loading...

ବରିଷ୍ଠ ସାମ୍ବାଦିକ ଅନିଲ ମିଶ୍ରଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ବୋର୍ଡର ଆର୍ଥିକ ସହାୟତା

ଭୁବନେଶ୍ୱର, ୧ ସେପ୍ଟେମ୍ବର ୨୦୨୪






ସାପ୍ତାହିକ ସମ୍ବାଦପତ୍ର ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି (ଇପିଏ)ର ସମ୍ପାଦକ ଅନିଲ ପ୍ରସାଦ ମିଶ୍ରଙ୍କ ଏକାଦଶାହ ଅବସରରେ ନୟାପଲ୍ଲୀସ୍ଥିତ ଏନ୍‌-୬ରେ ଥିବା ରାମେଶ୍ୱର ମନ୍ଦିରଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର କର୍ମକର୍ତ୍ତାମାନେ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କଲ୍ୟାଣ ବୋର୍ଡର ସଭାପତି ତଥା ବରି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ସହଧର୍ମିଣୀ ଅଞ୍ଜଳି ମିଶ୍ରଙ୍କ ହସ୍ତରେ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। ଆର୍ଥିକ ରାଶି ପ୍ରଦାନ ବେଳେ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ଅନୁରାଗ ମିଶ୍ର, ସାମ୍ବାଦିକ ମୁୂରଲୀ ମିଶ୍ର ଓ ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟର ପରଲୋକଗତ ସରକାରୀ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ପରିବାରବର୍ଗକୁ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଧାରା ଅବ୍ୟାହତ ରହିଛି। ପୂର୍ବରୁ ସ୍ୱର୍ଗତ ବୈଷ୍ଣବ ଚରଣ ଜେନା, ଆଳୟ କୁମାର ମହାନ୍ତି, ଅଜିତ କୁମାର ମହାନ୍ତି ଓ ଅରୁଣ କୁମାର ପଣ୍ଡାଙ୍କ ପରିବାରବର୍ଗଙ୍କୁ କଲ୍ୟାଣ ବୋର୍ଡ ଆର୍ଥିକ ସହାୟତା ପ୍ରଦାନ କରିଥିଲା।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget