,360  କୋଟି ଟଙ୍କା ବ୍ୟୟ ଅଟକଳରେ 37 କିଲୋମିଟର ଦୈର୍ଘ୍ୟ ସରଡ଼େଗା-ଭାଲୁମୁଡ଼ା  ନୂତନ ରେଳ ଲାଇନ ପ୍ରକଳ୍ପ |

•       ସଂଯୋଗୀକରଣ ଯୋଗାଇବା, ଭ୍ରମଣର ସହଜତା, ଲଜିଷ୍ଟିକ୍ ମୂଲ୍ୟ କମ୍ କରିବା, ତୈଳ ଆମଦାନୀ ହ୍ରାସ କରିବା ଏବଂ CO2 ନିର୍ଗମନକୁ କମ୍ କରିବା |

•       ପ୍ରକଳ୍ପର ସମୁଦାୟ ଆନୁମାନିକ ମୂଲ୍ୟ 6,456 କୋଟି ଟଙ୍କା (ପ୍ରାୟ) ଏବଂ 2028-29 ମଧ୍ୟରେ ଶେଷ ହେବ |

•       ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ 114 (ଏକ ଶହ ଚଉଦ ଲକ୍ଷ ମାନବ ଦିବସ) ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ |


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ଆନୁମାନିକ ମୂଲ୍ୟ Rs 6, 456 କୋଟି ଟଙ୍କା ବ୍ୟୟ ଅଟକଳରେ ରେଳ ମନ୍ତ୍ରଣାଳୟର 3 (ତିନି) ପ୍ରକଳ୍ପକୁ ଅନୁମୋଦନ କରିଛି | ବରଗଡର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ କଳାହାଣ୍ଡିର ମାନ୍ୟବର ସାଂସଦ ଶ୍ରୀମତୀ ମାଳବୀକା ଦେବୀଙ୍କ ଉପସ୍ଥିତିରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି | ଓଡିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ ଭିଡିଓ କନଫରେନସିଂ ମାଧ୍ୟମରେ ଏହି ଅବସରରେ ଯୋଗଦେଇ ମାନ୍ୟବର ରେଳମନ୍ତ୍ରୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି |  ଉଭୟ ସାଂସଦ ମାନେ ରେଳମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକୃତି ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି |  

ଏହି ଅବସରରେ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ 138 କିଲୋମିଟର ଦୈର୍ଘ୍ୟ ବରଗଡ ରୋଡ୍ - ନୂଆପଡା ରୋଡ୍ ନୂତନ ଲାଇନ ଏବଂ 37 କିଲୋମିଟର ଦୈର୍ଘ୍ୟ ସରଡ଼େଗା-ଭାଲୁମୁଡ଼ା ନୂତନ ଡବଲ୍ ଲାଇନ୍ ହେଉଛି ନୁଆପଡା ଏବଂ ବରଗଡ ଭଳି ଆକାଂକ୍ଷା ଜିଲ୍ଲା ପାଇଁ ସ୍ୱପ୍ନର ପ୍ରକଳ୍ପ | ବରଗଡ ଏବଂ ନୁଆପଡା ଜିଲ୍ଲା ଓଡିଶାର ସର୍ବାଧିକ ଚାଉଳ ଉତ୍ପାଦନକାରୀ ଜିଲ୍ଲା ମଧ୍ୟରେ ରହିଛି | ଏହି ନୂତନ ଲାଇନ ପଶ୍ଚିମ ଓଡିଶାର ପଦ୍ମପୁର ଏବଂ ଅନ୍ୟାନ୍ୟ ସାଂସ୍କୃତିକ ତଥା କୃଷି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଗତି କରିବ |

ଏହି ନୂତନ ରେଳ ଲାଇନ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ଉନ୍ନତି କରିବ | ଉଭୟ ବରଗଡ ଏବଂ ନୁଆପଡା ଜିଲ୍ଲା ମାନଙ୍କର ସୌନ୍ଦର୍ଯ୍ୟମୟ ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ଯାହା ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ |

37 କିଲୋମିଟର ଦୈର୍ଘ୍ୟ ସରଡ଼େଗା-ଭାଲୁମୁଡ଼ା ନୂତନ ଡବଲ୍ ଲାଇନ୍ ପ୍ରକଳ୍ପ ଓଡ଼ିଶାରେ ସୁନ୍ଦରଗଡ ଜିଲ୍ଲାର 16 କିମି ଦୂରତା ମଧ୍ୟରେ ଗତିକରିବାକୁ ଥିବାବେଳେ ଅବଶିଷ୍ଟାଂଶ ପଡୋଶୀ ଛତିଶଗଡ଼ ଅଞ୍ଚଳରେ ଅବସ୍ଥିତ | ଏହି ଅଞ୍ଚଳ ଏକ ଆଦିବାସୀ ବହୁଳ ଅଂଚଳ ଅଟେ ଏବଂ ଉଭୟ ରାଜ୍ୟର ସଂସ୍କୃତି ଓ ପରମ୍ପରା ସମାନ ଅଛି | ଏହି ସୀମା ଜିଲ୍ଲା ମଧ୍ୟରେ ସାଂସ୍କୃତିକ ଏବଂ ସାମାଜିକ ସମ୍ପର୍କ ବହୁତ ଶକ୍ତିଶାଳୀ | ସଂଲଗ୍ନ ଗାଁର ଲୋକମାନେ ଏହି ରେଳ ଲାଇନରୁ ବହୁତ ଉପକୃତ ହେବେ | ସରଡ଼େଗା ଏବଂ ଛତିଶଗଡର ଭାଲୁମୁଡ଼ା ମଧ୍ୟରେ ମୁନ୍ଧ୍ୟIରଖେଟ ଠାରେ ଏକ ଷ୍ଟେସନ ମଧ୍ୟ ନିର୍ମାଣ କରାଯିବ |    

ଅନୁମୋଦିତ ପ୍ରକଳ୍ପଗୁଡିକ ସଂଯୋଗ ହୋଇନଥିବା ଅଞ୍ଚଳକୁ ସଂଯୋଗ କରି ଲଜିଷ୍ଟିକ୍ ଦକ୍ଷତାକୁ ଉନ୍ନତ କରିବା ସହିତ ବର୍ତମାନର ଲାଇନ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱାର୍କକୁ ବୃଦ୍ଧିଘଟାଇ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୋଗାଣ ଶୃଙ୍ଖଳାକୁ ଦୃଢ଼ୀଭୁତ କରାଇବ |

ପ୍ରସ୍ତାବିତ ନୂତନ ରେଳ ଲାଇନ ସିଧାସଳଖ ସଂଯୋଗ ଯୋଗାଇବ ଏବଂ ଗତିଶୀଳତାକୁ ଉନ୍ନତ କରିବା ସହିତ ଭାରତୀୟ ରେଳବାଇ ପାଇଁ ବର୍ଦ୍ଧିତ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ପ୍ରଦାନ କରିବ | ମଲ୍ଟି ଟ୍ରାକିଂ ପ୍ରସ୍ତାବ କାର୍ଯ୍ୟକୁ ସହଜ କରିବ ଏବଂ ଯାତାୟାତକୁ ହ୍ରାସ କରିବ ଯାହାକି ଭାରତୀୟ ରେଳବାଇର ବ୍ୟସ୍ତବହୁଳ ରେଳ ସେକ୍ସନ ଗୁଡିକରେ ବହୁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ପ୍ରଦାନ କରିବ |

ଏହି ପ୍ରକଳ୍ପଗୁଡିକ ମଲ୍ଟି-ମୋଡାଲ୍ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ଏକୀକୃତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଯାତ୍ରୀ ପରିବହନ ସହିତ ସାମଗ୍ରୀ ପରିବହନ ଏବଂ ସେବାଗୁଡିକର ଯାତାୟାତ ପାଇଁ ନିରନ୍ତର ସଂଯୋଗ ଯୋଗାଇବ |

4 ଟି ରାଜ୍ୟ ଯଥା 7 ଟି ଜିଲ୍ଲା ଅର୍ଥାତ୍ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡରେ ଥିବା 3 (ତିନି) ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ 300 କିମି ବୃଦ୍ଧି କରିବ |

ଏହି ପ୍ରକଳ୍ପଗୁଡିକ ସହିତ 14 ଟି ନୂତନ ଷ୍ଟେସନ୍ ନିର୍ମାଣ ହେବ, ଯାହାକି 2 (ଦୁଇ) ଆକାଂକ୍ଷା ଜିଲ୍ଲା (ନୁଆପଡା ଏବଂ ପୂର୍ବ ସିଂହଭୂମି) କୁ ସଂଯୋଗ ବୃଦ୍ଧି କରିବ | ନୂତନ ଲାଇନ ପ୍ରକଳ୍ପଗୁଡ଼ିକ ପାଖାପାଖି 1,300 ଗାଁ ଏବଂ ପ୍ରାୟ 19 ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇବ |  

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନ ପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହି ପ୍ରକଳ୍ପ ଗୁଡିକ ହେଉଛି ଅତ୍ୟାବଶ୍ୟକ ମାର୍ଗ | କ୍ଷମତା ବୃଦ୍ଧି କାର୍ଯ୍ୟ 45 ଏମଟିପିଏ (ବାର୍ଷିକ ମିଲିୟନ୍ ଟନ୍) ଅତିରିକ୍ତ ପଣ୍ୟ ପରିବହନ ଟ୍ରାଫିକ୍ ସୃଷ୍ଟି କରିବ | ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ଦୃଢ଼ୀଭୁତ କରାଇବା ସହିତ ଉଭୟ ଜଳବାୟୁ ପରିବର୍ତନ ଦିଗରେ ଲକ୍ଷ୍ୟ ହାସଲ କରିବାରେ ତଥା ଦେଶର ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବାରେ, ତୈଳ ଆମଦାନୀ (10 କୋଟି ଲିଟର) ଏବଂ CO2 ନିର୍ଗମନ (240 କୋଟି କେଜି) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା 9.7 କୋଟି ବୃକ୍ଷରୋପଣ ସହିତ ସମାନ |

ବରଗଡ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର ସାଂସଦ / କଳାହାଣ୍ଡି ଶ୍ରୀମତୀ ମାଳବୀକା ଦେବୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ଥାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ବରଗଡ ରୋଡ୍ - ନୂଆପଡା ରୋଡ୍ ନୂତନ ରେଳ ଲାଇନ ସମ୍ବଲପୁର ଏବଂ ଝାରସୁଗୁଡା ସହିତ ପଡୋଶୀ ଜିଲ୍ଲା ମାନଙ୍କରେ ବହୁଳ ଶିଳ୍ପାଞ୍ଚଳକୁ ସେବା ଯୋଗାଇବ | ଏହା ବ୍ୟତୀତ ଏହି ରେଳ ଲାଇନ ସମ୍ବଲପୁର-ରାୟପୁର ମଧ୍ୟରେ ମଧ୍ୟ 87 କିମି ଦୂରତା ହ୍ରାସ କରାଇବ | ବରଗଡ଼ ଓ ନୂଆପଡା ଓ ମଧ୍ୟରେ ସରସରା, ଡ଼ୁମେରପାଲି, ବିଜେପୁର ରୋଡ଼, ବାଡିପାଲ୍ଲି, ଧଉରାମୁଣ୍ଡା, ପଦ୍ମପୁର, ଭଗତପୁର, ମଝିପାଲ୍ଲୀ, ପାଇକମାଳ ରୋଡ଼, ଭର୍ତ୍ତୃଣ୍ଡା, ଅଁଳାଯୁବା ଠାରେ ଷ୍ଟେସନ ଗୁଡିକ ନିର୍ମିତ ହେବ |  

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget